ଜାଗର ପାଇଁ ପୁରୀ ପୋଲିସର ପ୍ରସ୍ତୁତି, ଶ୍ରଦ୍ଧାଳୁମାନେ ନିୟମ ମାନିବାକୁ ଏସ୍‌ପିଙ୍କ ଅପିଲ୍

Published By : Prameya-News7 Bureau | February 24, 2025 IST

ପୁରୀ ୨୪।୦୨ : ବୁଧବାର ପବିତ୍ର ଜାଗର ଯାତ୍ରା । ଏଥିପାଇଁ ପୁରୀ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ଜୋରଦାର ପ୍ରସ୍ତୁତି । ଜାଗର ପାଇଁ ପୁରୀର ପ୍ରସିଦ୍ଧ ଲୋକନାଥ ମନ୍ଦିରରେ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ପୁରୀ ଏସ୍‌ପି ବୀନିତ ଅଗ୍ରଓ୍ୱାଲ୍‌ । 

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆସନ୍ତା ବୁଧବାର ଜାଗର ଯାତ୍ରା । ପୁରୀ ଲୋକନାଥଙ୍କ ପୀଠରେ ଲୋକଙ୍କ ଭିଡ଼ ହେବାର ସମ୍ଭାବନା ରହିଛି । ତେଣୁ ଭିଡକୁ ଦୃଷ୍ଟିରେ ସୁରକ୍ଷା ଦାୟିତ୍ବରେ ୧୧ ପ୍ଲାଟୁନ ପୋଲିସ ଫୋର୍ସ, ୧୪ ଇନ୍ସପେକ୍ଟର, ୬ ଡିଏସପି, ଜଣେ ଅତିରିକ୍ତ ଏସପି ମୁତୟନ ହେବେ। ଟ୍ରାଫିକ ସୁପରିଚାଳନା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଲାଇଟ ହାଉସ, ମଙ୍ଗଳାଘାଟ, ଗାଣ୍ଡୁଆ ଚଉରା ଛକ ଠାରୁ ନୋ ଭେହିକିଲ୍ ଜୋନ୍। ଭକ୍ତମାନେ ସମସ୍ତ ନିୟମ ଅନୁପାଳନ କରି ଶାନ୍ତି ଶୃଙ୍ଖଳାର ସହ ଜାଗର ଯାତ୍ରା ପାଳନ କରିବା ନେଇ ପୋଲିସ ପକ୍ଷରୁ ଅପିଲ୍ କରାଯାଉଛି ।

  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.