ଡିସେମ୍ୱର ୪ରୁ ସଂସଦର ଶୀତ ଅଧିବେଶନ, ବହୁ ଗୁରୁତ୍ୱପୂର୍ଣ୍ଣ ବିଲ୍ ଉପରେ ହୋଇପାରେ ଆଲୋଚନା

Published By : Prameya-News7 Bureau | November 09, 2023 IST

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ଡିସେମ୍ୱର ୪ରୁ ଆରମ୍ଭ ହେବ । କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଗୁରୁବାର ଏହି ସୂଚନା ଦେଇଛନ୍ତି । ଶୀତକାଳୀନ ଅଧିବେସନ ଡିସେମ୍ୱର ୪ରୁ ଆରମ୍ଭ ହୋଇ ଡିସେମ୍ୱର ୨୨ ଯାଏ ଚାଲିବ । କେନ୍ଦ୍ରମନ୍ତ୍ରୀ କହବିଛନ୍ତି ଯେ ୧୯ ଦିନର ଶୀତ ଅଧିବେଶନରେ ୧୫ କାର୍ଯ୍ୟ ଦିବସ ରହିବ ।

ସଂସଦର ଶୀତ ଅଧିବେଶନ ପାଞ୍ଚ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଶେଷ ହେବା ପରେ ଆରମ୍ଭ ହେବ । ଉଲ୍ଲେଖଯୋଗ୍ୟ ଯେ ଡିସେମ୍ୱର ୩ରେ ପାଞ୍ଚ ରାଜ୍ୟର ହୋଇଥିବା ମତଦାନ ଗଣତି ହେବ । ଏହାର ଗୋଟିଏ ଦିନ ପରେ ଶୀତ ଅଧିନବେଶନ ଆରମ୍ଭ ହେବ ।

wp:html /wp:html

ସୂତ୍ର ଅନୁସାରେ ଆଇପିସି, ସିଆରପିସି ଓ ସାକ୍ଷ୍ୟ ଅଧିନିୟମ ସଂଶୋଧନ ଉପରେ ତିନି ପ୍ରମୁଖ ବିଧେୟକ ଉପରେ ଆଲୋଚନା ହୋଇପାରେ । ଗୃହ ମାମଲାର ସ୍ଥାୟୀ କମିଟି ନିକଟରେ ତିନି ରୋପର୍ଟକୁ ସ୍ୱୀକାର କରିଥିଲା । ସଂସଦରେ ଥିବା ଅନ୍ୟ ଏକ ପ୍ରମୁଖ ବିଧେୟକ ମୁଖ୍ୟ ନିର୍ବାଚନ କମିଶନର ଓ ନିର୍ବାଚନ ଆୟୋଗଙ୍କ ନିଯୁକ୍ତି ସହ ଜଡ଼ିତ ରହିଛି ।

Also Read: ଲୋକସଭା ବାଚସ୍ପତି ଓମ ବିରଳାଙ୍କ ଘୋଷଣା, ପୁରୁଣା ସଂସଦ ଭବନକୁ ଏବେ କୁହାଯିବ ‘ସମ୍ବିଧାନ ସଦନ’  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.