ଓଡ଼ିଶାର ୩,୫୧୦ ଗାଁରେ ନାହିଁ ମୋବାଇଲ ନେଟୱର୍କ, ବିଧାନସଭାରେ ଉତ୍ତର ରଖିଲେ ଆଇଟିମନ୍ତ୍ରୀ

Published By : Prameya-News7 Bureau | September 02, 2024 IST

ଭୁବନେଶ୍ବର ୨/୯: ଡିସେମ୍ବର ସୁଦ୍ଧା ଓଡ଼ିଶାର ସବୁ ଗାଁକୁ ମିଳିବ ନେଟୱର୍କ ସେବା । ବିଧାନସଭାରେ କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ପ୍ରଶ୍ନର ଉତ୍ତରରେ ଲିଖିତ ଉତ୍ତର ରଖିଛନ୍ତି ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ । ରାଜ୍ୟର ମୋଟ୍‌ ୩ହଜାର ୫ଶହ ୧୦ ଟି ଗାଁରେ ମୋବାଇଲ ନେଟ୍‌ୱର୍କ ଉପଲବ୍ଧ ନାହିଁ । ଅବିଭକ୍ତ କୋରାପୁଟ ଜିଲ୍ଲାରେ ୧ହଜାର ୬୨ଟି ଗାଁର ଲୋକ ମୋବାଇଲ ନେଟୱର୍କ ସେବାରୁ ବଂଚିତ । ସମସ୍ତ ଗାଁକୁ ମୋବାଇଲ ନେଟୱର୍କ ଯୋଗାଇ ଦେବା ପାଇଁ ଜିଲ୍ଲାର ସମସ୍ତ ମୋବାଇଲ ଟାୱାରକୁ ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯିବ । ଭାରତ ସରକାରଙ୍କ ଦୂରସଞ୍ଚାର ବିଭାଗ ଲକ୍ଷ୍ୟ ଧାର୍ଯ୍ୟ କରିଥିବା କହିଛନ୍ତି ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ । 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.