ପ୍ରାକ୍ ବଜେଟ୍ ପରାମର୍ଶ ବୈଠକ, ମୁଖ୍ୟମନ୍ତ୍ରୀ କହିଲେ- ଆଗାମୀ ବଜେଟ୍ ଓଡ଼ିଶା ବିକାଶରେ ସହାୟକ ହେବ

Published By : Prameya-News7 Bureau | July 12, 2024 IST

ଭୁବନେଶ୍ବର ୧୨: ଆସନ୍ତା ୨୫ରେ ଆସିବ ନୂଆ ସରକାରଙ୍କ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ । ଏନେଇ ପ୍ରାକ୍ ବଜେଟ୍ ପରାମର୍ଶ ବୈଠକ ଆୟୋଜିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଭିନ୍ନ ବର୍ଗର ୮୦ରୁ ଅଧିକ ବିଶେଷଜ୍ଞ ସାମିଲ ହୋଇଥିଲା । ୨୦୨୪-୨୫ ବଜେଟ୍‌ର ରୂପରେଖ ନେଇ ବିସ୍ତୃତ ଆଲୋଚନା ହୋଇଛି ।

ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେ କହିଛନ୍ତି, ବଜେଟ୍ ପାଇଁ ଲୋକଙ୍କ ମତାମତ ଲୋଡ଼ା ଯାଇଥିଲା । ବିଭିନ୍ନ ବର୍ଗର ଲୋକେ ନିଜ ନିଜର ମତାମତ ଦେଇଛନ୍ତି । ଲୋକଙ୍କ ସରକାର । ଲୋକଙ୍କ ପାଇଁ ବଜେଟ୍ ଆସିବ। ଲୋକଙ୍କ ଆଶା ଆକାଂକ୍ଷା ବଜେଟ୍‌ରେ ପୂରଣ ହେବ । ଅନଲାଇନରେ ଲୋକଙ୍କ ମତାମତ ମଗାଯାଇଥିଲା । ବର୍ତ୍ତମାନ ସୁଦ୍ଧା ୧୨ ହଜାର ମତାମତ ଆସିଛି । ଯାହାକି ପୂର୍ବ ବର୍ଷ ତୁଳନାରେ ୬ ଗୁଣା ଅଧିକ । ଆଜି ବୈଠକରେ ମଧ୍ୟ ଦେଢ଼ ଶହରୁ ଅଧିକ ବିଶେଷଜ୍ଞଙ୍କ ମତାମତ ନିଆଯାଇଛି । ବଜେଟ୍ ପ୍ରସ୍ତୁତିରେ ଲୋକଙ୍କ ମତାମତକୁ ଗୁରୁତ୍ୱ ଦିଆଯିବ । ଲୋକଙ୍କ ଆଶା ଆକାଂକ୍ଷା ପୂରଣ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । 

You Can Read:

ଡେଙ୍ଗୁ ସହ ଅନ୍ୟ ଜଳବାହିତ ରୋଗର ପ୍ରତିକାର ପାଇଁ CSଙ୍କ ନିର୍ଦ୍ଦେଶ, ବିଭିନ୍ନ ବିଭାଗ ସହ ସମନ୍ବୟ ରଖି କାମ କରିବାକୁ ପରାମର୍ଶ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.