ଭବାନୀପାଟଣା ଗରିବ କଲ୍ୟାଣ ସମାବେଶରେ ନଡ୍ଡାଙ୍କ ଉଦ୍‌ବୋଧନ, କହିଲେ ମୋଦିଙ୍କ ନେତୃତ୍ୱ ଦେଶକୁ ଦେଇଛି ନୂଆ ଦିଶା

Published By : Prameya-News7 Bureau | June 23, 2023 IST

ଭୁବନେଶ୍ୱର ୨୩/୦୬: ଭୋଟ ବ୍ୟାଙ୍କ ରାଜନୀତିରୁ ବାହାରି ବିଜେପି ରିପୋର୍ଟ କାର୍ଡ ରାଜନୀତି କରୁଛି । ଆଉ ବିକାଶଶୀଳ ଦେଶ ନୁହେଁ, ବିକଶିତ ରାଷ୍ଟ୍ର ହେବ ଭାରତ। ମୋଦିଙ୍କ ନେତୃତ୍ୱ ଦେଶକୁ ନୂଆ ଦିଶା ଦେଇଛି । ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବସ୍ ବୋଲି ସମ୍ବୋଧିତ କରନ୍ତି ।

ମୋଦିଙ୍କୁ ସବୁଠି ପ୍ରଶଂସା ମିଳୁଛି ବୋଲି ଆଜି ଭବାନୀପାଟଣାରେ ଆୟୋଜିତ ଗରିବ କଲ୍ୟାଣ ସମାବେଶରେ ଉଦ୍ ବୋଧନ ଦେଇ ଏହା କହିଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା । ସେ କହିଛନ୍ତି ଯେ ୯ ବର୍ଷରେ ୧୮ ଲକ୍ଷ କୋଟି ଟଙ୍କା ରେଳ, ଜାତୀୟ ରାଜପଥ ଭଳି ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଖର୍ଚ୍ଚ ହୋଇଛି ।

wp:html /wp:html

ଭୁବନେଶ୍ଵର, କଟକ, ପୁରୀରେ ଷ୍ଟେସନ ଉନ୍ନତିକରଣ ହୋଇଛି । ମୋଦି ସରକାର ଚାଉଳ ପଠାଇଛନ୍ତି । କିନ୍ତୁ ସାଢ଼େ ୩ କୋଟି ଲୋକ ପ୍ରଧାନମନ୍ତ୍ରୀ ଅନ୍ନ କଲ୍ୟାଣ ଯୋଜନାରେ ଚାଉଳ ପାଉଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଘୋଟାଲା ହେଉଛି । ଯୋଗ୍ୟଙ୍କୁ ମିଳୁନି, ଅଯୋଗ୍ୟଙ୍କୁ ମିଳୁଛି । ଏହାର ତଦନ୍ତ ହେବା କଥା ।

୭ଟି ମେଡିକାଲ କଲେଜ ହୋଇଛି । ୩ ଟି କାର୍ଯ୍ୟକାରୀ ହୋଇଛି । ୪ ଟି ଖୁବଶୀଘ୍ର ହେବ। କଳାହାଣ୍ଡିରେ ମଧ୍ୟ ହୋଇଛି ମେଡିକାଲ କଲେଜ । ଏହା ଆମର ରିପୋର୍ଟ କାର୍ଡ ବୋଲି ସେ କହିଛନ୍ତି। ଏହା ସହିତ ମୁଣ୍ଡ ପିଛା ଆୟରେ ଓଡ଼ିଶା କମ, ଚାଷୀଙ୍କ ଆମଦାନୀରେ ବି ଓଡ଼ିଶା କମ୍, ଚାଷୀଙ୍କ ଆମଦାନୀ ବି କମ୍, ମହିଳା ଶୋଷଣର ଶିକାର ହେଉଛନ୍ତି ବୋଲି ସେ କହିଛନ୍ତି। ….

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.