ଚାଟ୍ ଜିପିଟି ସିଇଓ ସାମ୍ ଅଲ୍ଟମ୍ୟାନଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ମାମଲା; ଭଉଣୀ ଆଣିଲେ ଦୁଷ୍କର୍ମ ଅଭିଯୋଗ

Published By : Prameya-News7 Bureau | January 08, 2025 IST

ନୂଆଦିଲ୍ଲୀ: ଚାଟ୍ ଜିପିଟି ଓପେନ ଏଆଇ ସିଇଓ ସାମ୍ ଅଲ୍ଟମ୍ୟାନ୍ ନାଁରେ ଦୁଷ୍କର୍ମ ଅଭିଯୋଗ । ନିଜ ଭଉଣୀ ଆନୀ ଅଲ୍ଟମ୍ୟାନ୍ ଏଭଳି ଅଭିଯୋଗ ଆଣିଛନ୍ତି । ତାଙ୍କ ଭାଇ ତଥା ଚାଟ୍ ଜିପିଟି ଓପେନ ଏଆଇ ସିଇଓ ତାଙ୍କ ସହିତ ଅସଦାଚରଣ କରିଥିବା କହିଛନ୍ତି । ଏହି ମାମଲା ୧୯୯୭ରୁ  ୨୦୦୬ ପର୍ଯ୍ୟନ୍ତ ଚାଲିଥିଲା । ହେଲେ ଭଉଣୀଙ୍କ ସମସ୍ତ ଆଭିଯୋଗକୁ ଖାରଜ୍ କରିଛନ୍ତି ସାମ୍ ଅଲ୍ଟମ୍ୟାନ୍ । 

ଅନ୍ୟପଟେ ଆନୀ ଅଲ୍ଟମ୍ୟାନ୍ ଏହାକୁ ନେଇ ଆମେରିକାର ଏକ ଡିଷ୍ଟ୍ରିକ୍ଟ କୋର୍ଟରେ ଏତଲା ଦେଇଛନ୍ତି । ସେ ଏଥିରେ ଉଲ୍ଲେଖ କରିଛନ୍ତି, ଚାଟ୍ ଜିପିଟି ଓପେନ ଏଆଇ ସିଇଓ ସାମ୍ ଅଲ୍ଟମ୍ୟାନ ଯେତେବେଳେ ୧୨ ବର୍ଷର ହୋଇଥିଲେ ସେତେବେଳେ ତାଙ୍କୁ ୩ବର୍ଷ ହୋଇଥିଲା । ସେବେଠାରୁ ତାଙ୍କୁ ଦୁଷ୍କର୍ମ କରିଆସୁଛନ୍ତି ସାମ୍ ଅଲ୍ଟମ୍ୟାନ୍ । ସିଏନବିସି ରିପୋର୍ଟ ମୁତାବକ, ସପ୍ତାହରେ ସେ ତାଙ୍କୁ ଅନେକ ଥର ଦୁଷ୍କର୍ମ କରିଛନ୍ତି । କେବଳ ଏତିକି ନୁହେଁ ଆନୀଙ୍କୁ ସେ ଶାରୀରିକ ଏବଂ ମାନସିକ ଯନ୍ତ୍ରଣା ଦେଉଥିବା ଅଭିଯୋଗ ହୋଇଛି । ଏହି ମାମଲାରେ କୋର୍ଟ ତୁରନ୍ତ ଟ୍ରାଏଲ୍ ଆରମ୍ଭ କରି ତାଙ୍କ ଭରଣ ପୋଷଣ ବାବଦକୁ ୭୫ ହଜାର ଆମେରିକୀୟ ଡଲାର ଦେବାକୁ ଦାବି କରିଛନ୍ତି । ଭାରତୀୟ ମୁଦ୍ରାରେ ଏହାକୁ ହିସାବ କଲେ ପ୍ରାୟ ୬୪ ଲକ୍ଷ ଟଙ୍କା ହେବ । ସେପଟେ ଆନି ଅଲ୍ଟମ୍ୟାନଙ୍କ ଗମ୍ଭୀର ଅଭିଯୋଗକୁ ବେବୁନିଆଦି କହିବା ସହିତ ଖରାଜ୍ କରିଛନ୍ତି ସାମ୍ ଅଲ୍ଟମ୍ୟାନ୍ ।  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.