ବିବାଦ ଠାରୁ ବହୁ ଦୂରରେ ଶିଳ୍ପ ଗଡ ଫାଦର ରତନ ଟାଟା...

Published By : Prameya-News7 Bureau | October 10, 2024 IST

ନୂଆଦିଲ୍ଲୀ ୧୦।୧୦: ଦେଶର ଖ୍ୟାତାନାମା ଉଦ୍ୟୋଗପତି। ଟାଟା ସନ୍ସର ପୂର୍ବତନ ଚେୟାରମ୍ୟାନ ରତନ ଟାଟା। ଅସାଧାରଣ ବ୍ୟକ୍ତିତ୍ବ, ଦୟାଳୁ ଆତ୍ମା । ଦେଶ ଭକ୍ତ, ଭାରତୀୟ ଶିଳ୍ପର ଅମୂଲ୍ୟ ରତ୍ନ । ଆଉ ନାହାନ୍ତି ବିଜନେସ୍ ଟାଇକୁନ । ୮୬ ବର୍ଷ ବୟସରେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ। ଏ ନେଇ ଟାଟା ଗ୍ରୁପ ପକ୍ଷରୁ ଆନୁଷ୍ଠାନିକ ଭାବେ ସୂଚନା ଦିଆଯାଇଛି । 

ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ପରଲୋକ ଭାରତ ଉଦ୍ୟୋଗଜଗତରେ ଅପୂରଣୀୟ କ୍ଷତି ଘଟିଛି । ପଦ୍ମବିଭୂଷଣ ଏବଂ ପଦ୍ମଭୂଷଣ ରତନ ଟାଟାଙ୍କ ବିୟୋଗରେ ସମଗ୍ର ଦେଶରେ ଶୋକର ଛାୟା ଖେଳି ଯାଇଛି ।  ଦେଶରେ ମାତ୍ର କେତେ ଜଣ ଉଦ୍ୟୋଗୀ ଥିବେ । ଯେଉଁମାନେ ଦେଶ ପାଇଁ ବଞ୍ଚୁଥିବେ ନିଜ ପାଇଁ ନୁହେଁ । ଦେଶ ତଥା ଦେଶବାସୀଙ୍କ ଉନ୍ନତି ଓ ଅଗ୍ରଗତି ପାଇଁ ଯୋଗଦାନ ଦେଉଥିବେ । ଦେଶବାସୀଙ୍କୁ ନିମ୍ନ ସ୍ତରରୁ ଉଠାଇ ସମାଜର ମୁଖ୍ୟସ୍ରୋତରେ ନେବା ପାଇଁ ଆଗତୁର ଥିବେ । ସେହିଭଳି ଜଣେ ଉଦ୍ୟୋଗପତି ଥିଲେ ରତନ ଟାଟା । 

ତାଙ୍କର ସଫଳତାର କାହାଣୀ ଭାରତୀୟ ଅର୍ଥନୀତିରେ ସ୍ପଷ୍ଟ ଦୃଶ୍ୟମାନ  । ଅତି ଲାଜକୁଳା ସ୍ୱଭାବର ଥିବା ସେହି ପିଲାଟି ଯେ ଭବିଷ୍ୟତରେ ଟାଟାକୁ ଏକ ଗ୍ଲୋବାଲ ବ୍ରାଣ୍ଡ ଭାବେ ଗଢ଼ି ତୋଳିବ ତାହା କାହାକୁ ଜଣା ନ ଥିଲା । ଦୁଇ ଦଶନ୍ଧି ଧରି ଟାଟା ଗ୍ରୁପ୍‌ର ଅଧ୍ୟକ୍ଷ ପଦରେ ରହି ସେ ଦେଶର ଅର୍ଥନୀତିରେ ବଡ଼ ମୂଲ୍ୟ ଯୋଡ଼ିଥିଲେ । ଭାରତରେ କୋଣ ଅନୁକୋଣରେ ଟାଟାର ସେବା ଆଉ ସାମଗ୍ରୀ । ଲୁଣ ଠାରୁ ଆରମ୍ଭ କରି ବିମାନ ସେବା ପର୍ଯ୍ୟନ୍ତ ସବୁଥିରେ ଟାଟା । ଆଉ ଏହା ପଛରେ ଯାହାର ବୁଦ୍ଧି ସେ ଥିଲେ ରତନ ଟାଟା । ବିବାଦ କେବେ ବି ତାଙ୍କ ରାସ୍ତାରେ ଆସି ନ ଥିଲା । ସେ ଏସବୁରୁ ସେ ବହୁ ଦୂରରେ ଥିଲେ। ବ୍ୟବସାୟ ଚତୁରତା, ଦୂରଦୃଷ୍ଟି ଏବଂ ନିଜର ମଜଭୂତ କାର୍ଯ୍ୟ ନୀତିରୁ ସେ ନିଜ ପାରିବାରିକ ବ୍ୟବସାୟକୁ ଏକ ଅନ୍ତରାଷ୍ଟ୍ରୀୟ ସାମ୍ରାଜ୍ୟରେ ରୂପାନ୍ତର କରିଥିଲେ । ତାଙ୍କ କାର୍ଯ୍ୟକାଳରେ ଟାଟା ଗ୍ରୁପ୍‌ର ରାଜସ୍ୱ ହୋଇଥିଲା ବହୁଗୁଣା । 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.