କାମ ବାହାନାରେ ୪ ଦିନ ଧରି ଯୁବତୀଙ୍କୁ ଦୁଷ୍କର୍ମ, ଖସିଆସି ଥାନାରେ ଅଭିଯୋଗ କଲେ ପୀଡିତା

Published By : Prameya-News7 Bureau | July 26, 2024 IST

ରାଉରକେଲା ୨୬/୭:  ରାଉରକେଲାରେ ଚାଞ୍ଚଲ୍ୟ । କାମ ଦେବା ଆଳରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଗତ ୧୫ ତାରିଖର ଘଟଣା । ବଣାଇ ଥାନା ନରେନ୍ଦ୍ର ଅଞ୍ଚଳର ୨ ଜଣ ଯୁବକ ଜଣେ ଯୁବତୀଙ୍କ କାମ ଦେବାର ପ୍ରତିଶୃତି ଦେଇ ରେଳ ଷ୍ଟେସନ ନିକଟ ଏକ ହୋଟେଲରେ ଆଣି ରଖିଥିଲେ । ସେଠାରେ ୪ ଦିନ ଧରି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । 

୧୯ ତାରିଖ ଦିନ ପୀଡିତା କୌଶଳ କରି ହୋଟେଲରୁ ଖସି ଆସିଥିଲେ । ପ୍ରଥମେ ସ୍ଥାନୀୟ ଲୋକଙ୍କୁ ଜଣାଇଥିଲେ । ସେମାନଙ୍କ ସହାୟତାରେ ପ୍ଲାଣ୍ଟ ସାଇଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୀଡିତାଙ୍କ ଅଭିଯୋଗ ଆଧାରରେ ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଉଭୟଙ୍କର ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ କରାଯାଇଛି । ପୀଡିତାଙ୍କୁ ସଖୀ ଗୃହରେ ରଖାଯାଇଛି । ପୁରା ଘଟଣାର ଛାନ୍‌ଭିନ୍‌ କରୁଛି ପୋଲିସ । 


 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.