ଉଦଳା ୮।୮: ସମ୍ପର୍କରେ ଲାଗିଲା କଳଙ୍କର ଛିଟା । ଦାଦା ସାଜିଲା ନିର୍ଦ୍ଦୟୀ । ବର୍ବରତାର ସବୁ ସୀମା ଟପିଗଲା ଦାଦା । ଝିଆରୀକୁ ହତ୍ୟା କରିବାକୁ ମନରେ ରଖିଥିଲା ଅନେକ ରାଗ । ପ୍ରଥମେ ଟାଙ୍ଗିଆରେ ହାଣି ଚାଲିଥିବା ବେଳେ ଟାଙ୍ଗିଆ ଭାଙ୍ଗିଯିବାରୁ ପାଖରେ ଥିବା କୋଦାଳ ଆଣି ଝିଆରୀକୁ ଅତି ନିର୍ମମ ଭାବେ ହାଣି ହତ୍ୟା କଲା । ଜମିଜମା ବିବାଦକୁ ନେଇ ଝିଆରୀକୁ ହାଣି ହତ୍ୟା କଲା ଦାଦା । ଏଭଳି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଶରତ ଥାନା ବେଗୁନିଆସାହି ଗ୍ରାମରେ ।
ସୂଚନାଯୋଗ୍ୟ ଯେ, ଗ୍ରାମର ଛିତା ମୁର୍ମୁ ବିବାହ ପରେ ନିଜ ଘର ବେଗୁନିଆସାହିରେ ରହୁଥିଲେ । ଛିତା ମୁର୍ମୁଙ୍କ ବାପାଙ୍କ ମୃତ୍ୟୁ ପରେ ସମସ୍ତ ଜମି ଛିତାଙ୍କ ନାମରେ ରହିଥିଲା । ହେଲେ ଛିତାଙ୍କ ଦାଦା ନିମାଇଁ ଚରଣ ମାରାଣ୍ଡି ଦୀର୍ଘ ବର୍ଷ ହେବ ଉକ୍ତ ଜମିକୁ ହାତେଇବା ପାଇଁ ଚେଷ୍ଟା କରି ଆସୁଥିଲେ । ହେଲେ ସମୟର ଅପେକ୍ଷା କରି ବିଲରେ ଛିତା କାମ କରୁଥିବା ବେଳେ ତାଙ୍କର ଦାଦା ନିମାଇ ସେଠାରେ ପହଞ୍ଚି ଏକ ଟାଙ୍ଗିଆରେ ଝିଆରୀକୁ ଆକ୍ରମଣ କରିଥିଲେ । ଝିଆରୀକୁ ଟାଙ୍ଗିଆରେ ଆଖିବୁଜା ହାଣିବା ପରେ ସେଠାରୁ ଚାଲି ଆସିଥିଲା ଦାଦା । ଯେଉଁଥିରେ ଝିଆରୀ ଛିତାର ମୃତ୍ୟୁ ହୋଇଥିଲା । ସ୍ଥାନୀୟ ଲୋକେ ଘଟଣା ବାବଦରେ ଖବର ପାଇ ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଥିଲା । ଏହାସହିତ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତକୁ ତ୍ୱରାନ୍ୱିତ କରିଥିବା ବେଳେ ଅଭିଯୁକ୍ତ ଦାଦା ନିମାଇଁ ଚରଣ ମାରାଣ୍ଡିକୁ ପୋଲିସ ଗିରଫ କରିଛି । ଏହା ସହିତ ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆ ଓ କୋଦାଳକୁ ପୋଲିସ ଜବତ କରିଛି ।
You Can Read:
ଶ୍ରୀଜଗନ୍ନାଥଙ୍କ ଜମିରେ ବେଆଇନ ଖନନ : ଖୋର୍ଦ୍ଧା ଜିଲ୍ଲାର ୧୯ ଖଣି ଲିଜଧାରୀଙ୍କୁ କାରଣ ଦର୍ଶାଅ ନୋଟିସ୍