ପ୍ରବାସୀ ଭାରତୀୟ ସମ୍ମିଳନୀର ଶେଷ ଦିନ, ମୁଖ୍ୟ ଅତିଥି ହେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

Published By : Prameya-News7 Bureau | January 10, 2025 IST

ଭୁବନେଶ୍ୱର ୧୦।୦୧ : ପ୍ରବାସୀ ଭାରତୀୟ ସମ୍ମିଳନୀର ଶେଷ ଦିନ । ଉଦଯାପନୀ ଦିବସର ମୁଖ୍ୟ ଅତିଥି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସମାରୋହରେ ପ୍ରବାସୀଙ୍କ ଅବଦାନ ସଂପର୍କରେ ଅଭିଭାଷଣ ରଖିବା ସହ ୨୭ଜଣ ପ୍ରବାସୀ ଭାରତୀୟଙ୍କୁ ପୁରସ୍କୃତ କରିବେ । 

ଗୁରୁବାର ସଂଧ୍ୟାରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଥିଲେ ରାଷ୍ଟ୍ରପତି। ତାଙ୍କୁ ବିମାନ ବନ୍ଦରରେ ସ୍ବାଗତ କରିଥିଲେ ରାଜ୍ୟପାଳ ହରିବାବୁ କମ୍ବମପତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଷ୍ଟ୍ରପତିଙ୍କୁ ସ୍ବାଗତ କରିବାକୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ବିମାନ ବନ୍ଦରରେ ଓଡ଼ିଶାର ଲୋକକଳା ଓ ସଂସ୍କୃତିର ଝଲକ ଦେଖିବାକୁ ମିଳିଥିଲା। ରାଷ୍ଟ୍ରପତିଙ୍କ କାରକେଡ ସିଧା ବିମାନବନ୍ଦରରୁ - ରାଜଭବନ ଯାଇଥିଲା। ରାଜଭବନରେ ରାତ୍ରୀଯାପନ କରିଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ। 

ସେହିପରି ଶୁକ୍ରବାର ୧୨ଟା ୫୫ ରେ ଜନତା ମଇଦାନ ଯିବେ। ସେଠାରେ ପ୍ରବାସୀ ଭାରତୀୟ ଦିବସ ଅବସରରେ ବିଭିନ୍ନ ଷ୍ଟଲରେ ପ୍ରର୍ଦଶିତ ହୋଇଥିବା କଳା, ସଂସ୍କୃତି, ବରପୁତ୍ରଙ୍କ ବୀରଗଥା, ହସ୍ତତନ୍ତ ଓ ହସ୍ତଶିଳ୍ପ ପ୍ରଦର୍ଶନୀକୁ ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଆୟୋଜିତ ମଧ୍ୟାହ୍ନ ଭୋଜନରେ ଯୋଗ ଦେବେ। ଦିନ ୩ଟାରେ ଉଦଯାପନୀ ଉତ୍ସବରେ ଯୋଗ ଦେବେ। ସେଠାରେ ପ୍ରବାସୀ ଭାରତୀୟଙ୍କୁ ସମ୍ମାନ ପ୍ରଦାନ କରିବେ। ତାପରେ ସାଢ଼େ ୪ଟା ରେ ଜନତା ମଇଦାନରୁ ବାହାରି ସିଧା ବିଜୁ ପଟ୍ଟନାୟକ ବିମାନ ବନ୍ଦରକୁ ଯାତ୍ରା କରିବେ। ସେଠାରୁ ସେ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି । ଗତକାଲି ପ୍ରବାସୀ ଭାରତୀୟ ଦିବସ ଉଦଘାଟନ କରିଥିଲେ ପ୍ରଧାନମନ୍ତ୍ରୀ ନରେନେଦ୍ର ମୋଦି । ଏହି ଅବସରରେ ସେ କହିଥିଲେ ଯେ, ଭାରତର ସମୃଦ୍ଦ ସଭ୍ୟତାର ପ୍ରତିବିମ୍ଭ ହେଉଛି ଓଡ଼ିଶା। ବିକଶିତ ଭାରତ ପାଇଁ ମେଡ ଇନ୍ ଇଣ୍ଡିଆ ଆପଣାଇବାକୁ ପ୍ରଧାନମନ୍ତ୍ରୀ ଅପିଲ୍ କରିଥିଲେ । 

 

  • odisha
  • OdishaNews
  • prameyanews7
  • PravasiBharatiyaDivas2025
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.