କେନ୍ଦୁଝର ୯।୧୧: ସ୍ଲରୀ ପାଇପ୍ ଲାଇନ୍ ଫାଟି ବ୍ୟାପକ ଧାନ ଫସଲ ନଷ୍ଟ । ଆର୍ସେଲର ମିତ୍ତଲ ଆଣ୍ଡ ନିପନ ଷ୍ଟିଲ କମ୍ପାନୀର ସ୍ଲରୀ ପାଇପଲାଇନ ଉଜାଡି ଦେଲା ଗରିବ ଚାଷିର ବର୍ଷକର ଫସଲ । ଧାନ ବିଲରୁ ପାଇପଲାଇନ ହଠାଇବା ସହ କ୍ଷତିପୂରଣ ଦେବାକୁ କ୍ଷତିଗ୍ରସ୍ତ ଚାଷୀ ଦାବି କରିଛନ୍ତି ।
ସୂଚନାଯୋଗ୍ୟ ଯେ, କେନ୍ଦୁଝର ସଦର ବ୍ଲକ୍ ନୟାଗଡ ପଞ୍ଚାୟତ କୁଟୁପାଲି ସାହି ଦେଇ ଯାଇଥିବା ସ୍ଲରୀ ପାଇପ୍ ଲାଇନ୍ଟି କୌଣସି କାରଣରୁ ହଠାତ ଫାଟିଯାଇଥିଲା । ଫଳରେ, ଏଥିରେ ପରିବହନ ହେଉଥିବା ଖଣିଜ ପଦାର୍ଥ ଖୁବ୍ ଜୋରରେ ଅତି ଉଚ୍ଚକୁ ଉଠି ଏକର ଏକର ଗାଁର ଚାଷ ଜମିରେ ପଡ଼ିବା ଆରମ୍ଭ ହୋଇଥିଲା । ଏବେ ଧାନ ଫସଲ ଅମଳର ସମୟ ହୋଇଥିବା ବେଳେ, ଏକର ଏକର ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି । ଯାହା ଚାଷୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଏହି ପାଇପ୍ ଲାଇନ୍ ବଡ଼କାଳିମାଟି ପଞ୍ଚାୟତରେ ଥିବା ଆର୍ସେଲର ମିତ୍ତଲ ଆଣ୍ଡ ନିପନ ଷ୍ଟିଲ କମ୍ପାନୀର ହୋଇଥିବା ବେଳେ, ଚାଷୀଙ୍କୁ ଏହାର କ୍ଷତିପୂରଣ ଦେବା ସହ ଆର୍ସେଲର ମିତ୍ତଲ କମ୍ପାନୀର ସ୍ଲରୀ ପାଇପ ଲାଇନ ହଟାଇବା ପାଇଁ ଦାବି ହୋଇଛି । ଏପରିକି ଏଥିଯୋଗୁଁ ଭବିଷ୍ୟତରେ ଜୀବନ ହାନି ହେବାର ସମ୍ଭାବନା ନେଇ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି ।
You Can Read:
ଭରତପୁର ଥାନା ବିବାଦ ଘଟଣା : କ୍ରାଇମବ୍ରାଞ୍ଚ ହାତରେ ଫରେନସିକ୍ ରିପୋର୍ଟ, ଗୁଜୁରାଟ ଲାବ୍ରୁ ଆସିଲା