ମହିଳାଙ୍କ ମୁଣ୍ଡ ଉପରେ ଚଢିଗଲା ହାଇଓ୍ୱା, ସ୍ୱାମୀ ଓ ପୁଅଙ୍କ ସହ ସ୍କୁଟିରେ ଯାଉଥିଲେ

Published By : Prameya-News7 Bureau | February 24, 2025 IST

କେନ୍ଦ୍ରାପଡ଼ା ୨୪।୦୨ : କେନ୍ଦ୍ରାପଡ଼ା ତିନିମୁହାଣି ନିକଟରେ ଦୁର୍ଘଟଣା । ମହିଳାଙ୍କ ଉପରେ ମାଡିଗଲା ହାଇଓ୍ୱା । ଯାହାଫଳରେ ଘଟଣାସ୍ଥଳରେ ହିଁ ମହିଳାଙ୍କର ମୃତ୍ୟୁ ହୋଇଯାଇଛି । ମୃତ ମହିଳାଙ୍କ ନାମ ଶ୍ରଦ୍ଧାଞ୍ଜଳି ପୃଷ୍ଟି, ତାଙ୍କ ଘର ଟାଉନ୍‌ ଥାନା ଅନ୍ତର୍ଗତ ବଣିଆମାଳର ବୋଲି ଜଣାପଡିଛି । 

ଖବର ଅନୁଯାୟୀ, ଶ୍ରଦ୍ଧାଞ୍ଜଳି ତାଙ୍କ ସ୍ୱାମୀ କାମାକ୍ଷା ପ୍ରସାଦ ସାହୁ ଏବଂ ୧୦ ବର୍ଷର ପୁଅ ସହ ସ୍କୁଟିରେ ଯାଉଥିଲେ । ସ୍ୱାମୀ କାମାକ୍ଷା ପ୍ରସାଦ ସ୍କୁଟି ଚଳାଉଥିବା ବେଳେ ମଝିରେ ପୁଅ ବସିଥିଲେ । ତିନିମୁହାଣି ମାଛ ମାର୍କେଟ ନିକଟରେ ସ୍କୁଟିକୁ ପଛରୁ ପିଟିଥିଲା ଏକ ହାଇଓ୍ୱା । ଯାହାଫଳରେ କାମାକ୍ଷା ଏବଂ ତାଙ୍କ ପୁଅ ରାସ୍ତାର ବାମ ପଟକୁ ଛିଟିକି ପଡିଥିଲେ, ହେଲେ ଶ୍ରଦ୍ଧାଞ୍ଜଳି ଡାହାଣ ପଟକୁ ପଡିଯାଇଥିଲା। ଆଉ ତାଙ୍କ ଉପରେ ଏକ ବାଲି ବୋଝେଇ ହାଇଓ୍ୱା ମାଡି ଯାଇଥିଲା । ଯାହାଫଳରେ ଘଟଣାସ୍ଥଳରେ ହିଁ ମହିଳାଙ୍କର ମୃତ୍ୟୁ ହୋଇଥିଲା ।  

ତେବେ ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । ସ୍ଥାନୀୟ ଲୋକଙ୍କ ପକ୍ଷରୁ କ୍ଷତିପୂରଣ ଏବଂ କାର୍ଯ୍ୟାନୁଷ୍ଠାନ ଦାବିରେ ରାସ୍ତା ରୋକ କରିଛନ୍ତି । ସ୍ଥାନୀୟ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି । 

  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.