ଏଥର ଆଠଟି ଭାଷାରେ ହେବ IPL କମେଣ୍ଟ୍ରି, ବାଦ୍ ପଡିଲା ଓଡିଆ ଭାଷା

Published By : Prameya-News7 Bureau | March 18, 2024 IST

ଭୁବନେଶ୍ୱର ୧୮/୦୩ : ମାର୍ଚ୍ଚ ୨୨ରୁ ଆରମ୍ଭ ହେବ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୭ ତମ ସଂସ୍କରଣ । ପାଖାପାଖି ଦୁଇମାସ ଧରି ଚାଲିବ ଫଟାଫଟ୍ କ୍ରୀଡା ମହାକୁମ୍ଭ । କମିବ ମୈଦାନ,ଜମିବ ଛକା ଚଉକାର ବର୍ଷା । ପ୍ରଥମ ମ୍ୟାଚ୍‌ରେ ମୁହାଁମୁହିଁ ହେବେ CSK ଓ RCB । ରଙ୍ଗୀନ ଆଲୋକମାଳାରେ ଝଲସିବ ଷ୍ଟାଡିୟମ । 


କ୍ରିକେଟର ତୟାର, କମେଣ୍ଟ୍ରେଟର ବି ରେଡି । ଅପେକ୍ଷା ମାର୍ଚ୍ଚ ୨୨କୁ । ମହିଳା ପ୍ରିମିୟର ଲିଗ୍ (ଡବ୍ଲୁପିଏଲ୍) ର ନିର୍ଦ୍ଧାରିତ ସମାପ୍ତ ହେବାର ଠିକ୍ ପାଞ୍ଚ ଦିନ ପରେ ଆଇପିଏଲ ଉତ୍ସବ ଆରମ୍ଭ ହେବ । ବିସିସିଆଇ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ହେବ ମ୍ୟାଚ୍ ।  ଯେତିକି ଉତ୍ସାହୀତ ଫ୍ୟାନ୍ସ ସେତିକି ବଢୁଛି ଉତ୍କଣ୍ଠା । ତେବେ ଏଥର ଆଇପିଏଲ୍‌ରୁ ବାଦ ପଡିଛି ଓଡିଆ ଭାଶା । ଲୋରିଆ କରିବେ ଆଇପିଏଲ୍‌ରେ ଓଡିଆ କମେଣ୍ଟ୍ରି, ମୋବାଇଲ ଆପ୍‌ରେ ମଜା ଉଠାଇବେ କ୍ରିକେଟପ୍ରେମୀ । 


ଇଂରାଜୀ, ହିନ୍ଦୀ, ତେଲଗୁ, ମାଲାୟଲମ, ମରାଠୀ, ଗୁଜୁରାଟୀ, ବଙ୍ଗଳା ସହ ମୋଟ ୮ଟି ଭାଷାରେ ହେବ କମେଣ୍ଟ୍ରି । ହେଲେ ଭାଷ୍ୟକାର ଦୌଡରୁ ବାଦ୍ ପଡିଛନ୍ତି ଓଡିଆ ଭାଷ୍ୟକାର । ଯାହାକି ସବୁ ଓଡ଼ିଆ ପ୍ରେମୀଙ୍କୁ ବହୁତ ଦୁଃଖୀତ କରିଛି । ଯଦିଓ ଏହା ପଛର କାରଣ କଣ ଜଣାପଡିନି । କିନ୍ତୁ ଏଥର ତାଲିକାରୁ ବାଦ୍ ପଡିଛି ଓଡିଆ । 


ସୂଚନା ଥାଉକି, ଗତ ବର୍ଷ ପ୍ରଥମ ଥର ପାଇଁ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଓଡ଼ିଆ କମେଣ୍ଟ୍ରି ଶୁଣିବାକୁ ମିଳିଥିଲା । ଏମିତିକି ମୋବାଇଲ ଆପ୍‌ରେ ଓଡ଼ିଆ କ୍ରିକେଟପ୍ରେମୀ ଏହାର ମଜା ନେଇଥିଲେ । ଯାହାକୁ ପରିଚାଳନା କରିଥିଲେ କଟକର ଝିଅ ଲୋରିଆ ମହାନ୍ତି । ପ୍ୟାନେଲ୍‌ରେ ବି ରହିଥିଲେ ଓଡ଼ିଆ ଅତିଥି । 


ମ୍ୟାଚ୍‌ ପୂର୍ବରୁ ହେବାକୁ ଥିବା ଅଧଘଣ୍ଟା ଓଡ଼ିଆ ଡିବେଟ୍‌ ପ୍ୟାନେଲ୍‌ ‘ମ୍ୟାଚ୍‌ ସେଣ୍ଟର ଲାଇଭ୍‌ ଆଲୋଚନାରେ ଦେବାଶିଷ ମହାନ୍ତି, ବସନ୍ତ ମହାନ୍ତି, ବିପ୍ଳବ ସାମନ୍ତରାୟଙ୍କ ଭଳି ଅତିଥିମାନେ ଯୋଗଦେଇଥିଲେ । ପ୍ୟାନେଲ ଆଲୋଚନା, ମ୍ୟାଚ୍‌ କମେଣ୍ଟ୍ରି, ଗ୍ରାଫିକ୍ସ ମଧ୍ୟ ଓଡ଼ିଆରେ ପ୍ରସାରିତ ହୋଇଥିଲା । ଏଥର କିନ୍ତୁ ଆଉ ଶୁଣିବାକୁ ମିଳିନି ଓଡିଆରେ ଭାଷ୍ୟକାର । 


you can also read...

୧୬ ବର୍ଷର ପ୍ରତୀକ୍ଷା, ୧୭ ବର୍ଷରେ ପୂରଣ; WPL ଫାଇନାଲରେ ଆର୍‌ସିବି ଚାମ୍ପିଅନ, ମହିଳା ଦେଲେ ମୁକୁଟ

  • cricket
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.