ଭଦ୍ରକ: ଘର ଭିତରୁ ମିଳିଲା ପୁଳା ପୁଳା ଟଙ୍କା। କେବଳ ଟଙ୍କା ନୁହେଁ ବ୍ରାଉନସୁଗାର ବି ମିଳିଛି। ତହସିଲଦାରଙ୍କ ଉପସ୍ଥିତିରେ ଜଣେ ମହିଳାଙ୍କୁ ଅଟକ ରଖି ପୋଲିସ ପଚରାଉଚୁରା କରୁଛି। ଭଦ୍ରକ ସହରାଞ୍ଚଳ ଥାନା ଅଧୀନ ଏଲଖା ନିକଟ ଏକ ଘରେ ଭିତରେ ଚଢ଼ାଉ କରିଛି ଭଦ୍ରକ ପୋଲିସ।
ପୂର୍ବ ପ୍ରସ୍ତୁତି ଅନୁଯାୟୀ ଭଦ୍ରକ ପୋଲିସର ସହରାଞ୍ଚଳ, ଗ୍ରାମାଞ୍ଚଳ ଓ ପୁରୁଣାବଜାର ପୋଲିସ ଅପରାହ୍ନ ପରେ ତହସିଲଦାରଙ୍କ ସହ ଅତର୍କିତ ଚଢାଉ କରିଥିଲା। ଚଢ଼ଉ ବେଳେ ଘରେ କେବଳ ଜଣେ ମହିଳା ଥିଲେ ।
ଘରେ ଚଢ଼ାଉ ବେଳେ ପୋଲିସ ଖୋଜାଖୋଜି ବେଳେ ତକିଆ ଖୋଳ, ଫେସ୍ ୱାସ ଖୋଳ ଭିତରୁ ଟଙ୍କା ମିଳିଥିଲା। ଯାଞ୍ଚ ବେଳେ ପ୍ରାୟ ୫୦ ଗ୍ରାମ ବ୍ରାଉନସୁଗାର୍ ମଧ୍ୟ ମିଳିଛି। ଟଙ୍କା ଗଣିବା ବେଳେ ମେସିନ ମଧ୍ୟ ଲଗାଇବା ପାଇଁ ପଡ଼ିଥିଲା। ତେବେ ପରେ ପରେ ଅଧିକ ତଦନ୍ତ ପାଇଁ ପୋଲିସ ସମ୍ପୂର୍ଣ୍ଣ ଅଞ୍ଚଳକୁ ସିଲ କରିବା ସହ ଯାଞ୍ଚକୁ ଜୋରଦାର କରିଛି। ଭଦ୍ରକ ଏସପି ଓ ଅତିରିକ୍ତ ଏସପିଙ୍କ ସହ ଭଦ୍ରକ ତହସିଲଦାର ରେଡ୍ କରିଛିନ୍ତି। ପ୍ରାୟ ୩୦ ଲକ୍ଷ ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି।