ମହାପ୍ରଭୁଙ୍କୁ ରୁପା ଶ୍ରୀପୟର ଦାନ କଲେ ନୀଳଗିରି ବିଧାୟକ

Published By : Prameya-News7 Bureau | July 17, 2024 IST

ନୀଳଗିରି ୧୭।୭: ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରିରେ ବଳଭଦ୍ର ଓ ମହାପ୍ରଭୁ ଜଗନ୍ନାଥଙ୍କ ରୁପା ଶ୍ରୀପୟ (ପାଦ)ଦାନ କଲେ ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ । ୮.୫ କେଜି ଓଜନର ରୁପା ନିର୍ମିତ ଏହି ଶ୍ରୀପୟର ମୂଲ୍ୟ ୧୧.୪୦ ଲକ୍ଷ ଟଙ୍କା । ବୁଧବାର ନୀଳଗିରି ଠାକୁର ମାହାଲକୁ ବିଧିବଦ୍ଧ ଭାବେ ନୀଳଗିରି ରାଜା ଜୟନ୍ତ ଚନ୍ଦ୍ର ମର୍ଦ୍ଧରାଜ ହରିଚନ୍ଦନ, ଉପଜିଲ୍ଲାପାଳ ମନ୍ଦରଧର ମହାଳିକ, ନିର୍ବାହୀ ଅଧିକାରୀ ଦାୟିତ୍ୱରେ ଥିବା ଉମେଶ ପଣ୍ଡା, ପୂଜକ ହରିବନ୍ଧୁ କର, ସରୋଜ ନନ୍ଦ, ପୁଣ୍ୟଶ୍ଲୋକ ନନ୍ଦ ଉପସ୍ଥିତିରେ ଏହା ଦାନ କରିଛନ୍ତି । 

ନୀଳଗିରି ରଥଯାତ୍ରା ବେଳେ ସୁନାବେଶ ସମୟରେ ମହାପ୍ରଭୁଙ୍କ ରୁପାନିର୍ମିତ ହାତ ଥିବାବେଳେ ଶ୍ରୀପୟ (ପାଦ)ନଥିଲା । କାଠ ନିର୍ମିତ ପାଦକୁ ବେଶ ସମୟରେ ବ୍ୟବହାର କରାଯାଉଥିଲା । 

ପୂର୍ବରୁ ବିଧାୟକ ସନ୍ତୋଷ ଖଟୁଆ ଏହା ଜାଣିବା ପରେ ମହାପ୍ରଭୁ ଓ ବଡ଼ଭାଇ ବଳଭଦ୍ରଙ୍କର ରୁପାନିର୍ମିତ ପାଦ ତିଆରି କରି ଦାନ କରିଛନ୍ତି । ଦାନପରେ ସେ ତାଙ୍କ ପ୍ରତିକ୍ରିୟାରେ ଏହା ମୁଁ ଦେଇଥିବା କଥା ପ୍ରସାର ନହେଉ ବୋଲି ମୋର ଇଚ୍ଛା । ଯେତେବେଳେ ମୁଁ ପୁରୀ ଯାଇ ମହାପ୍ରଭୁଙ୍କ ସୁବର୍ଣ୍ଣ ପାଦରେ ମୁଣ୍ଡ ଲଗାଇ ଆଶୀର୍ବାଦ ନେଇଥାଏ ମୋ ମନକୁ ଆସିଥିଲା ଆମ ନୀଳଗିରିରେ ଏଭଳି ହୋଇଥାନ୍ତା କି । ଯାହେଉ ମହାପ୍ରଭୁଙ୍କ ସେବା କରିବା ପାଇଁ ମୁଁ ସୁଯୋଗ ପାଇ ମୋ ଜୀବନ ସାର୍ଥକ ହୋଇଛି । ବିଧାୟକଙ୍କ ଏଭଳି ବଦାନ୍ୟତା ପାଇଁ ତାଙ୍କୁ ଚାରିଆଡୁ ଭକ୍ତଙ୍କ ପ୍ରଶଂସାର ସୁଅ ଛୁଟିଛି ।

You Can Read:

SCBରେ ହାଉସ୍ ସର୍ଜନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ : ରୋଗୀ ସେବା ପ୍ରଭାବିତ ହେବା ଆଶଙ୍କା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.