ପୁଲିସକୁ ଧମକ ଦେବା ଅଭିଯୋଗରେ ଅକବରୁଦ୍ଦିନ ଓୱେସୀଙ୍କ ବିରୋଧରେ ମାମଲା ରୁଜୁ; ସମର୍ଥନରେ ବାହାରିଲେ ଭାଇ ଅସଦୁଦ୍ଦିନ

Published By : Prameya-News7 Bureau | November 22, 2023 IST

ନୂଆଦିଲ୍ଲୀ: ଅଲ୍ ଇଣ୍ଡିଆ ମଜଲିସ୍ ଏ ଇତ୍ତେହାଦୁଲ ମୁସ୍‌ଲିମୀନ(ଏଆଇଏମ୍ଆଇଏମ୍‌) ବିଧାୟକ ଅକବୁରୁଦ୍ଦିନ ଓୱେସୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଖୋଲା ମଞ୍ଚରେ ପୁଲିସ ଅଫିସରଙ୍କୁ ଧମକ ଦେବା ଅଭିଯୋଗରେ ଅକବରୁଦ୍ଦିନ ଓୱେସୀଙ୍କ ବିରୋଧରେ ମାମଲା ରୁଜୁ କରିଛି ହାଇଦ୍ରାବାଦ ପୁଲିସ୍।

ଗତକାଲି(୨୧ ନଭେମ୍ବର ୨୦୨୩)  ହାଇଦ୍ରାବାଦର ଲଳିତାବାଗରେ ନିର୍ବାଚନ ରାଲିକୁ ସମ୍ବୋଧନ କରୁଥିଲେ ଅକବରୁଦ୍ଦିନ ଓୱେସୀ। ଏହି ସମୟରେ ଡିଉଟିରେ ନିୟୋଜିତ ଜଣେ ପୁଲିସ ଅଫିସର ତାଙ୍କୁ ନିର୍ବାଚନ ଆଚରଣ ସଂହିତା ନିୟମ ଅନୁସାରେ ଠିକ୍ ସମୟରେ ରାଲି ସମାପ୍ତ କରିବାକୁ କହିଥିଲେ।

ଏତିକି କଥାରେ ଅକବରୁଦ୍ଦିନ ଓୱେସୀ ସେହି ମଞ୍ଚରୁ ପୁଲିସ ଅଫିସରଙ୍କୁ ଧମକପୂର୍ଣ୍ଣ ଗଳାରେ ଚାଲିଯିବାକୁ କହିଥିଲେ। ସେ ଆଉ ପାଞ୍ଚମିନିଟ୍ କହିବେ। ତାଙ୍କର କେହି କିଛି କରିପାରିବେନି। ତେଣୁ ଏଠୁ ପଳାନ୍ତୁ ବୋଲି ଓୱେସୀ କହିଥିଲେ।

ଶୁଣନ୍ତୁ କଣ କହୁଛନ୍ତି ଅକବରୁଦ୍ଦିନ ଓୱେସୀ-

ରାଲିରେ ଅକବରୁଦ୍ଦିନ ଓୱେସୀ ପୁଲିସ ଅଫିସରଙ୍କୁ ଧମକ ଦେଇ କହିଛନ୍ତି “ମୋର ପାଖରେ ଘଡ଼ି। ତେଣୁ ଆପଣ ଏଠାରୁ ଚାଲିଯାଆନ୍ତି। ତୁମେ ଭାବୁଛ କି ଛୁରୀ ଏବଂ ଗୁଳି ଖାଇବା ପରେ ମୁଁ ଦୁର୍ବଳ ହୋଇଗଲି? ମୋର ତଥାପି ବହୁତ ସାହସ ଅଛି। ପାଞ୍ଚ ମିନିଟ୍ ବାକି ଅଛି ଏବଂ ମୁଁ ଆଉ ପାଞ୍ଚ ମିନିଟ୍ କହିବି। କେଉଁ ମାଆର ଛୁଆ ଜନ୍ମ ହେଇନି ଯେ ମୋତେ ଅଟକାଇବ।”  

wp:html /wp:html

ଏହି ଘଟଣାକୁ ନେଇ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଓୱେସୀଙ୍କ ବିରୋଧରେ ଧାରା ୩୫୩, ୧୫୩(ଏ), ୫୦୬, ୫୦୫(୨)  ଓ ଆର୍‌ପି ଆକ୍ଟ ଧାରା ୧୨୫ ଅନୁସାରେ ସନ୍ତୋଷ ନଗର ଥାନାରେ ମାମଲା ହୋଇଛି।    

ରାଲିରେ ଅକବରୁଦ୍ଦିନ ଓୱେସୀ ପୁଲିସ ଅଫିସରଙ୍କୁ ଧମକ ଦେଇ କହିଛନ୍ତି “ଯଦି ସେ ତାଙ୍କ ସମର୍ଥକଙ୍କୁ ସଙ୍କେତ ଦେବେ, ତେବେ ସେ(ପୁଲିସ ଅଫିସର) ଏଠାରୁ ଦୌଡ଼ି ପଳାଇବାକୁ ବାଧ୍ୟ ହେବେ। ତୁମେ ଭାବୁଛ କି ଛୁରୀ ଏବଂ ଗୁଳି ଖାଇବା ପରେ ମୁଁ ଦୁର୍ବଳ ହୋଇଗଲି? ମୋର ତଥାପି ବହୁତ ସାହସ ଅଛି। ପାଞ୍ଚ ମିନିଟ୍ ବାକି ଅଛି ଏବଂ ମୁଁ ଆଉ ପାଞ୍ଚ ମିନିଟ୍ କହିବି।”

{"width":836,"height":627}
Asaduddin Owaisi  On Akbaruddin Owaisi Threatens Police Video Telangana Election 2023 'दस बजकर एक मिनट हो रहा है तो...', भाई अकबरुद्दीन ने पुलिस को धमकाया तो बचाव में असदुद्दीन ओवैसी ने क्या कहा?

ସମର୍ଥନରେ ବାହାରିଲେ ଭାଇ ଅସଦୁଦ୍ଦିନ ଓୱେସୀ

ଅନ୍ୟପଟେ ଥାନାରେ ମାମଲା ରୁଜୁ ହେବା ପରେ ଭାଇର ସମର୍ଥନରେ ବାହାରିଛନ୍ତି ବଡ଼ ବାଇ ତଥା ଏଆଇଏମ୍‌ଆଇଏମ୍‌ ମୁଖ୍ୟ ଅକବରୁଦ୍ଦିନ ଓୱେସୀ। ସମୟ ପୂର୍ବରୁ ତାଙ୍କ ଭାଇଙ୍କୁ ମଞ୍ଚରୁ ଓହ୍ଲାଇବାକୁ ଚେଷ୍ଟା କରାଯାଉଥିଲା। ସେ କହିଛନ୍ତି “ ୧୦ଟା ବାଜି ୧ ମିନିଟ୍ ବି ହେଲେ ଆପଣଙ୍କ ପୁଲିସ ପାଖରେ ମୋତେ ଅଟକାଇବାର ପୂରା ଅଧିକାର ଅଛି। କିନ୍ତୁ ୧୦ଟା ବାଜିବାକୁ ୫ ମିନିଟ୍‌ ବାକି ଅଛି। ଆଉ ଆପଣ ପୋଡ଼ିୟମ ଉପରେ ଚଢ଼ି ଯାଉଛନ୍ତି। ପାଞ୍ଚ ମିନିଟ୍ ପୂର୍ବରୁ କହୁଛନ୍ତି ଶେଷ କର୍।”

ଅସଦୁଦ୍ଦିନ ଓୱେସୀ କହିଛନ୍ତି “ ଗୋଟିଏ ଲୋକ ସ୍ପିତ୍ ଦେଲା ବେଳେ ବନ୍ଦ କରିବାକୁ କୁହାଯାଉଛି। ଏ କଣ?। ୧୦ଟା ବାଜି ୧ ମିନିଟ୍‌ ହେଲେ ବି ଆପଣ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ, କେହି ଆପଣଙ୍କୁ ଅଟକାଉ ନାହିଁ। ୫ ମିନିଟ୍‌ରେ ବହୁତ କିଛି କୁହାଯାଇପାରେ। ଏହି ଘଟଣା ନିର୍ବାଚନ ଆୟୋଗ କ୍ୟାମେରାରେ କଏଦ ହୋଇଛି। ଆମର ଦାବି ଯେ ନିର୍ବାଚନ ଆୟୋଗ ଏହାକୁ ନେଇ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ। କାରଣ ଆମ ପାଖରେ ଅନୁମତି ରହିଛି। ”

କଣ କହିଲା ବିଜେପି ?

ଓୱେସିଙ୍କ ଏଭଳି ବୟାନ୍ ଉପରେ ପ୍ରତିକ୍ରିୟା ଜାରି କରିଛି ବିଜେପି। କଂଗ୍ରେସ ଏବଂ ବିଆରଏସ ସହଯୋଗରେ AIMIM ଏକ ଅପରାଧିକ ଉଦ୍ୟୋଗରେ ପରିଣତ ହୋଇଛି ବୋଲି ବିଜେପି କହିଛି। ଏହି ଦଳ ହାଇଦ୍ରାବାଦ ସହରକୁ ବଞ୍ଚିତ କରି ରଖିବା ସହ ଏବଂ ଅପରାଧଗ୍ରସ୍ତ କରି ରଖିଛି। ବର୍ତ୍ତମାନ ଏହି ଅଳିଆକୁ ସଫା କରିବାର ସମୟ ଆସିଛି। ବିଜେପି ସରକାରରେ  ଆକବରଉଦ୍ଦିନଙ୍କ ଏଭଳି କାର୍ଯ୍ୟକଳାପ ଉପରେ ବୁଲଡୋଜରରେ ଜବାବ ଦିଆଯିବ ବୋଲି ତେଲେଙ୍ଗାନା ବିଜେପି ଟ୍ୱିଟ୍ କରି କହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.