ପାକିସ୍ତାନରେ ପ୍ରକୃତିର ତାଣ୍ଡବ, ପ୍ରବଳ ବର୍ଷାରେ ବିଭିନ୍ନ ସ୍ଥାନ ଜଳମଗ୍ନ, ୨୮ ମୃତ, ଶତାଧିକ ଆହତ

Published By : Prameya-News7 Bureau | June 11, 2023 IST

ଇସଲାମାବାଦ: ପାକିସ୍ତାନରେ ପୁଣି କୋପ ଦେଖାଇଛି ପ୍ରକୃତି । ପ୍ରବଳ ବର୍ଷା ଓ ଝଡ଼ ତୋଫାନରେ ୨୮ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ୧୪୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଶନିବାର ପାକିସ୍ତାନର ଉତ୍ତର-ପଶ୍ଚିମ ଇଲାକାରେ କାଳବୈଶାଖୀ ତାଣ୍ଡବ ରଚିଛି । ଝଡ଼ ତୋଫାନ ଯୋଗୁଁ ପସ୍ତୁନଶ୍ବା ଏବଂ ପଞ୍ଜାବ ପ୍ରାନ୍ତରେ ଘରଦ୍ବାର ଭାଙ୍ଗିବା ସହିତ ଧନଜୀବନ ନଷ୍ଟ ହୋଇଛି । ପବନର ବେଗ ଅଧିକ ରହିଥିବାରୁ ବଡ଼ ବଡ଼ ଗଛ ଓ ବିଦ୍ୟୁତ୍ ଖୁଣ୍ଟ ସବୁ ମାଟିରେ ଲୋଟି ପଡ଼ିଛି । ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ଶହବାଜ୍ ସରିଫ୍ ଦୁଃଖ ପ୍ରକାଶ କରିଛନ୍ତି ଏବଂ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଏହା ସହିତ ଉଦ୍ଧାର କାର୍ଯ୍ୟକୁ ଜୋରଦାର୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

{"id":801615,"sizeSlug":"full","linkDestination":"none"}

ପ୍ରାଶାସନିକ ଅଧିକାରୀଙ୍କ ସୂଚନା ମୁତାବକ, ଶନିବାର ପସ୍ତୁନଶ୍ବା ଏବଂ ପଞ୍ଜାବ ପ୍ରାନ୍ତରେ ବିଜୁଳି ଘଡ଼ଘଡ଼ି ସାଙ୍ଗକୁ ପ୍ରବଳ ବର୍ଷା ହୋଇଥିଲା। ସେହିପରି ଖୁବ୍ ଜୋରରେ ପବନ ମଧ୍ୟ ବହିଥିଲା । ଅଧିକାଂଶ ସ୍ଥାନରେ କୂଆପଥର ମାଡ଼ ମଧ୍ୟ ହୋଇଥିଲା । ଯାହାଫଳର ବହୁ ସଂଖ୍ୟାରେ ଧନଜୀବନ ନଷ୍ଟ ହୋଇଛି । ପସ୍ତୁନଶ୍ବାର ବତ୍ରୁ, ଲକ୍କି, ମାରଭାତ, ଡେରା, ଇସ୍ମାଇଲଖାନ ଏବଂ କରକ ଜିଲ୍ଲା ସର୍ବାଧିକ ପ୍ରଭାବିତ ହୋଇଛି । ଝଡ ତୋଫାନରେ ୨୫ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ପଞ୍ଜାବ ଖୁଶାବ ଜିଲ୍ଲାର ଏକ ଗାଁରେ ଘର କାନ୍ଥ ପଡ଼ିବାରୁ ୩ଜଣ ଛୋଟ ପିଲା ଚାପି ହୋଇ ପ୍ରାଣ ହରାଇଛନ୍ତି । ସେହିପରି ୧୪୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଗୁରୁତରଙ୍କ ରେସକ୍ୟୁ ଟିମ୍ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି । ପ୍ରକୃତିର ତାଣ୍ଡବରେ ବଡ଼ ବଡ଼ ଗଛ ମାନ ଉପୁଡ଼ି ପଡ଼ିଛି । ବହୁ ସଂଖ୍ୟାରେ ବିଜୁଳି ଖୁଣ୍ଟ ଟଳି ପଡ଼ିଛି । ଘରଦ୍ବାର ଭାଙ୍ଗିବା ଯୋଗୁ ହଜାର ହଜାର ଲୋକ ବେଘର ହୋଇଯାଇଛନ୍ତି ।

{"id":801616,"width":831,"height":499,"sizeSlug":"full","linkDestination":"none"}

ଗତବର୍ଷ ମଧ୍ୟ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିଥିଲା ପାକିସ୍ତାନ । ମୌସୁମୀ ବର୍ଷା ଯୋଗୁଁ ଭୟଙ୍କର ବନ୍ୟା ସ୍ଥିତି ଦେଖିବାକୁ ମିଳିଥିଲା । ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇଥିଲା । ଏଥିରେ ପ୍ରାୟ ୧୭ଶହରୁ ଅଧିକ ଲୋକ ପ୍ରାଣ ହରାଇଥିଲେ । ସେହିପରି ୩ କୋଟିରୁ ଅଧିକ ଲୋକ ପ୍ରଭାବିତ ହୋଇଥିଲେ । ଲକ୍ଷାଧିକ ଲୋକ ବିସ୍ଥାପିତ ହୋଇଥିଲେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.