ଆଜିଙ୍କ୍ୟ ରାହାଣେ-ଚେତେଶ୍ୱର ପୂଜାରାଙ୍କ ଟେଷ୍ଟ କ୍ୟାରିୟର ଶେଷ ! ଫର୍ମ ଥାଇ ବି ଦକ୍ଷିଣ ଆଫ୍ରିକା ସିରିଜ୍‌ରୁ ବାଦ୍‌

Published By : Prameya-News7 Bureau | December 01, 2023 IST

ମୁମ୍ବାଇ ୦୧।୧୨ : ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍‌ ପାଇଁ ଘୋଷଣା ହୋଇଛି ଟିମ୍‌ । ଟି-୨୦, ଦିନିକିଆ ଏବଂ ଟେଷ୍ଟ ସିରିଜ୍‌ ପାଇଁ ଘୋଷଣା ହୋଇଛି ଟିମ୍‌ । କେତେକ ଯୁବ ଏବଂ ଅଭିଜ୍ଞ ଖେଳାଳିଙ୍କୁ ସୁଯୋଗ ଦିଆଯାଇଛି । କିନ୍ତୁ ଟିମ୍‌ ଚୟନରେ ଦୁଇଟି ନାମ ଗାଏବ ରହିଛି । ତେବେ ଆସନ୍ତୁ ଜାଣିବା ସେହି ଦୁଇଟି କ୍ରିକେଟର କିଏ ? ଯାହାଙ୍କ ପ୍ରଦର୍ଶନ ଭଲ ଥାଇ ବି ଟିମ୍‌ରୁ ବାଦ୍‌ ପଡିବାକୁ ପଡିଛି ।

wp:embed {"url":"https://www.prameyanews7.com/rahul-dravid-will-continue-as-team-india-head-coach/","type":"wp-embed","providerNameSlug":"prameya-news-7"}
https://www.prameyanews7.com/rahul-dravid-will-continue-as-team-india-head-coach/
/wp:embed

ଚେତେଶ୍ୱର ପୂଜରା ଏବଂ ଆଜିଙ୍କ୍ୟ ରାହାଣେ । ଦୁଇ ଜଣ ଯେତିକି ବରିଷ୍ଠ , ସେତିକି ମ୍ୟାଚ୍‌ ବିଜୟୀ ଖେଳାଳି । ଉଭୟଙ୍କୁ ଟେଷ୍ଟ ଟିମ୍‌ର ନିୟମିତ ସଦସ୍ୟ ଭାବେ ଚୟନ କରାଯାଉଥିଲା । କିନ୍ତୁ ଦକ୍ଷିଣ ଆଫ୍ରିକା ସିରିଜ୍‌ ଲାଗି ଉଭୟଙ୍କୁ ବାଦ୍‌ ଦିଆଯାଇଛି । ତାଙ୍କ ବଦଳରେ ଯୁବ ଖେଳାଳିଙ୍କୁ ଚୟନ କରାଯାଇଛି । ତେବେ ଏଠି ପ୍ରଶ୍ନ ଉଠୁଛି ଯେ, ସତରେ କ’ଣ ଚେତେଶ୍ୱର ପୂଜାରା ଏବଂ ଆଜିଙ୍କ୍ୟା ରାହାଣେଙ୍କ ଟେଷ୍ଟ କ୍ୟାରିୟର ଶେଷ ହୋଇଯାଇଛି । ଶେଷ ଥର ପାଇଁ ପୂଜାରା ୨୦୨୩ ବିଶ୍ୱ ଟେଷ୍ଟ ଚମ୍ପିଆନ୍‌ସିପ୍‌ ଫାଇନାଲରେ ଖେଳିଥିବା ବେଳେ ରାହାଣେ  ଓ୍ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଶେଷ ମ୍ୟାଚ୍‌ ଖେଳିଥିଲେ ।

wp:embed {"url":"https://www.prameyanews7.com/virat-kohli-may-be-take-a-break-from-white-ball-format/","type":"wp-embed","providerNameSlug":"prameya-news-7"}
https://www.prameyanews7.com/virat-kohli-may-be-take-a-break-from-white-ball-format/
/wp:embed

ଚେତେଶ୍ୱର ପୂଜାରା ବର୍ତ୍ତମାନ ସୁଦ୍ଧା ୧୦୩ଟି ଟେଷ୍ଟ ମୁକାବିଲା ଖେଳିସାରିଛନ୍ତି । ଯେଉଁଥିରେ ସେ ୭୧୯୫ ରନ୍‌ ସଂଗ୍ରହ କରିଛନ୍ତି । ୨୦୬ ତାଙ୍କର ସର୍ବାଧିକ ସ୍କୋର ରହିଛି । ତେବେ ଟେଷ୍ଟ କ୍ୟାରିୟରରେ ୧୯ଟି ଶତକ ହାସଲ କରିଥିବା ବେଳେ ୩ଟି ଦ୍ୱିଶତକ ହାସଲ କରିଛନ୍ତି । ଏହାସହିତ ୩୫ଟି ଅର୍ଦ୍ଧଶତକ ମଧ୍ୟ ହାସଲ କରିଛନ୍ତି । ବିଶ୍ୱ ଟେଷ୍ଟ ଚମ୍ପିଆନସିପ୍‌ ଫାଇନାଲ ମୁକାବିଲା ଥିଲା ପୂଜାରାଙ୍କ ଶେଷ ଟେଷ୍ଟ ମ୍ୟାଚ୍‌ ।

wp:embed {"url":"https://www.prameyanews7.com/bcci-offered-ashish-nehra-the-post-of-t20-coach/","type":"wp-embed","providerNameSlug":"prameya-news-7"}
https://www.prameyanews7.com/bcci-offered-ashish-nehra-the-post-of-t20-coach/
/wp:embed

ସେହିପରି ବର୍ତ୍ତମାନ ସୁଦ୍ଧା ୮୫ଟି ଟେଷ୍ଟ ମ୍ୟାଚ୍‌ ଖେଳିସାରିଛନ୍ତି ଆଜିଙ୍କ୍ୟ ରାହାଣେ । ଯେଉଁଥିରେ ମୋଟ ୫୦୭୭ ରନ୍‌ ସଂଗ୍ରହ କରିଛନ୍ତି । ୧୮୮ ତାଙ୍କର ସର୍ବାଧିକ ସ୍କୋର ରହିଛି । ତେବେ ଟେଷ୍ଟ କ୍ୟାରିୟରରେ ରାହାଣେ ୧୨ଟି ଶତକ ହାସଲ କରିଥିବା ବେଳେ ୨୬ଟି ଅର୍ଦ୍ଧଶତକ ପୂରଣ କରିଛନ୍ତି । ୨୦୧୮ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶେଷ ଦିନିକିଆ ମ୍ୟାଚ୍‌ ଖେଳିଥିଲେ ରାହାଣେ ।

wp:embed {"url":"https://www.prameyanews7.com/r-subbalakshmi-passed-away-malayalam-actress/","type":"wp-embed","providerNameSlug":"prameya-news-7"}
https://www.prameyanews7.com/r-subbalakshmi-passed-away-malayalam-actress/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.