ଭାରତ ସରକାରଙ୍କ ଗୋଟିଏ ନିଷ୍ପତ୍ତି UAEରେ ଏବେ ପାଲଟିଛି ମୁଦ୍ରାସ୍ପିତି ବୃଦ୍ଧିର କାରଣ, ଜାଣନ୍ତୁ ପୁରା ଘଟଣା

Published By : Prameya-News7 Bureau | December 14, 2023 IST

ନୂଆଦିଲ୍ଲୀ ୧୪।୧୨: ପିଆଜ ରପ୍ତାନୀ ଉପରେ ଭାରତ ସରକାରଙ୍କ ରୋକ ଏବେ ଆରବ ଦେଶମାନଙ୍କରେ ଦରବୃଦ୍ଧିର କାରଣ ପାଲଟିଛି। ୟୁଏଇ ଖୁଚୁରା ବିକ୍ରେତାଙ୍କ ଅନୁସାରେ ଭାରତ ଦ୍ୱାରା ରପ୍ତାନୀ ଉପରେ ଜାରି ରୋକ ଯୋଗୁ ଦେଶରେ ପିଆଜ ଦର ୬ ଗୁଣା ପର୍ଯ୍ୟନ୍ତ ବୃଦ୍ଧି ହେଲାଣି। ଭାରତରେ ପିଆଜର ଖୁଚୁରା ଦର ଏବେ କେଜି ପିଛା ୬୦ରୁ ୭୦ ମଧ୍ୟରେ ରହିଛି। ଘରୋଇ ଦରବୃଦ୍ଧି ନିୟନ୍ତ୍ରଣ ଓ ଏହାର ଉପଲବ୍ଧତା ବୃଦ୍ଧି ନିମନ୍ତେ ଭାରତ ସରକାର ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ପିଆଜ ରପ୍ତାନୀ ଉପରେ କଟକଣା ଜାରି କରିଛନ୍ତି।

ଡିସେମ୍ବର ୮ ତାରିଖ ଦିନ ବିଦେଶ ବ୍ୟାପାର ମହାନିର୍ଦ୍ଦେଶାଳୟ (ଡିଜିଏଫଟି)ଙ୍କ ପକ୍ଷରୁ ଜାରି ଆଦେଶରେ କୁହାଯାଇଛି ଯେ ୩୧ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ପିଆଜ ରପ୍ତାନୀ ଉପରେ କଟକଣା ରହିବ। ଏହା ପୂର୍ବରୁ ଗତ ଅଗଷ୍ଟ ମାସରେ ପାର୍ବଣ ଋତୁକୁ ନଜରରେ ରଖି ପିଆଜ ରପ୍ତାନୀ ଉପରେ ଭାରତ ୪୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ଲାଗୁ କରିଥିଲା।   ହେଲେ ଏବେ ୟୁଏଇ ସମ୍ବାଦପତ୍ର ‘ଖଲିଜ ଟାଇମ୍ସ’ର ଏକ ରିପୋର୍ଟ ଅନୁସାରେ ଭାରତ ଦ୍ୱାରା ପିଆଜ ରପ୍ତାନୀ ଉପରେ ଜାରି ବ୍ୟାନ୍‌ ଯୋଗୁ ୟୁଏଇରେ ପିଆଜ ଦର ବେଶ୍ ବଢିଯାଇଛି। ଏଣୁ ପିଆଜ ଆମଦାନୀ ନିମନ୍ତେ ଅନ୍ୟ ସ୍ରୋତର ସନ୍ଧାନ କରାଯାଉଥିବା ଏଥିରେ କୁହାଯାଇଛି।

{"id":883222,"width":842,"height":583,"sizeSlug":"full","linkDestination":"none"}

ଅଲସଫିର ଗ୍ରୁପ ଏମଫଏମସିଜି ନିର୍ଦ୍ଦେଶକ ଅଶୋକ ତୁଲସିୟାନୀଙ୍କ ଅନୁସାରେ ତୁର୍କୀ, ଇରାନ ଓ ଚୀନ୍ ଏବେ ବିକଳ୍ପ ହୋଇ ପାରନ୍ତି। ହେଲେ କ୍ୱାଣ୍ଟିଟି, କ୍ୱାଲିଟି ଓ ମୂଲ୍ୟରେ ଭାରତୀୟ ପିଆଜର ସ୍ଥାନ ଅନ୍ୟ କୌଣସି ଦେଶର ପିଆଜ ନେଇ ପାରିବନି। ବିଦେଶ ବଜାରରେ କ୍ୱାଲିଟି, କ୍ୱାଣ୍ଟିଟି ଓ ମୂଲ୍ୟ ଯୋଗୁ ଭାରତୀୟ ପିଆଜର ଚାହିଦା ଢେର ରହିଛି। ଏଣୁ କୌଣସି ଅନ୍ୟ ଦେଶର ପିଆଜ ଦ୍ୱାରା ଅବଶ୍ୟକତାକୁ ପୂରଣ କରିହେବନି। ତେବେ ଭାରତ କେବଳ ୟୁଏଇ ନୁହେଁ ଅନ୍ୟ ଉପସାଗରୀୟ ଦେଶଙ୍କ ଲାଗି ମଧ୍ୟ ପିଆଜର ମୁଖ୍ୟ ରପ୍ତାନୀକାରୀ। ଏଣୁ ଭାରତ ପକ୍ଷରୁ ରପ୍ତାନୀ କଟକଣା ଏବେ ଅନ୍ୟଦେଶଙ୍କ ଅର୍ଥବ୍ୟବସ୍ଥା ନିମନ୍ତେ ଚିନ୍ତାର କାରଣ ପାଲଟିଛି।

ଅଲ ମାୟା ଗ୍ରୁପ ନିର୍ଦ୍ଦେଶକ କମଲ ଭାଚାନୀ କହିଛନ୍ତି ଯେ ଭାରତ ସରକାରଙ୍କ ରପ୍ତାନୀ କଟକଣା ନିଷ୍ପତ୍ତି ପରେ ୟୁଏଇ ବିକଲ୍ପ ସ୍ରୋତର ସନ୍ଧାନ କରୁଛି। ୟୁଏଇ ବଜାରକୁ ଏବେ ଇଜିପ୍ଟ ପିଆଜ ରପ୍ତାନୀ କରିପାରେ ବୋଲି ଆକଳନ କରାଯାଉଛି। ଏହା ଛଡା ତୁର୍କୀ ମଧ୍ୟ ନିଜକୁ ଏକ ବିକଳ୍ପ ଭାବେ ପ୍ରସ୍ତୁତ କରୁଛି। ଅବଜରଭେଟରୀ ଅଫ ଇକୋନମିକ କମ୍ପ୍ଲେକ୍ସିଟି  ଅନୁସାରେ ବାରତରୁ ୟୁଏଇର ପିଆଜ ଆମଦାନୀ ଏବେ ଢେର ବୃଦ୍ଧି ହୋଇଛି। ୨୦୧୯ ମସିହାରେ ୟୁଏଇ ଭାରତରୁ ୨୭.୭ ମିଲିୟନ ଡଲାରର ପିଆଜ ଆମଦାନୀ କରିଥିଲା। ଯାହା ୨୦୨୦ ମସିହା ବେଳକୁ ୩୪.୮ ମିଲିୟନ ଡଲାରକୁ ପହଞ୍ଚିଥିଲା। ୨୦୨୧ରେ ୟୁଏଇ ଭାରତୀୟ ପିଆଜର ସବୁଠୁ ବଡ ଆମଦାନୀକାରୀ ଥିଲା।

ବିହାରରେ ୮୭୦୦ କୋଟିର ନିବେଶ କରିବ ଆଦାନୀ ଗ୍ରୁପ୍‌, ମିଳିବ ୧୦ ହଜାର ରୋଜଗାର

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.