ବେଙ୍ଗାଲୁରୁ: ମୁଦା ସାଇଟ୍ ଆବଣ୍ଟନ ମାମଲାରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କୁ ଲୋକାୟୁକ୍ତ ପୋଲିସ ପଚରାଉଚରା କରିଛି । ସୂଚନା ଅନୁସାରେ ସିଦ୍ଦରମୈୟା ଏକ ସମନର ଜବାବରେ ଲୋକାୟୁକ୍ତ ପୋଲିସ ସାମନାରେ ହାଜର ହୋଇଥିଲେ ଏବଂ ତାଙ୍କୁ ପ୍ରାୟ ୨ ଘଣ୍ଟା ଯାଏ ପ୍ରଶ୍ନ କରାଯାଇଥିଲା । ଲୋକାୟୁକ୍ତ ପୋଲିସ ଅଧିକ୍ଷକ (ଏସପି) ଟିଜେ ଉଦେଶଙ୍କ ନେତୃତ୍ୱରେ ଟିମ୍ କରିଥିବା ପ୍ରଶ୍ନର ସେ ଜବାବ ଦେଇଛନ୍ତି । ପଚାରଉଚରା ପରେ ସିଏମ୍ ସିଦ୍ଦରମୈୟା କହିଛନ୍ତି, 'ମୁଁ ସବୁ ପ୍ରଶ୍ନର ଜବାବ ଦେଇଛି ।'
ମହୀଶୂରରେ ଲୋକାୟୁକ୍ତ ପୋଲିସ ସାମନାରେ ହାଜର ଉପରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଲୋକାୟୁକ୍ତ ସିବିଆଇ ପରି ଏକ ସ୍ୱତନ୍ତ୍ର ଏଜେନ୍ସି । ଲୋକାୟୁକ୍ତ ଦ୍ୱାରା କରାଯାଇଥିବା ସବୁ ପ୍ରଶ୍ନର ମୁଁ ଜବାବ ଦେଇଛି । ମୋର ସବୁ ଉତ୍ତର ଲୋକୟୁକ୍ତରେ ରେକର୍ଡ ହୋଇଛି । ଏଜେନ୍ସି ପରବର୍ତ୍ତୀ ଯାଞ୍ଚ କରିବ ।
କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିଜେପି ଏବଂ ଜେଡିଏସ୍ ମୋ ବିରୋଧରେ ମିଛ ଅଭିଯୋଗ ଆଣିଛନ୍ତି । ମୋ ବିରୋଧରେ ମିଛ କେସ୍ କରାଯାଇଛି । ମୋତେ ପଚରାଉଚରା କରାଯାଇଛି । ମୁଁ ସବୁ ସତ କହିଛି । ଯେପର୍ଯ୍ୟନ୍ତ କୌଣସି ଭୁଲ କାମ ପାଇଁ କୋର୍ଟଙ୍କ ଦ୍ୱାରା ନିଷ୍ପତ୍ତି ନିଆ ନଯାଇଛି, ସେପର୍ଯ୍ୟନ୍ତ ମୋ ଉପରେ କଳା ଦାଗ ନାହିଁ । ମୋ ବିରୋଧରେ କେବଳ ଅଭିଯୋଗ ହୋଇଛି । ମୁଁ ସବୁ ଅଭିଯୋଗର ଜବାବ କୋର୍ଟ ଏବଂ ପୋଲିସକୁ ଦେବି ।