ଇସଲାମର କାହାଣୀ, ନମାଜର ଟାଇମିଂ...ଏପରି ଅନଲାଇନ୍ ଧର୍ମାନ୍ତରୀକରଣର ଜାଲ ବିଛାଉଥିଲା ‘NANNI’, ସାମନାକୁ ଆସିଲା ଚାଟ୍

Published By : Prameya-News7 Bureau | June 10, 2023 IST

ନୂଆଦିଲ୍ଲୀ: ଅନଲାଇନ ଗେମିଂ ଜରିଆରେ ନାବାଳକମାନଙ୍କ ଧର୍ମାନ୍ତୀକରଣର ମାମଲା ସାମନାକୁ ଆସିଛି । ଅନଲାଇନ ଗେମିଂ ଜରିଆରେ ଜଣେ ନାବାଳକର ଧର୍ମ ପରିବର୍ତ୍ତନ କରାଯାଇଛି । ଏହି ମାମଲାରେ ଗାଜିଆବାଦ ପୋଲିସ ମସଜିଦର ମୌଲଭୀକୁ ଗିରଫ କରିଛି । ଏହାରି ଭିତରେ ଏକ ହ୍ୱାଟ୍ସଆପ୍ ଚାଟ୍ ସାମନାକୁ ଆସିଛି । ଆଜ ତକ୍ ଅନୁସାରେ, ମୌଲଭୀ ଅବଦୁଲ ରହମାନର ହ୍ୱାଟ୍ସଆପ ଚାଟ୍ ଯାଞ୍ଚରୁ ଜଣାପଡ଼ିଛି ଯେ ନାନି ପ୍ରକୃତରେ ଅବଦୁଲ ରହମାନ । ଘରେ କେହି ଯେପରି ସନ୍ଦେଶ କରିବେନି ସେଥିପାଇଁ ପିଲାମାନେ ମୌଲାନା ଅବଦୁଲର ନାଁ 'NANNI' ନାଁରେ ସେଭ୍ କରିଥିଲେ । ଏଥିରେ ନାନି ଓରଫ ଅବଦୁଲ ରହମାନ ନାବାଳକ ପିଲାଙ୍କୁ ନମାଜ ପାଇଁ ସମୟ ବାବଦରେ କହୁଛି ।

ଉଲ୍ଲେଖଯୋଗ୍ୟ ଯେ ଗାଜିଆବାଦର ଜୈନ ପରିବାରର ନାବାଳକ ପିଲାର ଧର୍ମ ପରିବର୍ତ୍ତନ ମାମଲାରେ ମୁଖ୍ୟ ଅଭିଯୁକ୍ତ ଶାହନୱାଜ ଖାନକୁ ପୋଲିସ ସନ୍ଧାନ କରୁଛି । ଅଭିଯୋଗ ଅନୁସାରେ, ଜଣେ ନାବାଳିକା ଘରୁ ପାଞ୍ଚ ଥର ଜିମ୍ ଯିବା ନାଁରେ ଯାଇ ମସଜିଦରେ ନମାଜ ପାଠ କରିବାକୁ ଯାଉଥିଲା । ତଦନ୍ତରୁ ଜଣା ପଡିଥିଲା ଯେ ନାବାଳକ ଜଣକ ମୁମ୍ୱାଇର ଜଣେ ବ୍ୟକ୍ତିଙ୍କ ସମ୍ପର୍କରେ ଆସିଥିଲା । ଏହାପରେ ସେ ଜାକିର ନାଇକରୁ ପ୍ରଭାବିତ ହୋଇଥିଲା । କିଶୋର ଜଣକ ନିଜ ବାପାଙ୍କ ଆଗରେ ଇସଲାମ ଧର୍ମ ଆପଣାଇଥିବା ସ୍ୱିକାର କରିଛି । ଏହାପରେ ନାବାଳକର ବାପା ମସଜିଦର ମୌଲଭୀ ଏବଂ ମୁମ୍ୱାଇର ବ୍ୟକ୍ତି ବିରୋଧରେ ବିଧି-ବିରୁଦ୍ଧ ଧର୍ମ ପରିବର୍ତ୍ତନ ନେଇ କବିନଗର ଥାନାରେ ମଙ୍ଗଳବାର ଅଭିଯୋଗ କରିଥିଲେ ।

ପଢନ୍ତୁ: ମୋବାଇଲରେ ଅନଲାଇନ୍ ଗେମ୍ ଖେଳି ୩୬ ଲକ୍ଷ ଟଙ୍କା ଉଡାଇ ଦେଲା ପୁଅ, ବାପାଙ୍କ ମୃତ୍ୟୁ ପରେ ମିଳିଥିଲା ସହାୟତା ରାଶି

ତଦନ୍ତ ପରେ ପୋଲିସ କହିଛି ଯେ, ଖାନ ସେହି ନାବାଳକଙ୍କୁ ଟାର୍ଗେଟ୍ କରୁଥିଲା, ଯେଉଁମାନେ ଅନଲାଇନ ଗେମ୍ ଏବଂ ସୋସିଆଲ ମିଡିଆରେ ଅଧିକ ସମୟ ବିତାଉଥିଲେ । ନାବାଳକଙ୍କ ବ୍ରେନ୍ ୱାସ କରି କୁହାଯାଉଥିଲା ଯେ ଯଦି ସେମାନେ କୁରାନ ପଢନ୍ତି ତେବେ ଆଲ୍ଲାହ ସେମାନଙ୍କୁ ଖେଳ ଜିତିବାରେ ସାହାଯ୍ୟ କରିବେ । ଅନ୍ୟପଟେ କିନ୍ତୁ ଅଧିକାଂଶ ସର୍ଭର ସେମାନଙ୍କ ଦ୍ୱାରା ହିଁ ନିୟନ୍ତ୍ରିତ ହେଉଥିଲେ, ଏଥିପାଇଁ ପିଲାଙ୍କ ଗେମ ଜିତିବା ମଧ୍ୟ ସେମାନେ ସୁନିଶ୍ଚତ କରୁଥିଲେ । ଯାହା ପିଲାଙ୍କ ଆତ୍ମବିଶ୍ୱାସକୁ ବଢାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.