ଚାଷୀଙ୍କ ଧାନକ୍ଷେତରୁ ଉଦ୍ଧାର ହେଲା ବଜ୍ରକାପ୍ତା, ମହାବିରୋଡ ରେଞ୍ଜରେ ରଖିଛି ବନବିଭାଗ

Published By : Prameya-News7 Bureau | July 13, 2024 IST

କାମାକ୍ଷାନଗର ୧୩/୭: ଜାଲରୁ ବିରଳ ବଜ୍ରକାପ୍ତା ଉଦ୍ଧାର । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ମହାବିରୋଡ ରେଞ୍ଜ ଦଦରାଘାଟି ସେକ୍ସନ ବସୁଲେଇ ଗାଁର ସନାତନ ଜେନାଙ୍କ ଧାନକ୍ଷେତରୁ ବଜ୍ରାକାପ୍ତାକୁ ଉଦ୍ଧାର କରାଯାଇଛି । ସନାତନ ତାଙ୍କ ଧାନକ୍ଷେତ ସୁରକ୍ଷା ପାଇଁ ଜାଲ ଘେରାଉ କରି ରଖିଥିଲେ । ସେହି ଜାଲରେ ବଜ୍ରକାପ୍ତାଟି ଫସିଯାଇଥିଲା । ବଜ୍ରକାପ୍ତାକୁ ଜାଲରୁ କାଟି ଉଦ୍ଧାର କରିଛି ବନବିଭାଗ । ଏବେ ମହାବିରୋଡ ରେଞ୍ଜରେ ବଜ୍ରକାପ୍ତାକୁ ରଖାଯାଇଛି । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.