ଚୋରା ମଦ ବ୍ୟବସାୟୀକୁ ଧରିଲା ପୋଲିସ, ନିର୍ଦ୍ଧୁମ ଛେଚିଲେ ଗାଁ ଲୋକ

Published By : Prameya-News7 Bureau | October 17, 2024 IST

ଟାଙ୍ଗି ୧୭।୧୦: ଗିରଫ ଅଭିଯୁକ୍ତକୁ ଛଡ଼ାଇ ନେବା ପାଇଁ ବାଣପୁର ପୋଲିସକୁ ଗୋଡ଼ାଇ ଗୋଡ଼ାଇ ଛେଚିଲେ ଲୋକେ । ମାଡ଼ ଖାଇ ଲହୁଲୁହାଣ ପରେ ଅଭିଯୁକ୍ତକୁ ଛାଡ଼ି ପୋଲିସ ଧାଇଁଲା । ପରେ ପୋଲିସ ଫୋର୍ସ ସହିତ ଚଢ଼ାଉ କରି ଆକ୍ରମଣକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବାଣପୁର ପୋଲିସ । 

ଖୋର୍ଦ୍ଧା ଜିଲ୍ଲାର ବାଣପୁର ପୋଲିସ ଦାଶରଥିପୁର ଗାଁର ପୋଡ଼ା ସାହିରେ ଚଢ଼ାଉ କରି ଚୋରା ମଦ ବ୍ୟବସାୟୀ ଧୁନିଆ ନାୟକ କୁ ଧରପଗଡ଼ କରି ଥାନାକୁ ଆଣୁଥିଲା । ଚୋରା ମଦ ଜବତ କରିଥିଲା । ଠିକ୍ ଏତିକି ବେଳେ ପୋଲିସ କବ୍ଜାରେ ଥିବା ଚୋରା ମଦ ବ୍ୟବସାୟୀ ଧୁନିଆ ନାୟକକୁ ଛଡ଼ାଇ ନେବା ପାଇଁ ତା'ର ସମ୍ପର୍କୀୟ ମାନେ ପୋଲିସକୁ ଅତର୍କିତ ଆକ୍ରମଣ କରିଥିଲେ । ପୋଲିସ ଛେଚା ଖାଇ ଲହୁଲୁହାଣ ପରେ ନିଜକୁ ବଞ୍ଚାଇବା ପାଇଁ ଧରପଗଡ଼ କରିଥିବା ମଦ ବ୍ୟବସାୟୀ ଧୁନିଆ ନାୟକକୁ ଛାଡ଼ି ଛତ୍ରଭଙ୍ଗ ଦେଇ ଧାଇଁଲେ । ଏହି ଘଟଣାରେ ବାଣପୁର ପୋଲିସ ପୁଣି ସଶସ୍ତ୍ର ଫୋର୍ସଙ୍କୁ ସାଙ୍ଗରେ ନେଇ ବୀର-ଦର୍ପରେ ଚଢ଼ାଉ କରି ପୋଲିସକୁ ଆକ୍ରମଣ କରିଥିବା ଆକ୍ରମଣକାରୀଙ୍କ ମଧ୍ୟରୁ   ୭ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପୋଲିସ କବ୍ଜାରୁ ଫେରାର ଥିବା ଧୁନିଆ ନାୟକଙ୍କ ସମେତ ଅନେକ ଫେରାର ଥିବାବେଳେ ମାତ୍ର ୭ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ବାଣପୁର ପୋଲିସ । 

You Can Read:

ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବି, ଜିଲ୍ଲାର ପିଲାଙ୍କୁ ସପ୍ତାହେ ସ୍କୁଲ ନ ଛାଡ଼ିବାକୁ ନିଷ୍ପତ୍ତି

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.