କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆଙ୍କ ବଢିଲା ଅଡୁଆ: ପୁଣି ନିଲମ୍ବିତ କଲା NADA

Published By : Prameya-News7 Bureau | June 23, 2024 IST

ନୂଆଦିଲ୍ଲୀ: ୨୦୨୦ ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ବିଜେତା ତଥା କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆଙ୍କ ବଢିଲା ଅଡୁଆ। ସେ ପୁଣି ଥରେ ବିବାଦରେ ଛନ୍ଦି ହୋଇଛନ୍ତି। ଡୋପିଂ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ନ୍ୟାସନାଲ ଆଣ୍ଟି ଡୋପିଂ ଏଜେନ୍ସି (ନାଡା) ତାଙ୍କୁ ପୁଣି ବ୍ୟାନ୍ କରିଛି। ଏପ୍ରିଲରେ ତାଙ୍କୁ ନାଡା ଦ୍ୱାରା ମଧ୍ୟ ନିଷିଦ୍ଧ କରାଯାଇଥିଲା, କିନ୍ତୁ ତିନି ସପ୍ତାହ ପୂର୍ବରୁ ନାଡା 'ନୋଟିସ୍ ଜାରି ନକରି ନିଲମ୍ବନ କରିଥିବାରୁ ADDP ତାଙ୍କ ନିଲମ୍ବନକୁ ପ୍ରତ୍ୟାହାର କରିନେଇଥିଲା।

ମାର୍ଚ୍ଚରେ ସୋନିପାଟରେ ହୋଇଥିବା ପରୀକ୍ଷଣ ସମୟରେ ଟୋକିଓ ଗେମ୍ସର ବ୍ରୋଞ୍ଜ ବିଜେତା ରେସଲର ତାଙ୍କର ପରିସ୍ରା ନମୁନା ଦେବାକୁ ନାଡାକୁ ମନା କରିଦେଇଥିଲେ। ଏହା ପରେ ଡୋପିଂ ନିୟମ ଉଲ୍ଲଂଘନ କରି ତାଙ୍କୁ ନିଲମ୍ବିତ କରାଯାଇଥିଲା। ଏହା ପରେ UWW ମଧ୍ୟ ତାଙ୍କୁ ନିଲମ୍ବିତ କରିଥିଲେ।

ଏହି ନିଲମ୍ବନ ବିରୋଧରେ ବଜରଙ୍ଗ ଆବେଦନ କରିଥିଲେ ଏବଂ ଏହାକୁ ମେ ୩୧ରେ ନାଡାର ଡୋପିଂ ପ୍ୟାନେଲ (ADDP) ପ୍ରତ୍ୟାହାର କରିନେଇଥିଲା। ସେ କହିଥିଲେ ଯେ ଯେପର୍ଯ୍ୟନ୍ତ ନାଡା ନୋଟିସ ଜାରି ନକରେ ସେ ପର୍ଯ୍ୟନ୍ତ ନିଲମ୍ବନ ବାତିଲ ରହିବ। ଏହା ପରେ ନାଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ରବିବାର ରେସଲରଙ୍କୁ ନୋଟିସ ପଠାଇଛି।

ବଜରଙ୍ଗଙ୍କ ନିକଟକୁ ପଠାଯାଇଥିବା ନାଡାର ନୋଟିସ୍‌ରେ ଉଲ୍ଲେଖ କରାଯାଇଛି ଯେ, ଆପଣ ଜାତୀୟ ଆଣ୍ଟି-ଡୋପିଂ ନିୟମ, 2021ର ଧାରା 2.3 ଉଲ୍ଲଂଘନ କରିଛନ୍ତି। ଆପଣ ବର୍ତ୍ତମାନ ଅସ୍ଥାୟୀ ଭାବରେ ନିଲମ୍ବିତ ହୋଇଛନ୍ତି। ବଜରଙ୍ଗଙ୍କୁ ଜୁଲାଇ ୧୧ ପର୍ଯ୍ୟନ୍ତ ଶୁଣାଣି ପାଇଁ ଅନୁରୋଧ କିମ୍ବା ଅଭିଯୋଗ ଗ୍ରହଣ କରିବାକୁ ସମୟ ଅଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.