ହାତରେ ଫଟୋ ଧରି ଛିଡ଼ା ହୋଇଥିଲା ଝିଅ, ସଭାମଞ୍ଚରୁ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ଜିତିଲା ସଭିଙ୍କ ହୃଦୟ

Published By : Prameya-News7 Bureau | November 02, 2023 IST

ନୂଆଦିଲ୍ଲୀ: ଛତିଶଗଡ଼ ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାଙ୍କେର ପହଞ୍ଚିଥିଲେ । ଏଠାରେ ପିଏମ୍ ମୋଦୀ ଏକ ଜନସଭାକୁ ସମ୍ୱୋଧିତ କରିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ନଜର ଭିଡ଼ ଭିତରେ ଗୋଟିଏ ଫଟୋ ଧରି ଛିଡା ହୋଇଥିବା ଝିଅ ଉପରେ ପଡ଼ିଥିଲା । ଝିଅ ଜଣଙ୍କ ପ୍ରଧାନମନ୍ତ୍ରୀ ଫଟୋକୁ ଦୀର୍ଘ ସମୟ ଧରି ଛିଡ଼ା ହୋଇଥିଲେ । ଏହା ଦେଖି ପ୍ରଧାନମନ୍ତ୍ରୀ କହିଥିଲେ ଫଟୋ ଯବାନଙ୍କୁ ଦେଇ ଦିଅନ୍ତୁ ଆପଣ ଥକି ଯିବେ । ଏହାସହ ଚିଠି ଲେଖିବେ ବୋଲି ଝିଅଟିକୁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ।

{"id":865004,"sizeSlug":"full","linkDestination":"none"}

ମଞ୍ଚରୁ ପ୍ରଧାନମନ୍ତ୍ରୀ କହିଥିଲେ, 'ଝିଅ ମୁଁ ତୁମ ଫଟୋ ଦେଖିଲି । ଏତେ ସୁନ୍ଦର କାମ କରି ଆଣିଛ, ମୁଁ ତୁମକୁ ଆଶୀର୍ବାଦ କରୁଛି, କିନ୍ତୁ ଝିଅ ତୁମେ କେତେବେଳୁ ଛିଡ଼ା ହୋଇଛ, ଥକି ଯିବ । ବସି ଯାଅ'। ଏହାସହ ସେଠାରେ ଉପସ୍ଥିତ ପୋଲିସକର୍ମୀଙ୍କୁ କହିଥିଲେ, 'ଝିଅଟି ଫଟୋ ଦେବାକୁ ଚାହୁଁଛି । ଆପଣ ଆଣି ମୋ ପାଖରେ ନିଶ୍ଚିତ ପହଞ୍ଚାନ୍ତୁ । ଧନ୍ୟବାଦ ଝିଅ, ଧନ୍ୟବାଦ । ଫଟୋରେ ନିଜ ନାଁ, ଠିକଣା ଲେଖି ଦେବ, ମୁଁ ତୁମକୁ ନିଶ୍ଚିତ ଚିଠି ଲେଖିବି'।

wp:html /wp:html

ଜନସଭାକୁ ସମ୍ୱୋଧିତ କରି କଂଗ୍ରେସ ଉପରେ ବର୍ଷିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପରିବାରବାଦ, ଭ୍ରଷ୍ଟାଚାର ହିଁ କଂଗ୍ରେସର ରୀତି-ନୀତି । ସେ ଆଦିବାସୀ ବହୁଳ ବସ୍ତର ଅଞ୍ଚଳର କାଙ୍କେର ଜିଲ୍ଲାରେ ନିର୍ବାଚନୀ ରାଲକୁ ସମ୍ୱୋଧିତ କରି ରାଜ୍ୟର କଂଗ୍ରେସ ଉପରେ ଦୁର୍ନୀତିରେ ବୁଡ଼ି ରହିଥିବା ଅଭିଯୋଗ କରିଥିଲେ ।

Also Read: ନିଜ ସହରର ନୂଆ ରୂପ ଦେଖି…ମୋଦୀ ସରକାରଙ୍କ କାମକୁ ପୁଣି ପ୍ରଶଂସା କଲେ JNUର ପୂର୍ବତନ ଛାତ୍ରୀ ସେହଲା ରଶିଦ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.