ଦେଶ ପାଳୁଛି ୭୭ ତମ ସ୍ବାଧୀନତା ଦିବସ, ଲାଲ୍‌କିଲ୍ଲାରୁ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | August 15, 2023 IST

ନୂଆଦିଲ୍ଲୀ ୧୫।୦୮: ସାରା ଦେଶ ପାଳୁଛି  ୭୭ ତମ ସ୍ବାଧୀନତା ଦିବସ । ଦିଲ୍ଲୀରୁ ପଲ୍ଲୀ ସାରା ଦେଶରେ ଉଡୁଛି ତ୍ରିରଙ୍ଗା । କେଶର, ସବୁଜ ଏବଂ ଶ୍ବେତ ରଙ୍ଗ ସହ ଅଶୋକ ଚକ୍ର ବଖାଣୁଛି ଭାରତର ଐତିହ୍ୟ, ପରମ୍ପରା, ଭବ୍ୟତା ଏବଂ ପ୍ରଗତିର ଗାଥା । ଏହି ଅବସରରେ ଲାଲକିଲ୍ଲା ପ୍ରାଚୀର ଉପରୁ ତ୍ରିରଙ୍ଗା ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । .

wp:html /wp:html

ତେବେ ଲଗାତର ଦଶମ ଥର ପାଇଁ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ୧୯୪୭ ମସିହା ଅଗଷ୍ଟ ୧୫ରେ ଦେଶ ଏକ ନୂଆ ସକାଳ ଦେଖିଥିଲା । ସ୍ବାଧୀନତାର ସ୍ବାଦ ଚାଖିଥିଲେ ଭାରତବାସୀ । ବିଦେଶୀ ଶାସନରୁ ମୁକ୍ତ ହୋଇଥିଲା ଆ ମ ଦେଶ । ଆଉ ଏଥିପାଇଁ ବଳିଦାନ ବି ଅନେକ ଦେବାକୁ ପଡିଥିଲା । ଏ ଭିତରେ ୭୬ ବର୍ଷ ବିତିଲାଣି । ପ୍ରଗତିର ନୂଆ ବାର୍ତ୍ତା ନେଇ ଆଗକୁ ବଢୁଛି ଦେଶ ।

wp:embed {"url":"https://www.prameyanews7.com/fake-message-circulating-on-the-name-of-cji/","type":"wp-embed","providerNameSlug":"prameya-news-7"}
https://www.prameyanews7.com/fake-message-circulating-on-the-name-of-cji/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.