ନୂଆଦିଲ୍ଲୀ ୧୩।୮: ଦେଶର ୭୭ତମ ସ୍ୱାଧୀନତା ଦିବସକୁ ଆଉ ମାତ୍ର ଦୁଇଦିନ ବାକି। ତେବେ ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ‘ଏକ୍ସ’ (ପୂର୍ବର ଟ୍ୱିଟର) ହ୍ୟାଣ୍ଡଲର ଡିସପ୍ଲେ ପିକ୍ଚର (ଡିପି)ରେ ଜାତୀୟ ପତାକା ଛବି ଲଗାଇ ‘ହରଘର ତିରଙ୍ଗା’ ଅଭିଯାନ ଆରମ୍ଭ କରିଛନ୍ତି। ଏହା ସହିତ ସେ ଏକ ଟ୍ୱିଟ୍ ମଧ୍ୟ କରିଛନ୍ତି। ଯେଉଁଥିରେ ଲୋକଙ୍କୁ ସେମାନଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡଲ ଡିପିରେ ଜାତୀୟ ପତାକା ଲଗାଇବାକୁ ନିବେଦନ କରିଛନ୍ତି।
ମହାକାଶରୁ କିପରି ଦିଶୁଛି ଗିରିରାଜ ହିମାଳୟ? ଫଟୋ ପଠାଇଛନ୍ତି ଆଷ୍ଟ୍ରୋନଟ
ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ‘ହର ଘର ତିରଙ୍ଗା ଆନ୍ଦୋଳନ ଭାବନାରେ ଆସନ୍ତୁ ଆମେ ଆମ ସୋସିଆଲ ମିଡିଆ ଆକାଉଣ୍ଟର ଡିପି ବଦଳାଇବା ଓ ଏହି ଅନନ୍ୟ ପ୍ରୟାସକୁ ସମର୍ଥନ କରିବା ଯାହା ଆମ ପ୍ରିୟ ଦେଶ ଓ ଆମ ମଧ୍ୟରେ ବନ୍ଧନକୁ ଅଧିକ ଗଭୀର କରିବ’। ପ୍ରଧାନମନ୍ତ୍ରୀ ଗତବର୍ଷ ‘ହରଘର ତିରଙ୍ଗା’ ଅଭିଯାନ ଆରମ୍ଭ କରିଥିଲେ। ଚଳିତବର୍ଷ ଅଗଷ୍ଟ ୧୧ ତାରିଖ ଦିନ ସେ ପୁଣି ଥରେ ଦେଶବାସୀଙ୍କୁ ‘ହର ଘର ତିରଙ୍ଗା’ ଆନ୍ଦୋଳନରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି।
wp:html/wp:htmlIn the spirit of the #HarGharTiranga movement, let us change the DP of our social media accounts and extend support to this unique effort which will deepen the bond between our beloved country and us.
— Narendra Modi (@narendramodi) August 13, 2023
ଉଲ୍ଲେଖଯୋଗ୍ୟ ଯେ ‘ହର ଘର ତିରଙ୍ଗା’ ସ୍ୱାଧୀନତାର ଅମୃତ ମହୋତ୍ସବର ଏକ ଅଂଶବିଶେଷ। ଏହି ଅଭିଯାନ ଲୋକଙ୍କୁ ସେମାନଙ୍କ ଘର ଉପରେ ଜାତୀୟ ପତାକା ଉଡାଇବାକୁ ଉତ୍ସାହିତ କରୁଛି। ୭୭ତମ ସ୍ୱାଧୀନତା ଦିବସ ସମାରୋହ ନିମନ୍ତେ ରବିବାର ଲାଲ କିଲ୍ଲାରେ ଫୁଲଡ୍ରେସ ରିହର୍ସେଲ କରାଯାଇଛି। ଏହି ରିହର୍ସେଲର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ସ୍ଵାଧୀନତା ଦିବସ କାର୍ଯ୍ୟକ୍ରମରେ ସାମିଲ ହେବେ ୧୭୦୦ ସ୍ଵତନ୍ତ୍ର ଅତିଥି, ଜାଣନ୍ତୁ କିଏ କିଏ ହୋଇଛନ୍ତି ନିମନ୍ତ୍ରଣ
ଏହା ଛଡା ସରକାର ସ୍ୱାଧୀନତା ଦିବସ ସମାରୋହରେ ସାମିଲ ହେବାକୁ ଥିବା ଅତିଥିଙ୍କ ସୂଚୀ ମଧ୍ୟ ରବିବାର ଜାରି ହୋଇଛି। ଏହି ସୂଚୀରେ ମୋଟ ୧୮ଶହ ଲୋକଙ୍କ ନାମ ରହିଛି। ଦେଶ ବିକାଶରେ ଯୋଗଦାନ ଦେଇଥିବା ଲୋକଙ୍କୁ ଉତ୍ସବରେ ଆମନ୍ତ୍ରିତ ଅତିଥି କରାଯାଇଛି। ସେପଟେ ଜାତୀୟ ରାଜଧାନୀରେ ସ୍ୱାଧୀନତା ଦିବସ ସମାରୋହ ଲାଗି ଦିଲ୍ଲୀ ପୋଲିସ ସୁରକ୍ଷାର କଡା ବ୍ୟବସ୍ଥା କରିଛି।