ବଡ଼ ପ୍ଲାନ କରୁଛି ନୋକିଆ ! କମ୍ପାନୀ କରିପାରେ ୧୦ ହଜାର କର୍ମଚାରୀଙ୍କୁ ଛଟେଇ

Published By : Prameya-News7 Bureau | February 07, 2024 IST

ନୂଆଦିଲ୍ଲୀ ୦୭।୦୨ : ଦେବ ନୋକିଆ ପୁଣି ଝଟ୍‌କା । ଏକାଥରକେ ଛଟେଇ ହୋଇପାରନ୍ତି ୧୧ ହଜାରରୁ ୧୪ ହଜାରରୁ ଅଧିକ କର୍ମଚାରୀ । ଏନେଇ କମ୍ପାନୀ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ । ହେଲେ ଏପରି କରିବାକୁ କମ୍ପାନୀ ଯୋଜନା କରୁଛି ବୋଲି ଚର୍ଚ୍ଚା ହେଉଛି।

wp:embed {"url":"https://www.prameyanews7.com/salesforce-laying-off-700-workers-in-latest-tech-industry/","type":"wp-embed","providerNameSlug":"prameya-news-7"}
https://www.prameyanews7.com/salesforce-laying-off-700-workers-in-latest-tech-industry/
/wp:embed

ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ନିକଟରେ ତରୁଣ ଛାବ୍ରାଙ୍କୁ ନୋକିଆ ଭାରତର ମୁଖ୍ୟ ନିଯୁକ୍ତି କରିଛି । ନୋକିଆ ଭାରତର ଅଧ୍ୟକ୍ଷ ସଞ୍ଜୟ ମଲ୍ଲିକଙ୍କ ସ୍ଥାନ ନେବେ ତରୁଣ ଛାବ୍ରା ।  ଗତ ୮ ବର୍ଷ ଧରି ସଞ୍ଜୟ ଭାରତରେ ନୋକିଆର ପ୍ରମୁଖ ଭାବେ ଦାୟିତ୍ୱ ସମ୍ଭାଳୁଛନ୍ତି । ଆଉ ଏବେ କମ୍ପାନୀ ପକ୍ଷରୁ ନୂତନ ଅଧ୍ୟକ୍ଷ ନିଯୁକ୍ତି କରାଯାଇଛି । ୩୧  ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ଦାୟିତ୍ୱରେ ରହିବେ ସଞ୍ଜୟ । ଏହାପରେ ଏପ୍ରିଲ ପହିଲାରୁ ତରୁଣ ଦାୟିତ୍ୱ ନେବେ । ତରୁଣ ଛାବ୍ରା ପୂର୍ବରୁ ମୋବାଇଲ୍‌ ନେଟ୍‌ଓ୍ୱର୍କ ବିଭାଗର ପ୍ରମୁଖ ଥିଲେ । ଏବେ ଭାରତର ନୋକିଆ ଅଧ୍ୟକ୍ଷ ଭାବେ ସମ୍ଭାଳିବେ ଦାୟିତ୍ୱ ।

wp:embed {"url":"https://www.prameyanews7.com/microsoft-to-cut-1900-jobs-in-activision-blizzard-xbox-units-read-gaming-ceos-memo-to-staff/","type":"wp-embed","providerNameSlug":"prameya-news-7"}
https://www.prameyanews7.com/microsoft-to-cut-1900-jobs-in-activision-blizzard-xbox-units-read-gaming-ceos-memo-to-staff/
/wp:embed

ହେଲେ ଏସବୁ ଭିତରେ ଆସିଛି କର୍ମଚାରୀ ଛଟେଇ ଖବର । ଆଗାମୀ କିଛି ଦିନ ମଧ୍ୟରେ କମ୍ପାନୀ ୧୧ ହଜାରରୁ ୧୪ ହଜାର କର୍ମଚାରୀଙ୍କୁ ଛଟେଇ କରିପାରେ । କେବଳ ଭାରତରେ ନୁହେଁ ପୁରା ବିଶ୍ୱରେ କମ୍ପାନୀ ପକ୍ଷରୁ ଏହି ମାତ୍ରାରେ କର୍ମଚାରୀଙ୍କୁ ଛଟେଇ ହୋଇପାରେ । ଏହାସହିତ କିଛି କର୍ମଚାରୀଙ୍କ ଦରମା ମଧ୍ୟ ହ୍ରାସ କରିବାର ଖବର ମଧ୍ୟ ରହିଛି । କମ୍ପାନୀ ନିଜର କାମକୁ ପୂର୍ବ ଅପେକ୍ଷା ଆହୁରି ଉତ୍ତମ ଧରଣରେ କରିବାକୁ ଯୋଜନା କରୁଛି । ଯାହାକୁ ନେଇ କମ୍ପାନୀ ଏତେ ଛଟେଇ ପରି ନିଷ୍ପତ୍ତି ନେଇପାରେ । ହେଲେ ଏହି କଥାରେ କେତେ ରହିଛି ସତ । ତାହା ଆଗାମୀ ଦିନରେ ଜଣାପଡିବ ।

wp:embed {"url":"https://www.prameyanews7.com/ritika-sajdeh-reaction-on-mark-boucher-interview/","type":"wp-embed","providerNameSlug":"prameya-news-7"}
https://www.prameyanews7.com/ritika-sajdeh-reaction-on-mark-boucher-interview/
/wp:embed

  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.