ରାଓ୍ଵଲପିଣ୍ଡି: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଏକ ଗୁରୁତ୍ଵପୂର୍ଣ୍ଣ ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ବାଂଲାଦେଶ ବିପକ୍ଷରେ ସହଜ ବିଜୟ ହାସଲ କରିଛି। ବିଜୟ ସହ ନ୍ୟୁଜିଲାଣ୍ଡ ସେମି ଫାଇନାଲ୍ରେ ପ୍ରବେଶ କରିଥିବା ବେଳେ ପରାଜୟ ସହ ବାଂଲାଦେଶ ଚାମ୍ପିଅନ୍ସ ଟ୍ରଫିର ସେମି ଫାଇନାଲ୍ ଦୌଡ଼ରୁ ବାଦ୍ ପଡ଼ିଛି। କେବଳ ଏତିକି ନୁହେଁ ବାଂଲାଦେଶ ମ୍ୟାଚ୍ ହାରିବାରୁ ପାକିସ୍ତାନ ମଧ୍ୟ ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇଛି। ରଚିନ ରବୀନ୍ଦ୍ରଙ୍କ ୧୧୨ ରନର ଶତକୀୟ ଇନିଂସ ଓ ଟମ୍ ଲାଥମଙ୍କ ୫୫ ରନ ବଳରେ ନ୍ୟୁଜିଲାଣ୍ଡ ୪୬.୧ ଓଭରରେ ୫ ଓ୍ଵିକେଟ୍ ହରାଇ ମ୍ୟାଚ୍ ଜିତି ନେଇଛି। ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ଅଧିନାୟକ ନଜମୁଲ ହୁସେନ ସାଣ୍ଟୋଙ୍କ ୭୭ ରନ ଓ ଜାକର ଅଲ୍ଲୀଙ୍କ ୪୫ ରନ ବଳରେ ୯ ଓ୍ଵିକେଟ୍ ହରାଇ ୨୩୬ ରନ କରିଥିଲା। ବୋଲିଂରେ ନ୍ୟୁଜିଲାଣ୍ଡର ମିଚେଲ୍ ବ୍ରେସଓ୍ଵେଲ ୪ ଓ୍ଵିକେଟ୍ ନେଇ ଦଳ ବିଜୟରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛନ୍ତି। ଏହି ମ୍ୟାଚ୍ର ଫଳାଫଳ ସହ ଭାରତ ମଧ୍ୟ ସେମିରେ ପ୍ରବେଶ କରିଛି। ଏହି ପରି ଗ୍ରୁପ ଏରୁ ଭାରତ ଓ ନ୍ୟୁଜିଲାନ୍ଡ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ସେମି ଫାଇନାଲ୍ରେ ପ୍ରବେଶ କରିଛନ୍ତି।
‘ଯଦି ପାର୍ଟିକୁ ମୋର ଆବଶ୍ୟକତା ନାହିଁ ତେବେ ବିକଳ୍ପ ଉ...
