ନବରାତ୍ରୀରେ ବୁଣାଯାଉଥିବା ଗହମ ଏବଂ ଯଅର ଘାସରେ କେଉଁ ତତ୍ତ୍ବ ରହିଛି ? ଜାଣନ୍ତୁ…

Published By : Prameya-News7 Bureau | October 07, 2024 IST

ନୂଆଦିଲ୍ଲୀ ୦୭।୧୦ : ଆରମ୍ଭ ହୋଇଛି ଶାରଦୀୟ ନବରାତ୍ରୀ । ଦେବୀ ଦୁର୍ଗାଙ୍କୁ ପୂଜା କରିବା ସହିତ ଗହମ ଏବଂ ଯଅକୁ ମାଟିରେ ବୁଣିଥାନ୍ତି ଭକ୍ତ । ଏପରି କରିବା ଅତ୍ୟନ୍ତ ପବିତ୍ର ବୋଲି ବିବେଚନା କରାଯାଏ । ନବରାତ୍ରିରେ ଏହାକୁ ପୂଜା କରି ମାଙ୍କୁ ପ୍ରସନ୍ନ କରିବାକୁ ଚେଷ୍ଟା କରାଯାଏ । ଜାଣନ୍ତି କି ଏହି ଗହମ ଘାସରେ ଅନେକ ଭିଟାମିନ୍ ତଥା ପୋଷକ ତତ୍ତ୍ୱ ରହିଥାଏ । 


Durga Puja 2024: Get all updated News, Videos and Photos of Durga Puja


ବିଶେଷଜ୍ଞଙ୍କ ଅନୁଯାୟୀ ଏହି ଘାସ ସ୍ୱାସ୍ଥ୍ୟ ପାଇଁ ଏକ ବରଦାନ । ଏଥିରେ ଭିଟାମିନ୍ ଇ, ସି, ଏ, କେ ଏବଂ ବି କମ୍ପ୍ଲେକ୍ସ ମିଳିଥାଏ । କୁହାଯାଏ ଏହି ଗହମ କିମ୍ବା ଯଅରେ ପ୍ରୋଟିନ୍ ମଧ୍ୟ ରହିଥାଏ ।  ଭିଟାମିନ୍ ବ୍ୟତୀତ ଏଥିରେ ଅନ୍ୟାନ୍ୟ ପୁଷ୍ଟିକର ପଦାର୍ଥ ରହିଥାଏ । ବିଶେଷଜ୍ଞଙ୍କ ଅନୁଯାୟୀ ଏହି ଘାସରେ କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ଫାଇଟୋନ୍ୟୁଟ୍ରିଏଣ୍ଟସ୍ ଏବଂ ୧୭ଟି ଆମିନୋ ଏସିଡ୍ ଭରପୂର ରହିଥାଏ । 

ଏଥିରେ ରହିଥାଏ ସର୍ବାଧିକ କ୍ଲୋରୋଫିଲ୍ । ଏହି ଗହମ ଘାସର ରସ ତିଆରି କରି ଏହାକୁ ପିଇହେବ ।   ଏହା କେବଳ ଶରୀରକୁ ପୋଷକ ତତ୍ତ୍ୱ ଯୋଗାଇବ ତା ନୁହେଁ ବରଂ ଆପଣଙ୍କ ହାଇଡ୍ରେସନ ସ୍ତରକୁ ମଧ୍ୟ ବଢାଇବ । 

ବିଶେଷଜ୍ଞଙ୍କ ଅନୁଯାୟୀ ଏହା ଅନେକ ରୋଗ ଦୂରେଇ ରଖିବାରେ ସାହାଯ୍ୟ କରିଥାଏ । ଏଥିରେ ଅନେକ ଆମିନୋ ଏସିଡ୍ ଥାଏ ଏବଂ ଏହା ଏକ ଉଚ୍ଚ ପ୍ରୋଟିନ୍ ଖାଦ୍ୟ । ଏହା ମଧୁମେହକୁ ନିୟନ୍ତ୍ରଣ କରିବାରେ ମଧ୍ୟ ପ୍ରଭାବଶାଳୀ । 

ବାସ୍ତବରେ ଏହି ରସକୁ ପ୍ରତିଦିନ ଖାଲି ପେଟରେ ପିଇବା ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । ଏହି ଘାସରୁ ତିଆରି ଜିନିଷ ଖାଇବା ଦ୍ବାରା ଶରୀରକୁ କାଶ ଏବଂ ଥଣ୍ଡା ଠାରୁ ରକ୍ଷା କରିପାରିବ । ଏଥିରେ ଭିଟାମିନ୍ ସି ଥାଏ ଏବଂ ଏହା ଆମର ପ୍ରତିରକ୍ଷା ପ୍ରଣାଳୀକୁ ମଜବୁତ କରିବା ପାଇଁ କାମ କରିଥାଏ ।

  • Durga Puja 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.