ପାଟଣା ୧୨।୧୧: କେନ୍ଦୁଝର ଜିଲ୍ଲାରେ ଥମୁନି ହାତୀ ପଲଙ୍କ ଉପଦ୍ରବ । ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନ ଅଞ୍ଚଳରେ ୨୮ ଟିକିଆ ହାତୀ ପଲର ଉପଦ୍ରବକୁ ନେଇ ଲୋକେ ଅତିଷ୍ଠ । ବନ ବିଭାଗ ହାତୀ ଘଉଡ଼ାଇବାରେ ବିଫଳ ହୋଇଥିବା ଆଣିଲେ ଅଭିଯୋଗ । ବନ ବିଭାଗ ଗାଡିକୁ ଅଟକ ରଖି ବନ କର୍ମଚାରୀଙ୍କୁ ଘେରିଲେ ଗ୍ରାମବାସୀ । ଚମ୍ପୁଆ ରେଞ୍ଜ ଜାଲି ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଘଟଣା ।
ସୂଚନାଯୋଗ୍ୟ ଯେ, ଦୀର୍ଘ ଦିନ ହେବ ଚମ୍ପୁଆ ରେଞ୍ଜରୁ ହାତୀ ଉପଦ୍ରବ ଥମିବାର ନାଁ ନେଉନାହିଁ । ଦୈନିକ ହାତୀ ଏକର ଏକର ଫଳନ୍ତି ଧାନ ଫସଲ ନଷ୍ଟ କରୁଥିବା ବେଳେ ହାତୀ ଘର ଭାଙ୍ଗିବା ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଗଲାଣି । କିଛି ଦିନ ତଳେ ଚମ୍ପୁଆ ରେଞ୍ଜ ଛାଡି ପାଟଣା ରେଞ୍ଜକୁ ଚାଲିଯାଇଥିଲେ ୨୮ଟିକିଆ ହାତୀ ପଲ । ସୋମବାର ପୁଣି ଲେଉଟି ଆସି ଜାଲି, ରାଉତରାପୁର, ଝାଲିଆବେଡା, ବର୍ଧନା ଗ୍ରାମରେ ବ୍ୟାପକ କ୍ଷୟକ୍ଷତି କରିଛନ୍ତି । ତେବେ ହାତୀ ପଲଙ୍କୁ ନିୟନ୍ତ୍ରଣ କରିବାରେ ବନ ବିଭାଗ ବିଫଳ ହୋଇଥିବା ବେଳେ କ୍ଷୟକ୍ଷତିକୁ ନେଇ ନୀରବ ଦ୍ରଷ୍ଟା ସାଜିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହାକୁ ନେଇ ଜାଲି ଗାଁର ଲୋକ ବନ ବିଭାଗ କର୍ମଚାରୀଙ୍କୁ ଘେରାଉ କରିବା ସହ ହୋହାଲ୍ଲା କରିବା ଦେଖିବାକୁ ମିଳିଛି ।
You Can Read:
ଅନ୍ଲାଇନ୍ ଗେମ୍ ନେଲା ଜୀବନ, ବାପା-ବୋଉଙ୍କୁ ଲେଖିଲେ କୋହଭରା ଚିଠି