ଭଦ୍ରକରେ ମହରମ ଶୋଭାଯାତ୍ରା ପ୍ରସ୍ତୁତି, ପୋଲିସର ଫ୍ଲାଗ୍‌ମାର୍ଚ୍ଚ

Published By : Prameya-News7 Bureau | July 17, 2024 IST

ଭଦ୍ରକ ୧୭: ଭଦ୍ରକରେ ମହରମ ଜୁଳୁସ ଶୋଭଯାତ୍ରା ପୂର୍ବରୁ ପୋଲିସର ଫ୍ଲାଗମାର୍ଚ୍ଚ । ୨୪ ପ୍ଲାଟୁନ ପୋଲିସ ସହ ୩ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ ହୋଇଛନ୍ତି । 

ଭଦ୍ରକ ସହରରେ ମହରମ ଅବସରରେ ବିଭିନ୍ନ ସାହି ଓ ବସ୍ତିରୁ ୪୨ଟି ମେଢ଼ ସହର ପରିକ୍ରମା କରିବ । ମେଢ଼ ଗୁଡିକ ମଦିନା ମୈଦାନରେ ଏକାଠି ହେବା ପରେ ଧର୍ମସଭାର କାର୍ଯ୍ୟକ୍ରମ ରହିଛି । ଏହା ପୂର୍ବରୁ ପୋଲିସ ବ୍ୟାପକ ପ୍ରସ୍ତୁତି ସହ ଫ୍ଲାଗମାର୍ଚ୍ଚ କରିଛି । ସୁରକ୍ଷା ବ୍ୟବସ୍ଥା ପାଇଁ ଜିଲ୍ଲାରେ ୨୪ ପ୍ଲାଟୁନ ପୋଲିସ ଫୋର୍ସ ସହ ୪ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ ହୋଇଥିବା ଭଦ୍ରକ ଏସପି ସୂଚନା ଦେଇଛନ୍ତି । 

You Can Read:

ପ୍ରବଳ ବର୍ଷାରେ ଖସିପଡିଲା ଘର ତାଜା, ଚାଲିଗଲା ୫ ବର୍ଷର ଶିଶୁ କନ୍ୟାର ଜୀବନ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.