ନବାନ୍ନ ବିକ୍ଷୋଭ ବେଳେ ପୋଲିସର ଲାଠିଚାର୍ଜ, ରଣକ୍ଷେତ୍ର ପାଲଟିଲା ଆନ୍ଦୋଳନସ୍ଥଳ

Published By : Prameya-News7 Bureau | August 27, 2024 IST

କୋଲକାତା ୨୭/୦୮: ରଣକ୍ଷେତ୍ର ପାଲଟିଲା ନବାନ୍ନ ବିକ୍ଷୋଭ ସ୍ଥଳ । ସଚିବାଳୟ ସମ୍ମୁଖରେ ପୋଲିସର ଲାଠି ଚାର୍ଜ ସହ ଟିୟର ଗ୍ୟାସ ପ୍ରୟୋଗ । ବିକ୍ଷୋଭକାରୀଙ୍କ ଉପରକୁ ପୋଲିସର ପାଣିମାଡ । ଆଜି ଏମିତି ପରିସ୍ଥିତି ଦେଖିବାକୁ ମିଳିଛି କୋଲକାତା ନବାନ୍ନ ସମ୍ମୁଖରେ । କୋଲକାତା ଡାକ୍ତର ଛାତ୍ରୀଙ୍କୁ ଦୁଷ୍କମ ପରେ ହତ୍ୟା ଘଟଣାରେ ତେଜିଛି ପ୍ରତିବାଦ । ନ୍ୟାୟ ଦାବିରେ ଆଜି ନବାନ୍ନ ଚଲୋ ଡାକରା ଦେଇଛି ଛାତ୍ର ସଂଗଠନ । 

ସୂଚନା ଥାଉକି, ଘଟଣାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଦାବିରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ରାଜ ରାସ୍ତାରେ ବିକ୍ଷୋଭ କରୁଛନ୍ତି । ଛାତ୍ରମାନେ ପୂର୍ବରୁ 'ନବାନ୍ନ ଚଲୋ'କୁ ରୋକିବା ପାଇଁ ବହୁ ସଂଖ୍ୟକ ପୋଲିସ ଫୋର୍ସ ମୁତୟନ କରାଯାଇଛ। ପୁରା ଗଳି କନ୍ଦିରେ ପୋଲିସର ଛାଉଣୀ । ସେହିଭଳି କୋଲକାତାର ହାଓ୍ୱଡା ବ୍ରିଜକୁ ସିଲ୍ କରାଯାଇଛି । 

ସେତୁ ଉପରେ ଏକ ଲୁହା ବ୍ୟାରିକେଡ ତିଆରି କରାଯାଇଛି । ତେବେ ଏହି ବ୍ୟାରିକେଡ୍ ଉପରକୁ ଚଢି  ପ୍ରବେଶ କରୁଥିବାବେଳେ ଛାତ୍ରମାନଙ୍କୁ ଅଟକାିବାକୁ ଚେଷ୍ଟା କରିଥିଲା ପୋଲିସ । ଏହା ପରେ ପୋଲିସ ବିକ୍ଷୋଭକାରୀଙ୍କୁ ଛିନ୍ନଛତ୍ର କରିବା ପାଇଁ ଲାଠି ଚାର୍ଜ କରିଛି । ତେବେ ଏମାନଙ୍କ ମଧ୍ୟରୁ ୪ ଛାତ୍ରଙ୍କୁ ଅଟକ ରଖିଛି ପୋଲିସ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.