କୋହଲି ନୁହେଁ ଏଇ କ୍ରିକେଟର ଭାଙ୍ଗିବେ ସଚିନ୍‌ଙ୍କ ରେକର୍ଡ, ଭବିଷ୍ୟବାଣୀ କଲେ କଙ୍ଗାରୁ ଖେଳାଳି

Published By : Prameya-News7 Bureau | September 26, 2024 IST

ମୁମ୍ୱାଇ ୨୬/୦୯: ବିରାଟ କୋହଲି ନିକଟରେ ଚେନ୍ନାଇରେ ବାଂଲାଦେଶ ବିପକ୍ଷରେ ଖେଳିଥିଲେ ଟେଷ୍ଟ ମ୍ୟାଚ୍ । ଯେଉଁଠି ତାଙ୍କ ବ୍ୟାଟରୁ ହୋିଥିଲା ମାତ୍ର ୨୩ ରନ୍ । କୋହଲିକୁ ନେଇ ପୁଣିଥରେ ଡିବେଟ ହୋଇଛି । ଚର୍ଚ୍ଚା ହେଉଥିଲା କି, ସେ କୁଆଡେ ସଚିନ ତେନ୍ଦୁଲରକରଙ୍କ ରେକର୍ଡ ଭାଙ୍ଗିବେ କି । 

ନିକଟରେ ତାଙ୍କ ବୟାନରେ ଅଷ୍ଟ୍ରେଲିୟା ବ୍ରାଡ ହଗ କହିଥିଲେ କୋହଲି ତେନ୍ଦୁଲକରଙ୍କ ଟେଷ୍ଟ ରେକର୍ଡ ଭାଙ୍ଗିବେ । କିନ୍ତୁ ଏହା ପୂର୍ବରୁ ଜୋ ରୁଟ୍ ଥିଲେ ବଡ ଦାବିଦାର । ୟୁଟ୍ୟୁବ୍ ଭିଡିଓରେ ହଗ୍ କେନ୍ଦୁଲକରଙ୍କ ଟେଷ୍ଟ ରନ ତୁଳନାରେ କୋହଲି ଏବଂ ଇଂଲଣ୍ଡ ର ଷ୍ଟାର ବ୍ୟାଟର ଜୋ ରୁଟ୍ ଙ୍କ କଥା କହି କହିଥିଲେ ଯେ କେବଳ ରୁଟ୍ ହିଁ ସଚିନଙ୍କ ୨୦୦ ଟେଷ୍ଟ କ୍ୟାରିୟର ରେ କରିଥିବା ୧୫, ୯୨୧ ରନ୍ କରି ବିଶ୍ୱ ରେକର୍ଡ ଭାଙ୍ଗିପାରିବେ । 

୩୩ ବର୍ଷୀୟ ରୁଟ୍ ଏବେ ଯାଏଁ ୧୪୬ ଟେଷ୍ଟ ମ୍ୟାଚ୍‌ରେ ୧୨,୪୦୨ ରନ୍ କରିଥିଲେ । ଏମିତି କରି ସେ ରହିଥିଲେ ତେନ୍ଦୁଲକରଙ୍କ ପଛରେ । ହଗ୍ କହିଛନ୍ତି ମୋତେ ଲାଗୁନି କି ବିରାଟ ସେହି ରେକର୍ଡର ଅଧିକାରି ହୋଇପାରିବେ । ଯାହା ଜଣାପଡୁଛି ବିରାଟଙ୍କ ଆଉ ସେପରି ପର୍ମ ନାହିଁ । କାରଣ ସେ ତାଙ୍କର ସ୍ପିଡ ହରାଇସାରିଲେଣି । ଦିଗ୍ଗଜ ସ୍ପିନର ଏକଥା କହିଥିଲେ କି, ୧୦ ଟେଷ୍ଟ ମ୍ୟାଚ୍‌ରେ କମ୍ ବ୍ୟାକ୍ କରିବା ଦରକାର ନଚେତ୍ ତାଙ୍କର ଫର୍ମ ଫେରିପାଇବା କଷ୍ଟକର ହୋଇପଡିବ । 

କୋହଲି ୨୭ ସେପ୍ଟେମ୍ୱର କାନପୁରରେ ହେବାକୁ ଥିବା ବାଙ୍ଗଲାଦେଶ ବିପକ୍ଷରେ ଦ୍ୱିତୀୟ ଟେଷ୍ଟ ଖେଳୁଥିବା ନଜର ଆସିବେ । ସେଠାରେ ହିଁ କୋହଲିଙ୍କୁ ଟେଷ୍ଟ ରେକର୍ଡ ସୁଧାରି ପାରିବେ । ଭାରତରେ ଏହି ବର୍ଷ ଶେଷରେ ୫ ଟେଷ୍ଟ ମ୍ୟାଚ୍ ବିଶିଷ୍ଟ ସିରିଜ ଖେଳିବାର ଅଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.