ମା’ ସାଜିଲା ଡାହାଣୀ : ନିଜେ ବିଷ ପିଇଲା, ଆଉ ୪ ବର୍ଷ ଶିଶୁପୁତ୍ରକୁ ବି ଖୁଆଇଲା

Published By : Prameya-News7 Bureau | June 25, 2024 IST

ଉଦଳା ୨୫।୦୬ : ଅନ୍ତଚିରି ଜନ୍ମ ଦେଇଥିଲା । ହେଲେ ମା ସାଜିଲା ଡାହାଣୀ । କୌଣସି କାରକୁ ନେଇ ମା ଖାଇଲା ବିଷ । ଆଉ ମାତ୍ର ୪ ବର୍ଷର ଶିଶୁପୁତ୍ରକୁ ଖୁଆଇଲା ବିଷ । ଏବେ ବିଷ ପିଇ ମା ଏବଂ ଶିଶୁପୁତ୍ର ଗୁରୁତର ହୋଇଛନ୍ତି। ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ନାବରା କଲୋନୀ ଗାଁରେ ଏଭଳି ଘଟଣା ଘଟିଛି । 

ଖବର ଅନୁଯାୟୀ, କଲୋନୀ ଗାଁର ଆଲୋକ ବାଘଡାଙ୍କ ସ୍ତ୍ରୀ ସବିତା ରାଉତ ଆଜି ମଧ୍ୟାହ୍ନରେ ହଠାତ ଘର ଭିତରକୁ ପଶି ଯାଇଥିଲେ । ଭିତର ପଟୁ ତାଲା ମାରିଥିବା ବେଳେ ସାଙ୍ଗରେ ୪ ବର୍ଷର ଶିଶୁପୁତ୍ର ରାଜେଶ ବାଘଡାକୁ ସାଙ୍ଗରେ ନେଇ ନିଜେ ବିଷ ପିଇବା ସହିତ ଶିଶୁପୁତ୍ରକୁ ବିଷ ପିଆଇଥିଲା। କିଛି ସମୟ ପରେ ସ୍ୱାମୀ ଆଲୋକ ଘର ବାହାରେ ବସି ଖାଉଥିବା ବେଳେ ହଠାତ ଶିଶୁପୁତ୍ର ବାହାରକୁ ଆସି ବାନ୍ତି କରିଥିଲା। ବାନ୍ତି କରିବା ପରେ ବିଷ ଗନ୍ଧ ଆସିବାରୁ ପରିବାର ଲୋକେ ଛୋଟ ପିଲାଟି ବିଷ ପିଇଥିବା ଜାଣିବାକୁ ପାଇଥିଲେ। ଏହା ସହିତ ମା ସବିତା ମଧ୍ୟ ବିଷ ପିଇଥିବା ଜାଣି ଗୁରୁତର ଅବସ୍ଥାରେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଉଭୟ ମା ଏବଂ ଶିଶୁପୁତ୍ରଙ୍କ ଅବସ୍ଥା ଗୁରୁତର ଥିବା ବେଳେ ଉଭୟ ଏବେ ଜୀବନ ସହିତ ସଂଘର୍ଷରତ ରହିଛନ୍ତି। ଏଭଳି ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.