ସାକ୍ଷୀ, ଭିନେଶ ଓ ବଜରଙ୍ଗ ପୁନିଆଙ୍କ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଲେ ଶତାଧିକ କନିଷ୍ଠ ରେସ୍ଲର, ଦିଲ୍ଲୀ ଜନ୍ତରମନ୍ତରରେ କରୁଛନ୍ତି ବିକ୍ଷୋଭ

Published By : Prameya-News7 Bureau | January 03, 2024 IST

ନୂଆଦିଲ୍ଲୀ ୩।୧: ଭାରତୀୟ କୁସ୍ତି ସଂଘକୁ ନେଇ ଚାଲିଥିବା ବିବାଦ ବୁଧବାର ନୂଆମୋଡ଼ ନେଇଛି। ଏପର୍ଯ୍ୟନ୍ତ ଦିଲ୍ଲୀରେ ଆନ୍ଦୋଳନ କରୁଥିବା ଓ ସମ୍ମାନ ଫେରାଇଥିବା ସାକ୍ଷୀ ମଲ୍ଲିକ, ବଜରଂ ପୁନିଆ ଓ ଭିନେଶ ଫୋଗଟଙ୍କ ବିରୋଧରେ ପ୍ରଦର୍ଶନ ଆରମ୍ଭ ହୋଇଯାଇଛି। ବୁଧବାର ଜନ୍ତରମନ୍ତରରେ ଶତାଧିକ ରେସ୍ଲର ଏକତ୍ରିତ ହୋଇ ୩ ଜଣଙ୍କୁ ବିରୋଧ କରିଛନ୍ତି। ଏହି ଜୁନିୟର ରେସ୍ଲରମାନେ ବସ୍‌ରେ ଦିଲ୍ଲୀ, ହରିୟାଣା ଓ ୟୁପିରୁ ଆସିଛନ୍ତି।

ପୋଲିସ ଅନୁସାରେ ରେସ୍ଲରମାନଙ୍କ ପ୍ରଦର୍ଶନ ସମ୍ପର୍କରେ ପୂର୍ବରୁ କୌଣସି ସୂଚନା ନଥିଲା। ସେମାନେ ବାଗପତ ଓ ଛପରୌଲରୁ ଆସିଛନ୍ତି ଏବଂ ଏମାନଙ୍କ ସଂଖ୍ୟା ପାଖାପାଖି ୩୦୦ ବୋଲି ପୋଲିସ କହିଛି। ଏହି ରେସ୍ଲରମାନେ ଜନ୍ତରମନ୍ତରରେ ବିରୋଧ ପ୍ରଦର୍ଶନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏମାନେ ଜନ୍ତରମନ୍ତର ପହଞ୍ଚିବା ପରେ ୩ ସିନିୟର ରେସ୍ଲରଙ୍କ ବିରୋଧରେ ସ୍ଲୋଗାନ ମଧ୍ୟ ଦେଉଛନ୍ତି। ଉଲ୍ଲେଖଯୋଗ୍ୟ ଯେ ୩ ନାମୀ ରେସ୍ଲର ଜନ୍ତରମନ୍ତରରେ ମାସାଧିକ କାଳ ରେସ୍ଲିଂ ଫେଡେରେସନ ଇଣ୍ଡିଆ (ଡବ୍ଲୁଏଫଆଇ)ର ତତ୍କାଳୀନ ଅଧ୍ୟକ୍ଷ ବ୍ରୁଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ବିକ୍ଷୋଭ କରିଥିଲେ।

wp:html /wp:html

ବିରୋଧ ଯୋଗୁ ବ୍ରୁଜଭୂଷଣ ବେଦଖଲ ହେବା ପରେ ସଂଘର ନିର୍ବାଚନ କରାଯାଇଥିଲା। ଏଥିରେ ବ୍ରୁଜଭୂଷଣଙ୍କ ନିକଟତମ ବ୍ୟକ୍ତି ସଞ୍ଜୟ ସିଂହ ବିଜୟୀ ହେବାରୁ ୩ ରେସ୍ଲର ଏହାକୁ ବିରୋଧ କରିଥିଲେ। ନିର୍ବାଚନକୁ ନେଇ ରେସ୍ଲରମାନଙ୍କ ମଧ୍ୟରେ ଅସନ୍ତୋଷ ଏତେମାତ୍ରାରେ ଥିଲା ଯେ ସେମାନେ ସେମାନଙ୍କ ସମ୍ମାନ ମଧ୍ୟ ଫେରାଇ ଦେଇଥିଲେ। ଏବେ ଏହି ରେସ୍ଲରଙ୍କ ବିରୋଧରେ ଜୁନିୟରମାନେ ପ୍ରଦର୍ଶନକୁ ଓହ୍ଲାଇଛନ୍ତି। ଜୁନିୟର ରେସ୍ଲରମାନଙ୍କ କହିବା କଥା ହେଉଛି ସିନିୟର ରେସ୍ଲରମାନଙ୍କ ଆନ୍ଦୋଳନ ଯୋଗୁ ସେମାନଙ୍କ ଇଭେଣ୍ଟ ହୋଇ ପାରୁ ନାହିଁ ଓ ଭାରତରେ ରେସ୍ଲିଂ ବରବାଦ ହେବାରେ ଲାଗିଛି।

ଏଥିରେ ସାକ୍ଷୀ ମଲ୍ଲିକ ଅଭିଯୋଗ କରିଛନ୍ତି ଯେ ବ୍ରୁଜଭୂଷଣ ଶରଣ ସିଂହଙ୍କ ଗୁଣ୍ଡା ଏବେ ସକ୍ରିୟ ହୋଇଉଠିଛନ୍ତି। ସେ କହିଛନ୍ତି ଯେ ତାଙ୍କ ମାଙ୍କୁ ଫୋନରେ ଧମକ ଦିଆଯାଉଛି। ଆମର ସୁରକ୍ଷା ସରକାରଙ୍କ ଦାୟିତ୍ୱ। ଆମେ ଜାଣିଛୁ ବ୍ରୁଜ ଭୂଷଣ ବେଶ୍ ପ୍ରଭାବଶାଳୀ, ହେଲେ ଆମକୁ ଜଣା ନଥିଲା ଯେ ସେ ନିଜ ଘରେ ବସି କାହା ସହ କଥାବାର୍ତ୍ତା ନ କରି ନ୍ୟାସନାଲ ଘୋଷଣା କରିଦେବେ। ଏବେ ଆମ ଉପରେ ଜୁନିୟରଙ୍କ କ୍ୟାରିୟର ବରବାଦ କରିବାର ଅଭିଯୋଗ ହେଲାଣି। ଆମେ ତ କୁସ୍ତିରୁ ସନ୍ୟାସ ନେଇସାରିଲୁଣି, ତେବେ ଚାହୁଁନୁ ଆମ ଯୋଗୁ ଜୁନିୟରଙ୍କ ଭବିଷ୍ୟତ ନଷ୍ଟ ନ ହେଉ ବୋଲି ସାକ୍ଷୀ କହିଛନ୍ତି।

ଅର୍ଜୁନ ଓ ଖେଳ ରତ୍ନ ପୁରସ୍କାର ଫେରାଇଲେ ବିନେଶ ଫୋଗାଟ: କର୍ତ୍ତବ୍ୟ ପଥ ଫୁଟ୍‌ପାଥରେ ମେଡାଲ ରଖି ଚାଲିଗଲେ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.