ଆନନ୍ଦପୁର ୨୬।୧୦ : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ପଇତାପାଣି ଗାଁରେ ଅଘଟଣ । ମାଛ ଧରିବାକୁ ଯାଇ କେନାଲରେ ଭାସିଯାଇ ଯୁବକଙ୍କ ମୃତ୍ୟୁ ହୋଇଛି । ଗାଁରେ ପୁରା ଶୋକାକୁଳ ପରିବେଶ ଖେଳିଯାଇଛି ।
ଖବର ଅନୁଯାୟୀ, ବାତ୍ୟା ପ୍ରଭାବରେ ବର୍ଷା ଲାଗିରହିଛି । ଯାହାଫଳରେ କେନାଲମାନଙ୍କରେ ଜଳସ୍ତର ବଢିବାରେ ଲାଗିଛି । ଆନନ୍ଦପୁର ଥାନା ପଇତାପାଣି ଗାଁର ଭାଗିରଥୀ ହୋ ମାଛ ଧରିବାକୁ ଗାଁ ନିକଟସ୍ଥ କେନାଲକୁ ଯାଇଥିଲେ । ହେଲେ ସେଠାରେ ଅସାବଧାନତାରୁ ଭାଗିରଥୀଙ୍କ ଗୋଡ ଖସିଯାଇଥିଲା । ଯାହାଫଳରେ ପାଣିରେ ବୁଡିଯାଇଥିଲେ । ଏପିରିକି କିଛି ବାଟ ଭାସି ମଧ୍ୟ ଯାଇଥିଲେ ଭାଗିରଥୀ । ତେବେ ଭାଗିରଥୀ ପାଣିରେ ଭାସୁଥିବା ଦେଖି ଗାଁ ଲୋକ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରିଥିଲେ । ଏହାପରେ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି ।