କୂଅରୁ ୭ମାସ ଶିଶୁର ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗରେ ଖୁଡ଼ି ଗିରଫ

Published By : Prameya-News7 Bureau | August 01, 2024 IST

ଆଠଗଡ : କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ ସୁବଳୟା ଗ୍ରାମରେ ଗତ ରବିବାର ବିଳମ୍ୱିତ ରାତିରେ କୂଅରୁ ଚିତ୍ତରଞ୍ଜନ ନାୟକଙ୍କ ୭ ମାସର ଶିଶୁପୁତ୍ର ଅରୂପାନନ୍ଦ ନାୟକଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଗତ ରବିବାର ଦିନ ମା’ ପାଖରେ ଶୋଇଥିଲା ବିଳମ୍ବିତ ରାତିରେ ମା’ ନିଦରୁ ଉଠିବା ବେଳକୁ ତାଙ୍କ ପୁଅ ତାଙ୍କ ପାଖରେ ନଥିଲା । ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ତାଙ୍କ ଘର ନିକଟରେ ଥିବା ଏକ କୂଅରେ ଭାସୁଥିବା ଦେଖିବାକୁ ପାଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ କୂଅରୁ ଉଦ୍ଧାର କରି  ନରସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ହେଲେ  ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। 

ବିଭିନ୍ନ ସମୟରେ ଚିତ୍ତରଞ୍ଜନଙ୍କ ପରିବାରରେ ପାରିବାରିକ କଳି ଲାଗି ରହୁଥିଲା । ଚିତ୍ତରଞ୍ଜନ ଏବଂ ତାଙ୍କ ଭାଇ ବାହାରେ ରହି ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିବା ବେଳେ ଘରେ ଦୁଇ ବୋହୂଙ୍କ ମଧ୍ୟରେ ଝଗଡ଼ା ଲାଗି ରହୁଥିଲା । ଚିତ୍ତରଞ୍ଜନଙ୍କ ସାନ ଭାଇଙ୍କ  ସ୍ତ୍ରୀ ଆଗରୁ ଜଣକୁ ବିବାହ ମଧ୍ୟ କରିଥିଲେ । ସେଠାରେ ବିବାହ ବିଚ୍ଛେଦ ହେବା ପରେ ଚିତ୍ତରଞ୍ଜନ ସାନ ଭାଇଙ୍କୁ ବିବାହ କରିଥିଲେ ଯେହେତୁ ତାଙ୍କର କୌଣସି ପିଲା ଛୁଆ ନଥିଲେ ସେଥିପାଇଁ ଈର୍ଷା ପରାୟଣ ହୋଇ ଏମିତି କରିଥିବା ପୋଲିସ ଜେରା ବେଳେ କହିଥିବା ଆଠଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ରବୀନ୍ଦ୍ର କୁମାର ମଲ୍ଲିକ କହିଛନ୍ତି । ଏହି ଘଟଣାରେ ମୃତ ଶିଶୁର ଖୁଡ଼ି ସମ୍ପୃକ୍ତ ଥିବା ଗ୍ରାମବାସୀ ଅଭିଯୋଗ କରିବା ତାଙ୍କୁ ତୁରନ୍ତ ଗିରଫ ଦାବିରେ ଦୁଇ ଦିନ ଧରି ନରସିଂହପୁର ଥାନା ସମ୍ମୁଖରେ ଅଡ଼ି ବସିଥିଲେ । ଘଟଣାରେ ପୋଲିସ ମୃତ ଶିଶୁର ଖୁଡ଼ି ପୂଜା ନାୟକ ଓରଫକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ଶିଶୁଟିକୁ ହତ୍ୟା କରିଥିବା ଅଭିଯୋଗ ପରେ ନରସିଂହପୁର ପୋଲିସ ମୃତ ଶିଶୁର ଖୁଡ଼ି ପୂଜା ନାୟକକୁ ଗିରଫ କରି କୋର୍ଟ ଚାଲାଣ କରିଛି ନରସିଂହପୁର ପୋଲିସ । ଆଠଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ରବୀନ୍ଦ୍ର କୁମାର ମଲ୍ଲିକ ପହଞ୍ଚି ତଦନ୍ତ ପରେ ଜଣାପଡ଼ିଛି ଯେ, ଆଗରୁ ମଧ୍ୟ ଘରେ କେହି ନଥିବା ସୁଯୋଗ ନେଇ ପିଲାଟିର ତଣ୍ଟିଚିପି ହତ୍ୟା କରିବାକୁ ଉଦ୍ୟମ କରିଥିଲା । ଛୁଆଟିର ନାକ ପାଟିରୁ ରକ୍ତସ୍ରାବ ହୋଇଥିଲା । ଯେଉଁ ଘଟଣାକୁ ନେଇ ଥାନାରେ ଅଭିଯୋଗ ନକରି ପରିବାର ମଧ୍ୟରେ ଚପାଇ ଦେଇଥିଲେ । ବୁଧବାର ଠାରୁ ନରସିଂହପୁର ଥାନାରେ ଉଭୟ ଶିଶୁର ଖୁଡି ଓ ଜେଜେ ମା’ଙ୍କୁ ଜେରା କରିଥିଲା ପୋଲିସ । ଗ୍ରାମବାସୀ ମାନଙ୍କର ବୟାନ ଅନୁସାରେ ଖୁଡିକୁ ନେଇ ସନ୍ଦେହ ବଢିଥିଲା । ଏନେଇ ଉଭୟଙ୍କୁ ଥାନାରେ ଅଟକ ରଖାଯାଇଥିଲା।  ମୃତ୍ୟୁ ଘଟଣାର ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସ୍ପଷ୍ଟତା ଆସିଛି । ସେପଟେ ସାଇଣ୍ଟିଫିକ୍ ଟିମ୍ ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ଆଉ ମଧ୍ୟ ଅଧିକ ତଦନ୍ତ ଜାରି ରହିଛି ବୋଲି କହିଛନ୍ତି ଆଠଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ରବୀନ୍ଦ୍ର କୁମାର ମଲ୍ଲିକ ।

You Can Read:

ବିଷାକ୍ତ ଖାଦ୍ୟ ଖାଇ ହାତୀ ଛୁଆ ଅସୁସ୍ଥ, ନନ୍ଦନକାନନ ପଠାଇଲା ବନ ବିଭାଗ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.