ଏବେବି ଲିଗାଲ ଟେଣ୍ଡରରେ ଅଛି ୨୦୦୦ ଟଙ୍କା ମୁଦ୍ରା, ବ୍ୟାଙ୍କକୁ ଫେରିଛି ୯୭ ପ୍ରତିଶତରୁ ଅଧିକ ନୋଟ୍

Published By : Prameya-News7 Bureau | December 01, 2023 IST

ମୁମ୍ବାଇ ୧।୧୨: ଦୁଇ ହଜାର ଟଙ୍କିଆ ନୋଟ୍ କୁ ସର୍କୁଲେସନରୁ ବାହାର କରିବା ଲାଗି ଘୋଷଣା ପରଠାରୁ ଏ ପର୍ଯ୍ୟନ୍ତ ବ୍ୟାଙ୍କକୁ ଅଧିକାଂଶ ନୋଟ୍ ଫେରି ସାରିଲାଣି। ଏ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆଇବିଆଇ) ତାଙ୍କ ଲାଟେଷ୍ଟ ଅପଡେଟ୍‌ରେ ସର୍କୁଲେସନର ୯୭ ପ୍ରତିଶତରୁ ଅଧିକ ନୋଟ୍‌ ବ୍ୟାଙ୍କକୁ ଫେରି ସାରିଥିବାର କହିଛନ୍ତି। କେନ୍ଦ୍ରୀୟ ବ୍ୟାଙ୍କ ୧ ଡିସେମ୍ବର ଶୁକ୍ରବାର କହିଛନ୍ତି ଯେ ୧୯ ମେ ୨୦୨୩ରେ ଯେତେ ୨୦୦୦ ଟଙ୍କା ନୋଟ୍ ପ୍ରଚଳନରେ ଥିଲା ସେଥିରୁ ୯୭.୨୬ ପ୍ରତିଶତ ବ୍ୟାଙ୍କିଙ୍ଗ ସିଷ୍ଟମକୁ ଫେରସ୍ତ ଆସିଛି।

ଏହା ସହିତ କେନ୍ଦ୍ରୀୟ ବ୍ୟାଙ୍କ ୨ ହଜାର ଟଙ୍କା ମୁଦ୍ରାର ଲିଗାଲ ଟେଣ୍ଡର ଏବେବି ସମାପ୍ତ ହୋଇନଥିବା ଓ ଏହା ଆଗକୁ ବି ଜାରି ରହିବ ବୋଲି କହିଛନ୍ତି।  ଆରବିଆଇ ୧୯ ମେ ୨୦୨୩ରେ ୨ ହଜର ଟଙ୍କା ନୋଟ୍‌ ଫେରସ୍ତ ନେବା ପାଇଁ ଘୋଷଣା କରିଥିଲେ। କେନ୍ଦ୍ରୀୟ ବ୍ୟାଙ୍କଙ୍କ ଏହି ନିଷ୍ପତ୍ତିକୁ ସେତେବେଳେ ମିନି  ଡିମନିଟାଇଜେସନ ବୋଲି କୁହାଯାଇଥିଲା। ୧୯ ମେ ୨୦୨୩ ହିସାବରେ ସେତେବେଳେ ବଜାରରେ ଯେତିକି ୨ ହଜାର ଟଙ୍କା ନୋଟ ଥିଲା ତାର ମୂଲ୍ୟ ପାଖାପାଖି ୩.୫୬ ଲକ୍ଷ କୋଟି ଟଙ୍କା ଥିଲା।

{"id":877221,"width":841,"height":631,"sizeSlug":"full","linkDestination":"none"}

ତେବେ ୩୦ ମେ ୨୦୨୩ ସମାପ୍ତ ହେବା ସହ ସର୍କୁଲେସନରେ ଯେତିକି ୨ ହଜାର ଟଙ୍କା ନୋଟ ରହିଯାଇଛି ତାର ମୂଲ୍ୟ ପାଖାପାଖି ୯,୭୬୦ କୋଟି ଟଙ୍କା ହେବ ବୋଲି କୁହାଯାଇଛି। ଆରବିଆଇ ୨୦୧୬ରେ ନୋଟ ବନ୍ଦୀକାଳରେ ବଜାରକୁ ୨ ହଜାର ଟଙ୍କିଆ ମୁଦ୍ରା ନୂଆକରି ଛାଡିଥିଲେ। ତେବେ ବଜାରରୁ ୨ ହଜାର ଟଙ୍କା ନୋଟ ପ୍ରତ୍ୟାହାର ପାଇଁ ୧୯ ମେ ୨୦୨୩ର ଅନେକ ପୂର୍ବରୁ ଆରବିଆଇ ନିଷ୍ପତ୍ତି ନେଇ ସାରିଥିଲେ। ଏଥି ପାଇଁ ୨୦୧୯ ମସିହାରୁ ଏହି ମୂଲ୍ୟର ନୋଟ ମୁଦ୍ରଣ ବନ୍ଦ କରିଦିଆଯାଇଥିଲା।

ଆରବିଆଇଙ୍କ ତଥ୍ୟ ଅନୁସାରେ ୩୧ ମାର୍ଚ୍ଚ ୨୦୧୮ରେ ଯେତିକି ୨ହଜାର ଟଙ୍କା ନୋଟ ସର୍କୁଲେସନରେ ଥିଲା ଏହାର ମୋଟ ମୂଲ୍ୟ ୬.୭୩ ଲକ୍ଷ କୋଟି ଟଙ୍କା ଥିଲା ଓ ୨୦୦୦ ଟଙ୍କା ନୋଟର ଏହା ହିଁ ଦେଶରେ ସବୁଠୁ ଉଚ୍ଚତମ ସ୍ତର ଥିଲା। ସେବେଠାରୁ ଆରବିଆଇ ୨ହଜାର ଟଙ୍କା ନୋଟକୁ ନିୟନ୍ତ୍ରିତ କରିବା ଆରମ୍ଭ କରିଥିଲେ। ଏହି କାରଣରୁ ଆରବିଆଇ ୨୦୧୯ରେ ୨ ହଜାର ଟଙ୍କା ନୋଟର ମୁଦ୍ରଣ ରୋକି ଦେଇଥିଲେ। ଶେଷରେ ୧୯ ମେ ୨୦୨୩ରେ ଆରବିଆଇ ବଜାରରୁ ୨ ହଜାର ଟଙ୍କା ନୋଟ୍ ପ୍ରତ୍ୟାହାର ଘୋଷଣା କରିଥିଲେ।  ଏହି ମୂଲ୍ୟର ନୋଟକୁ ବ୍ୟାଙ୍କରେ ବଦଳାଇବା ପାଇଁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା। ଯାହାକୁ ପରେ ସମ୍ପ୍ରସାରଣ କରାଯାଇଛି।

ଏକ ସଙ୍ଗରେ ୫ ବ୍ୟାଙ୍କ ଉପରେ RBIଙ୍କ କାର୍ଯ୍ୟାନୁଷ୍ଠାନ, ଦେଶର ସବୁଠୁ ବଡ଼ ଘରୋଇ ବ୍ୟାଙ୍କ ଏବେ ରାଡାରରେ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.