କର୍ଣ୍ଣାଟକ ଏବଂ ତାମିଲନାଡୁ ପରେ ଏବେ ମହାରାଷ୍ଟ୍ରରେ ଅମୂଲ ବିରୋଧୀ ସ୍ବର, ମନ୍ତ୍ରୀ କହିଲେ- ଉତ୍ପାଦକ ସଂଘ ଆଗକୁ ଆସନ୍ତୁ

Published By : Prameya-News7 Bureau | May 30, 2023 IST

ନୂଆଦିଲ୍ଲୀ, ୩୦/୦୫: କର୍ଣ୍ଣାଟକ ଏବଂ ତାମିଲନାଡୁ ପରେ ଏବେ ମହରାଷ୍ଟ୍ରରେ ପହଞ୍ଚିଛି ଅମୂଲ କ୍ଷୀର ବିରୋଧରେ ଲଢ଼େଇ। ମହରାଷ୍ଟ୍ରର ପଶୁସମ୍ପଦ ମନ୍ତ୍ରୀ ରାଧାକୃଷ୍ଣ ବିଖେ ପାଟିଲ ରାଜ୍ୟର କ୍ଷୀର ଉତ୍ପାଦକ ସଂଘଙ୍କୁ ନିଜର ଅସ୍ତିତ୍ବ ବଞ୍ଚାଇବା ପାଇଁ ଅମୂଲ ବିରୋଧରେ ଆଗକୁ ଆସିବାକୁ ଅପିଲ୍‌ କରିଛନ୍ତି। ଏହା ପୂର୍ବରୁ ସେ ମହରାଷ୍ଟ୍ରର ଲୋକପ୍ରିୟ ଦୁଗ୍ଧ ବ୍ରାଣ୍ଡ୍‌ ‘ଗୋକୁଳ’ କ୍ଷୀର ଉତ୍ପାଦକ ସଂଘର ଅଧ୍ୟକ୍ଷ ଅରୁଣ ଡୋଙ୍ଗଲେଙ୍କ ସହ କଥା ହୋଇଛନ୍ତି। ମନ୍ତ୍ରୀ ରାଜ୍ୟର ‘ମହାନନ୍ଦ’ କ୍ଷୀର ସଂଘ ସହ ମଧ୍ୟ ଏନେଇ ଚର୍ଚ୍ଚା କରିବେ। ଏହା ସହ ମନ୍ତ୍ରୀ ପାଟିଲ ମହରାଷ୍ଟ୍ର ସରକାରଙ୍କୁ ଅପିଲ୍ କରି ରାଜ୍ୟରେ କର୍ଣ୍ଣାଟକ ଏବଂ ତାମିଲନାଡୁ ଭଳି ନୀତି ଆପଣାଇବାକୁ କହିଛନ୍ତି।

ନିକଟରେ କର୍ଣ୍ଣାଟକରେ ଅମୂଲ କ୍ଷୀର ବିରୋଧରେ ସ୍ଥାନୀୟ ଦୁଗ୍ଧ ବ୍ରାଣ୍ଡ୍‌ ‘ନନ୍ଦିନୀ‘କୁ ବଞ୍ଚାଇବାକୁ ଲୋକେ ରାସ୍ତାକୁ ଓହ୍ଲାଇଥିଲେ। ଏହା ପରେ ତାମିଲନାଡୁରେ ମଧ୍ୟ ‘ଆଭିନ’ ଦୁଗ୍ଧ ବ୍ରାଣ୍ଡ୍‌କୁ ବଞ୍ଚାଇବା ପାଇଁ ଅମୂଲ କ୍ଷୀର ବିରୋଧରେ ମୋର୍ଚ୍ଚା ଆରମ୍ଭ ହୋଇଛି। ଅମୂଲ ଉପରେ ଅଭିଯୋଗ ହୋଇଛି ଯେ ଏହା ନିଜର ବ୍ୟବସାୟିକ ଉପାୟ ଏବଂ ଦୁଗ୍ଧ ଚାଷୀଙ୍କୁ ଅଧିକ ଟଙ୍କା ଲୋଭ ଦେଖାଇ ସ୍ଥାନୀୟ କ୍ଷୀର ବ୍ରାଣ୍ଡ୍‌କୁ ବଜାରର ଧ୍ବଂସ କରିବାକୁ ଲାଗିଛି।

{"id":766710,"width":659,"height":370,"sizeSlug":"full","linkDestination":"none"}

ଆହୁରି ପଢ଼ନ୍ତୁ: ତାମିଲନାଡୁରେ ଦୁଗ୍ଧ ନକିଣୁ ଅମୁଲ, ଅମିତ୍ ଶାହଙ୍କୁ ଚିଠି ଲେଖିଲେ ଷ୍ଟାଲିନ୍; ଉଠିଲା ନୂଆ ବିବାଦ

ପ୍ରକୃତରେ ନନ୍ଦିନୀ କ୍ଷୀର ଏବଂ ଦହିର ଦାମ୍ କମ୍‌ ରହିଛି। ଏହାର କାରଣ ହେଉଛି ସ୍ଥାନୀୟ ସରକାରଙ୍କ ଦ୍ବାରା ଏହା ଉପରେ ଦିଆଯାଉଥିବା ସବ୍‌ସିଡି। କ୍ଷୀର-ଦହି ସାଧାରଣ ଜନତା ପାଇଁ ଅତ୍ୟାବଶ୍ୟକ ଉତ୍ପାଦ, ଏଥିପାଇଁ ସ୍ଥାନୀୟ ସରକାର ଏହାର ଦାମ୍‌କୁ ନିୟନ୍ତ୍ରିତ ରଖିବା ପାଇଁ କ୍ଷୀର ଉତ୍ପାଦକଙ୍କୁ ସବସିଡି ଦେଇଥାଏ। ଏହି କାରଣରୁ କେବଳ ଯେ ବେଙ୍ଗାଲୁରୁର ୭୦ ପ୍ରତିଶତ ଦୁଗ୍ଧ ବଜାର ନୁହେଁ ବରଂ ୭ ରାଜ୍ୟରେ ନନ୍ଦିନୀର ବ୍ୟବସାୟ ରହିଛି।

{"id":795317,"width":672,"height":426,"sizeSlug":"full","linkDestination":"none"}

କିନ୍ତୁ ଅମୂଲ ବଜାରର ୨୮ ରାଜ୍ୟରେ ଏହାର ବ୍ୟବସାୟ ରହିଛି। ନନ୍ଦିନୀ ସହ ୨୪ ଲକ୍ଷ ଦୁଗ୍ଧ ଉତ୍ପାଦକ ଯୋଡ଼ି ହୋଇ ରହିଥିବା ବେଳେ ଅମୂଲ ସହ ୩୬.୪ ଲକ୍ଷ ଉତ୍ପାଦକ ରହିଛନ୍ତି। ନନ୍ଦିନୀର ଟର୍ଣ୍ଣଓଭର ୧୯ ହଜାର କୋଟି ଟଙ୍କାର ରହିଥିବାବେଳେ ୬୧ ହଜାର କୋଟି ରହିଛି। ଅଭିଯୋଗ ହୋଇଛି ଯେ ଅମୂଲ ଟଙ୍କା ବଳରେ ନନ୍ଦିନୀର ଅସ୍ତିତ୍ବ ଧ୍ବଂସ କରିବାକୁ ଚେଷ୍ଟା କରୁଛି। ଏଥିପାଇଁ କର୍ଣ୍ଣାଟକରେ ନନ୍ଦିନୀ ବଞ୍ଚାଅ ଅଭିଯାନ ଆରମ୍ଭ ହୋଇଛି।

{"id":795316,"width":674,"height":380,"sizeSlug":"full","linkDestination":"none"}

ତାମିଲନାଡୁ​‌ରେ ମଧ୍ୟ ଅମୂଲ ଚାଷୀଙ୍କ ଠାରୁ ଅଧିକ ଦାମ୍‌ରେ କ୍ଷୀର କିଣି ସେଠିକାର ସ୍ଥାନୀୟ ବ୍ରାଣ୍ଡ୍ ‘ଆଭିନ’କୁ ଉତ୍ପାଦକଙ୍କୁ କ୍ଷୀର ବିକିବାରୁ​‌ ରୋକୁଥିବା ଅଭିଯୋଗ ହୋଇଛି। ତାମିଲନାଡୁ ସରକାରର କୃଷି ମନ୍ତ୍ରୀ  ମନୋ ଥଗରାଜ ଆଭିନ ବ୍ରାଣ୍ଡ ବଞ୍ଚାଇବାକୁ ଚାଷୀଙ୍କୁ କ୍ଷୀର କିଣା ମୂଲ୍ୟ ବଢ଼ାଇବାକୁ ଘୋଷଣା କରିଛନ୍ତି।

ଆହୁରି ପଢ଼ନ୍ତୁ: ଲିଫ୍ଟ ଭିତରେ ଅଧ ଘଣ୍ଟା ଧରି ଫସିରହିଲେ କନିଆଁ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.