ହିନ୍ଦୁ ସାଧୁ ଚିନ୍ମୟ କୃଷ୍ଣ ଦାସ ନିରାଶ: ମିଳୁନାହାନ୍ତି ଓକିଲ, ମାସେ ପରେ ହେବ ଶୁଣାଣି

Published By : Prameya-News7 Bureau | December 03, 2024 IST

News7

ନୂଆଦିଲ୍ଲୀ: ହିନ୍ଦୁ ସାଧୁ ତଥା ଇସ୍କନ ସଦସ୍ୟ ଚିନ୍ମୟ କୃଷ୍ଣ ଦାସ ନିରାଶ। ମଙ୍ଗଳବାର ତାଙ୍କ ଜାମିନ ଆବେଦନ ଉପରେ ଶୁଣାଣି ଏକ ମାସ ସ୍ଥଗିତ ରଖିଛନ୍ତି। 'BDnews24.com' ରିପୋର୍ଟ ଅନୁସାରେ କୋଟଓ୍ୱାଲି ମହାନଗର ନିଗମର ପୋଲିସ ଉଦ୍ଦେଶ୍ୟରେ କୋର୍ଟ କହିଛନ୍ତି ଯେ ମଙ୍ଗଳବାର ଜାମିନ ଆବେଦନ ଉପରେ ପ୍ରାଥମିକ ଶୁଣାଣି ପରେ ପରବର୍ତ୍ତୀ ଶୁଣାଣି ପାଇଁ ଜାନୁଆରୀ ୨ରେ ସ୍ଥିର କରିଛନ୍ତି ବିଚାରପତି। ଏକ ମାସ ପରେ ହିଁ ଜଣା ପଡ଼ିବ ଯେ ଦାଶ ତାଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ଦେଶଦ୍ରୋହ ମାମଲାରେ ଜାମିନ ପାଇବେ କି ନାହିଁ।

ଚିନ୍ମୟ କୃଷ୍ଣ ଦାସଙ୍କ ଜାମିନ ଆବେଦନ ମଙ୍ଗଳବାର ମହାନଗର ନିଗମର ସ୍ପେଶାଲ କୋର୍ଟରେ ଶୁଣାଣି ହେବ କିନ୍ତୁ ଚିନ୍ମୟଙ୍କ ପକ୍ଷରୁ କୌଣସି ଓକିଲ ହାଜର ହୋଇନାହାଁନ୍ତି ବୋଲି ରିପୋର୍ଟରେ ଦର୍ଶାଯାଇଛି। ଜାମିନ ଆବେଦନ ଉପରେ ଶୁଣାଣିକୁ ଦୃଷ୍ଟିରେ ରଖି କୋର୍ଟ କମ୍ପ୍ଲେକ୍ସରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ଏବଂ ବିଭିନ୍ନ ବାହିନୀର ସୁରକ୍ଷା ଅଧିକାରୀ ବହୁ ସଂଖ୍ୟାରେ ନିୟୋଜିତ ହୋଇଥିଲେ। ଦାଶଙ୍କୁ ଶୁଣାଣି ପାଇଁ କୋର୍ଟରେ ହାଜର କରାଯାଇନାହିଁ।

ହିନ୍ଦୁ ସଂଖ୍ୟାଲଘୁଙ୍କ ସୁରକ୍ଷା ଦାବି କରି ଗତ ମାସରେ ରାଙ୍ଗପୁରରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହା ପରେ ସନାତନୀ ଜାଗରଣ ଜୋତେର ମୁଖପାତ୍ର ଚିନ୍ମୟ କୃଷ୍ଣଙ୍କୁ ଗିରଫ କରାଯାଇଥିଲା । ତାଙ୍କ ବିରୋଧରେ ରାଷ୍ଟ୍ରଦୋହ ମାମଲା ରୁଜୁ ହୋଇଛି । ସେ ଇସ୍କନର ଜଣେ ପ୍ରମୁଖ କର୍ମକର୍ତ୍ତା ଥିଲେ । ଗତ ମାସରେ ଚିନ୍ମୟ କୃଷ୍ଣଙ୍କ ଜାମିନ ନାମଞ୍ଜୁର ହେଲା ପରେ କୋର୍ଟ ବାହାରେ ହିଂସାକାଣ୍ଡ ଦେଖାଦେଇଥିଲା । ଏହି ଘଟଣାରେ ଜଣେ ଓକିଲଙ୍କର ମୃତ୍ୟୁ ଘଟିଥିଲା । ମୃତକଙ୍କ ଭାଇ ୧୧୬ ଜଣଙ୍କ ନାମରେ ଥାନାରେ ଏତଲା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.