ରାହୁଲ ଗାନ୍ଧୀଙ୍କ ବଢିଲା ଅଡୁଆ, ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ପୂର୍ଣ୍ଣେଶ ମୋଦି

Published By : Prameya-News7 Bureau | July 12, 2023 IST

ନୂଆଦିଲ୍ଲୀ ୧୨।୦୭ : ରାହୁଲ ଗାନ୍ଧୀଙ୍କ ପାଇଁ ବଢିଲା ଅଡୁଆ। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷଙ୍କ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଆବେଦନକାରୀ ପୂର୍ଣ୍ଣେଶ ମୋଦି । ଆବେଦନରେ ପୂର୍ଣ୍ଣେଶ ମୋଦି କହିଛନ୍ତି ଯେ ଯଦି ଗୁଜୁରାଟ ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ରାହୁଲ ଗାନ୍ଧୀ ସୁପ୍ରିମକୋର୍ଟରେ ଆବେଦନ କରିବେ, ତା’ହେଲେ ତାଙ୍କ ପକ୍ଷ ମଧ୍ୟ ଶୁଣାଣି ହେବା ଉଚିତ। ତାଙ୍କ ପକ୍ଷ ଶୁଣିବା ବିନା କୌଣସି ଆଦେଶ ଦିଆଯିବା ଉଚିତ୍ ନୁହେଁ । ବର୍ତ୍ତମାନ ଯାଏଁ ରାହୁଲ ଗାନ୍ଧୀ ସୁପ୍ରିମକୋର୍ଟଙ୍କକୁ ଯାଇନାହାଁନ୍ତି। କିନ୍ତୁ ଆଶା କରାଯାଉଛି ଯେ ସେ ଖୁବଶୀଘ୍ର ସୁପ୍ରିମକୋର୍ଟରେ ଗୁଜୁରାଟ ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରିପାରନ୍ତି।

ବିଗତ ଦିନରେ ଗୁଜୁରାଟ ହାଇକୋର୍ଟ ମୋଦି ସାଙ୍ଗିଆ ମାନହାନି ମାମଲାରେ ରାହୁଲ୍‌ଙ୍କ ଝଟ୍‌କା ଦେଇଥିଲେ । ତଳ କୋର୍ଟ ଦେଇଥିବା ୨ ବର୍ଷର ସଜା ଉପରେ ରୋକ ଲଗାଇବାକୁ ମନା କରିଦେଇଥିଲେ ହାଇକୋର୍ଟ । ଯାହାପରେ ରାହୁଲ୍‌ ଗାନ୍ଧୀ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । କିନ୍ତୁ ଆବେଦନକାରୀ ସୁପ୍ରିମକୋର୍ଟରେ ଏକ କେବିୟଟ ମାମଲା ଦାୟର କରିଛନ୍ତି । ଏହି ଆବେଦନରେ ପୁର୍ଣ୍ଣେସ ମୋଦି କହିଛନ୍ତି ଯେ, ଯଦି ରାହୁଲ ଗାନ୍ଧୀ ସୁପ୍ରିମକୋର୍ଟରେ ଗୁଜରାଟ ହାଇକୋର୍ଟଙ୍କ ରାୟ ବିରୋଧରେ ମାମଲା ଦାୟର କରୁଛନ୍ତି । ତେବେ ତାଙ୍କ ପକ୍ଷ ଶୁଣିବା ଦରକାର । ବିନା କୌଣସି ପକ୍ଷ ନଶୁଣି ଆଦେଶ ଜାରି ନକରାଯାଉ ।

 ଉଲ୍ଲେଖଯୋଗ୍ୟ ଯେ, ରାହୁଲ ଗାନ୍ଧୀ ୨୦୧୯ ଏପ୍ରିଲ ୧୩ରେ କର୍ଣ୍ଣାଟକର କୋଲାରରେ ଏକ ନିର୍ବାଚନୀ ରାଲିକୁ ସମ୍ୱୋଧିତ କରି ଟିପ୍ପଣୀ କରିଥିଲେ ଯେ ସବୁ ଚୋରଙ୍କ ସମାନ ସାଙ୍ଗିଆ ମୋଦୀ କାହିଁକି ? ଏହା ଉପରେ ବିଜେପି ବିଧାୟକ ପୂର୍ଣ୍ଣେଶ ମୋଦୀ ଏତଲା ଦେଇଥିଲେ । ମାମଲାରେ ସୁରଟର ମେଟ୍ରୋପୋଲିଟନ ମାଜିଷ୍ଟ୍ରେଟ୍ କୋର୍ଟ ମାର୍ଚ୍ଚ ୨୩ରେ ରାହୁଲ ଗାନ୍ଧୀଙ୍କୁ ଆଇପିସିର ଧାରା ୪୯୯ ଏବଂ ୫୦୦ ଅନୁସାରେ ଦୋଷୀ ସାବ୍ୟସ୍ତ କରାଇ ଦୁଇ ବର୍ଷର ଜେଲ ଦଣ୍ଡ ଶୁଣାଇ ଥିଲେ ।

wp:embed {"url":"https://www.prameyanews7.com/india-west-indies-first-test-series/","type":"wp-embed","providerNameSlug":"prameya-news-7"}
https://www.prameyanews7.com/india-west-indies-first-test-series/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.