ଡିଜିଟାଲ ଡାଟା ସୁରକ୍ଷା ନିୟମ: ଉଲ୍ଲଘଂନ କଲେ ଗଣିବେ ୨୫୦ କୋଟିର ଜରିମାନା

Published By : Prameya-News7 Bureau | August 03, 2023 IST

ନୂଆଦିଲ୍ଲୀ, ୦୩/୦୮: ଲୋକସଭାରେ ଗୁରୁବାର ବହୁ ପ୍ରତୀକ୍ଷିତ ଡାଟା ପ୍ରୋଟେକ୍ସନ ବିଲ୍‌ ଆଗତ କରିଛନ୍ତି କେନ୍ଦ୍ର ସରକାର। ଏହି ବିଲ୍‌ ଅନୁଯାୟୀ, ଗ୍ରାହକଙ୍କ ବ୍ୟକ୍ତିଗତ ତଥ୍ୟର ଅପବ୍ୟବହାର କିମ୍ବା ଡାଟାକୁ ସୁରକ୍ଷା କରୁନଥିବା ସଂସ୍ଥାକୁ ଗଣିବାକୁ ପଡ଼ିବ ମୋଟା ଅଙ୍କର ତଣ୍ଡ। ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକ୍ସନ ବିଲ୍‌ ୨୦୨୩ ଅନୁଯାୟୀ, ଯଦି କୌଣସି ସଂସ୍ଥା ଏଭଳି କରୁଥିବେ ତେବେ ତାଙ୍କୁ ୨୫୦ କୋଟିର ଜରିମାନା ଲଗାଯିବ। ଏହି ବିଲ୍‌ରେ ଭାରତୀୟ ଡାଟା ସଂରକ୍ଷଣ ବୋର୍ଡ ଗଠନ ନେଇ କୁହାଯାଇଛି।

ଯଦି ବୋର୍ଡ ତଦନ୍ତ ପରେ ଜାଣିବାକୁ ପାଉଛି ଯେ ସଂସ୍ଥା ନିୟମର ଉଲ୍ଲଘଂନ କରିଛି ଏବଂ ବ୍ୟକ୍ତିଗତ ତଥ୍ୟକୁ ସୁରକ୍ଷା କରିବାରେ ବିଫଳ ହୋଇଛି ତେବେ ତାଙ୍କ ଉପରେ ଜରିମାନା ଲଗାଯିବ। ତେବେ ସର୍ବାଧିକ ୨୫୦ କୋଟି ଏବଂ ସର୍ବନିମ୍ନ ୫୦ କୋଟିର ଜରିମାନା ଲଗାଯିବ। ତେବେ ଏହି ନିୟମ ଅନୁଯାୟୀ, ଯଦି ଭଲ ଉଦ୍ଦେଶ୍ୟ ପାଇଁ କରାଯାଇଥିବା କୌଣସି କାମ ପାଇଁ କେନ୍ଦ୍ର ସରକାର, ବୋର୍ଡ, ଏହାର ଅଧ୍ୟକ୍ଷ ଏବଂ କୌଣସି ସଦସ୍ୟ, ଅଧିକାରୀ କିମ୍ବା କର୍ମଚାରୀଙ୍କ ବିରୋଧରେ କୌଣସି ମକଦ୍ଦମା, କିମ୍ବା ଅନ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେବ ନାହିଁ।

ଆହୁରି ପଢ଼ନ୍ତୁ: ଡାଟା ସୁରକ୍ଷା ବିଲ୍‌ ଉପରେ କ୍ୟାବିନେଟ୍‌ ମୋହର, ଲୋକଙ୍କୁ ମିଳିବ ପ୍ରାଇଭେସି ଉପରେ ପୂରା ନିୟନ୍ତ୍ରଣ

ଇଲୋକ୍ଟ୍ରୋନିକ୍ସ ଏବଂ ଆଇଟି ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି ସଂସଦ ଦ୍ବାରା ପାରିତ ହେବା ପରେ ଏହି ବିଲ୍‌ ସବୁ ନାଗରିକଙ୍କ ଅଧିକାରର ସୁରକ୍ଷା କରିବ। ନୂଆ ଅର୍ଥବ୍ୟବସ୍ଥାକୁ ବିସ୍ତାର କରିବା ଅନୁମତି ଦେବ ଏବଂ ରାଷ୍ଟ୍ରୀୟ ସୁରକ୍ଷା ଏବଂ ମହାମାରୀ ଏବଂ ଭୂମିକମ୍ପ ଭଳି ଜରୁରୀ ସ୍ଥିତିରେ ସରକାରଙ୍କ ବୈଧ ସୂଚନା ପହଞ୍ଚାଇବ। ଏହା ଦ୍ବାରା ସାଧାରଣ ଜନତାଙ୍କ ନିକଟରେ ଭୁଲ୍‌ ତଥ୍ୟ ପହଞ୍ଚିବାକୁ ଅବରୋଧ କରିହେବ।

ସେ ଆହୁରି କହିଛନ୍ତି ଏହା ନିଶ୍ଚିତ ଭାବରେ ଏଭଳି ଏକ ଆଇନ୍‌ ଯାହା କୌଣସି ଭାରତୀୟ ନାଗରିକଙ୍କ ବ୍ୟକ୍ତିଗତ ଡାଟାର ଦୂରୁପଯୋଗ କିମ୍ବା ଶୋଷଣ କରୁଥିବା କୌଣସି ବା ସବୁ ପ୍ଲାଟଫର୍ମକୁ ପାଇଁ ଉଚ୍ଚ ଦଣ୍ଡାତ୍ମକ ପରିଣାମ କରିବ।’ ଏହା ଦ୍ବାରା ଅନଲାଇନ୍ ପ୍ଲାଟଫର୍ମରେ କରାଯାଉଥିବା ଦୂରୁପଯୋଗ ଏବଂ ଶୋଷଣକୁ  ଦୂର କରିବ। ତାହା ଉପରେ ସବୁଦିନ ପାଇଁ ବିରାମ ଲଗାଇବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.