ରାସ୍ତା ତଳକୁ ଓଲଟିଲା ସ୍କୁଲ ଭ୍ୟାନ୍, ୧୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଆହତ

Published By : Prameya-News7 Bureau | August 30, 2024 IST

ଚାନ୍ଦବାଲି ୩୦।୮: ରାସ୍ତା ତଳକୁ ଓଲଟିଲା ସ୍କୁଲ ଭ୍ୟାନ୍ । ଦୁର୍ଘଟଣାରେ ୧୦ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ଭଦ୍ରକ ଚାନ୍ଦବାଲି ମୁଖ୍ୟ ରାସ୍ତାରେ ଘଟିଛି ଦୁର୍ଘଟଣା । ଆହତଙ୍କୁ ଚାନ୍ଦବାଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, ଭଦ୍ରକ-ଚାନ୍ଦବାଲି ମୁଖ୍ୟ ରାସ୍ତା ନାଲଗୁଣ୍ଡା ଛକ ନିକଟରେ ରାସ୍ତା ତଳକୁ ଓଲଟିଲା ସ୍କୁଲ ଭ୍ୟାନ୍ । ଭ୍ୟାନ୍‌ରେ ଦିଗଛିଆ ଉତ୍କଳମଣି ଗୋପବନ୍ଧୁ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି । ଦୁର୍ଘଟଣା ଫଳରେ ୧୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ଆହତ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରାଯାଇ ଚାନ୍ଦବାଲି ମେଡିକାଲରେ ଭର୍ତ୍ତି କରାଯାଇଛି ।

You Can Read:

ନାଟମଣ୍ଡପରେ ହେବ ସ୍ବତନ୍ତ୍ର ବ୍ୟବସ୍ଥା, ବାହାର ଓ ଭିତର ରତ୍ନଭଣ୍ଡାରକୁ ସୁନା ଛାଉଣୀ କରିବାକୁ ପ୍ରସ୍ତାବ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.