ପ୍ରଧାନମନ୍ତ୍ରୀଙ୍କୁ ନେଇ ବିବାଦୀୟ ବୟାନ ଦେଇ ଫସିଲେ ରାହୁଲ ଗାନ୍ଧୀ, କ୍ଷମା ଦାବି କଲା ବିଜେପି; କହିଲା- ଅତୀତରୁ ଶିଖନ୍ତୁ କଂଗ୍ରେସ ନେତା

Published By : Prameya-News7 Bureau | November 21, 2023 IST

ନୂଆଦିଲ୍ଲୀ: ବିଶ୍ୱକପ ଫାଇନାଲ୍ ମ୍ୟାଚରେ ଭାରତର ପରାଜୟକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍ କରିଛନ୍ତି । ଏହି ପରାଜୟ ପାଇଁ ପିଏମ୍ ମୋଦୀଙ୍କୁ ସେ ଦାୟୀ କରିଛନ୍ତି । ଏହାପରେ ବିଜେପି ସାଂସଦ ରବିଶଙ୍କର ପ୍ରସାଦ କଂଗ୍ରେସ ନେତାଙ୍କ ଦ୍ୱାରା ପ୍ରୟୋଗ କରାଯାଇଥିବା ଶବ୍ଦକୁ ନେଇ ପ୍ରଶ୍ନ ଉଠାଇଛନ୍ତି । କଂଗ୍ରେସ ନେତା ନିଜ ବୟାନ ପାଇଁ କ୍ଷମା ମାଗନ୍ତୁ ବୋଲି ବିଜେପି ସାଂସଦ ଦାବି କରିଛନ୍ତି ।

ବିଜେପି ସାଂସଦ କହିଛନ୍ତି, 'ପିଏମ୍ ମୋଦୀ ସବୁ ଖେଳାଳିଙ୍କୁ ଭେଟି ସେମାନଙ୍କୁ ମନୋବଳ ବଢାଇଲେ । ଖେଳରେ ବିଜୟ କିମ୍ୱା ପରାଜୟ ମିଳେ । ଆପଣ ଦେଶର ପ୍ରଧାନମନ୍ତ୍ରୀଙ୍କ ପାଇଁ ଏପରି ଶବ୍ଦ ବ୍ୟବହାର କରୁଛନ୍ତି । ଏହି ବୟାନ ପାଇଁ କ୍ଷମା ମାଗିବା ଦରକାର । କଂଗ୍ରେସ ନେତାଙ୍କୁ ଅତୀତକୁ ଶିକ୍ଷା ନେଇ ପରାମର୍ଶ ଦେଇ ସେ କହିଛନ୍ତି ଯେ ଆପଣଙ୍କୁ ଅତୀତରୁ ଶିକ୍ଷା ନେବା ଦରକାର । ଆପଣଙ୍କ ମାଆ ସୋନିଆ ଗାନ୍ଧୀ ମଧ୍ୟ ନରେନ୍ଦ୍ର ମୋଦୀଙ୍କ ପାଇଁ ମୃତ୍ୟୁର ସୌଦାଗର ଶବ୍ଦ ବ୍ୟବହାର କରିଥିଲେ'।

ପଢନ୍ତୁ: ଆମ ପିଲା ବିଶ୍ୱକପ୍‌ ଜିତିଥାନ୍ତେ, କିନ୍ତୁ ‘ପନୌତି’ ହରାଇଦେଲା: ରାହୁଲ ଗାନ୍ଧୀ

କଂଗ୍ରେସ ନେତା ରାହୁଲ ଗାନ୍ଧୀ ବାଡମେରରେ ଏକ ରାଲିକୁ ସମ୍ୱୋଧିତ କରି ୱାର୍ଲଡ କପ୍ ଫାଇନାଲରେ ପିଏମ୍ ମୋଦୀଙ୍କ ଉପସ୍ଥିତିକୁ ନେଇ ବିବାଦୀୟ ବୟାନ ଦେଇଥିଲେ । ଉଲ୍ଲେଖଯୋଗ୍ୟ ଯେ ରାଜସ୍ଥାନ ବିଧାନସଭା ନିର୍ବାଚନକୁ ନେଇ ସବୁ ରାଜନୀତିକ ଦଳଙ୍କ ମଧ୍ୟରେ ପ୍ରଚାର ଚାଲିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜସ୍ଥାନର କରୋଲୀରେ ଜନସଭାକୁ ସମ୍ୱୋଧିତ କରି କଂଗ୍ରେସ ଉପରେ ବର୍ଷିଥିଲେ । ରାଜସ୍ଥାନରୁ କଂଗ୍ରେସ ବିଦା ହେବା ନିଶ୍ଚିତ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । କଂଗ୍ରେସର ଯାଦୁଗର ସାହେବ ଏବେ କିଛି ପାଇଁ ଚୌକିରେ ଅଛନ୍ତି । କରୋଲୀ ଓ ଧୋଳପୁର ଯାଦୁଗରଙ୍କୁ ସ୍ପଷ୍ଟ ସନ୍ଦେଶ ଦେଇଛନ୍ତି । ଏହା ସେ ନାରା ଦେଇଛନ୍ତି, 'ତିନି ଡିସେମ୍ୱର- ଯାଦୁଗର ହିଁ ଛୁମନ୍ତର, ତିନି ଡିସେମ୍ୱର-କଂଗ୍ରେସ ହିଁ ଛୁମନ୍ତର'।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.