ଡୋନାଲ୍ଡ ଟ୍ରମ୍ପଙ୍କୁ ବଧେଇ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କହିଛନ୍ତି କ’ଣ?

Published By : Prameya-News7 Bureau | January 20, 2025 IST

ନୂଆଦିଲ୍ଲୀ ୨୦।୧: ଡୋନାଲ୍ଡ ଟ୍ରମ୍ପ ୨୦ ଜାନୁୟାରୀ ୨୦୨୫ରେ ଆମେରିକାର ୪୭ତମ ରାଷ୍ଟ୍ରପତି ରୂପେ ଶପଥ ଗ୍ରହଣ କରିଛନ୍ତି। ଟ୍ରମ୍ପ ରାଷ୍ଟ୍ରପତି ରୂପେ ଦ୍ୱିତୀୟବାର ଶପଥଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ୍ସ ରେ ପୋଷ୍ଟ କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ ‘ଡୋନାଲ୍ଡ ଟ୍ରମ୍ପ ଯୁକ୍ତରାଷ୍ଟ୍ର ଆମେରିକାର ୪୭ତମ ରାଷ୍ଟ୍ରପତି ରୂପେ ଶପଥ ଗ୍ରହଣ କରିଥିବାରୁ ଅନେକ ଅନେକ ଅଭିନନ୍ଦନ। ମୋଦି ଉଲ୍ଲେଖ କରିଛନ୍ତି ଯେ ପୁଣି ଥରେ ତାଙ୍କ ସହ ମିଶି କାମ କରିବାକୁ ଓ ଉଭୟ ଦେଶଙ୍କ ଲାଭ ପାଇଁ ସେ ତତ୍ପର’। 


ପ୍ରଧାନମନ୍ତ୍ରୀ ମୋଦି ଏକ୍ସ ରେ ଲେଖିଛନ୍ତି ଯେ ‘ମୋର ପ୍ରିୟ ମିତ୍ର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଯୁକ୍ତରାଷ୍ଟ୍ର ଆମେରିକାର ୪୭ତମ ରାଷ୍ଟ୍ରପତି ରୂପେ ଆପଣଙ୍କ ଐତିହାସିକ ଉନ୍ମୋଚନ ଅବସରରେ ବଧେଇ! ମୁଁ ପୁଣିଥରେ ଏକାଠି ମିଶି କାମ କରିବାକୁ ଉଭୟ ଦେଶଙ୍କୁ ଲାଭାନ୍ୱିତ କରିବାକୁ  ଓ ବିଶ୍ୱ ନିମନ୍ତେ ଆହୁରି ଭଲ ଭବିଷ୍ୟକୁ ଆକାର ଦେବା ପାଇଁ ତତ୍ପର। ଆଗାମୀ ସଫଳ କାର୍ଯ୍ୟକାଳ ନିମନ୍ତେ ଶୁଭକାମନା’। 


ଟ୍ରମ୍ପଙ୍କ ଶପଥଗ୍ରହଣ ସମାରୋହରେ ଭାରତର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱତନ୍ତ୍ର ଦୂତ ରୂପେ ଆମେରିକାରେ ତାଙ୍କର ପ୍ରତିନିଧିତ୍ୱ କରୁଛନ୍ତି। ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ପତ୍ର ଲେଖିଛନ୍ତି, ଯାହାକୁ ନେଇ ଜୟଶଙ୍କର ଆମେରିକା ଯାଇଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.