ଭୁବନେଶ୍ୱର ୦୮/୦୬: ଆରବସାଗରରେ ସୃଷ୍ଟି ହୋଇଥିବା ଭୀଷଣ ବାତ୍ୟା ଯୋଗୁ କେରଳରେ ମୋସୁମୀ ବାୟୁ ପହଞ୍ଚିବାରେ ବିଳମ୍ବ ହେଉଛି । ତେବେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ମୌସୁମୀ କେରଳ ଛୁଇଁବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । କେରଳ ଉପକୂଳରେ ମେଘର ଘନତ୍ୱ ବୃଦ୍ଧି ପାଇଛି। ତେବେ ଜୁନ ୨୦ବେଳକୁ ମୌସୁମୀ ଓଡ଼ିଶା ଛୁଇଁପାରେ ବୋଲି ଆକଳନ କରାଯାଉଛି ।
wp:embed {"url":"https://www.prameyanews7.com/cyclone-biporjoy-heavy-rain-monsoon-chakravarti-toofan/","type":"wp-embed","providerNameSlug":"prameya-news-7"} /wp:embedଆରବ ସାରରେ ବାତ୍ୟା କାରଣରୁ ମୌସୁମୀ ବିଳମ୍ବ ହେଉଛି ଆଉ ଏଣେ ସାରା ଓଡ଼ିଶା ଅସହ୍ୟ ତାତିରେ ଜଳୁଛି । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜରେ ଗ୍ରୀଷ୍ମପ୍ରବାହ ଜାରି ରହିବ। ଆସନ୍ତା ଦୁଇ ଦିନ କେତେକ ଜିଲ୍ଲାରେ ସର୍ବୋଚ୍ଚ ତାପମାତ୍ରା ୨ ଡିଗ୍ରି ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏଥିସହ କେତେକ ଜିଲ୍ଲାରେ ସ୍ବାଭାବିକ ତାପମାତ୍ରା ୩ରୁ ୫ ଡିଗ୍ରି ଅଧିକ ରହିବ।