ବାହାନଗା ଟ୍ରେନ୍ ଟ୍ରାଜେଡି; ସଂସଦରେ କାରଣ କହିଲେ ସରକାର, ସିଗନାଲିଂ-ସର୍କିଟ୍ ତ୍ରୁଟି ପାଇଁ ଘଟିଲା ଦୁର୍ଘଟଣା

Published By : Prameya-News7 Bureau | July 22, 2023 IST

ନୂଆଦିଲ୍ଲୀ: ବାଲେଶ୍ବର ବାହାନଗା ଟ୍ରେନ୍ ଦୁର୍ଘଟଣାର କାରଣ କହିଲେ ସରକାର । ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ରାଜ୍ୟସଭାରେ ଏହାର ବିବରଣୀ ପ୍ରଦାନ କରିଛନ୍ତି । ସିଗନାଲ୍ ପାଇଁ ଏବେ ବଡ଼ ରେଳ ଦୁର୍ଘଟଣା ଘଟିଛି । ସିଗନାଲିଂ-ସର୍କିଟ୍-ପରିବର୍ତ୍ତନରେ ତ୍ରୁଟି  ପାଇଁ ଭୁଲ ସିଗନାଲ ଦିଆଯାଇଥିଲା । ଫଳରେ ବାଲେଶ୍ବର ଜିଲ୍ଲାରେ ଟ୍ରିପଲ୍ ଟ୍ରେନ୍ ଦୁର୍ଘଟଣା ହୋଇଥିଲା । ଏହି ଅଘଟଣରେ  ୨୯୫ଜଣଙ୍କ ମୃତ୍ୟୁ ହୋଇଛି । ରାଜ୍ୟସଭାରେ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି,  ଗତ ପାଞ୍ଚ ବର୍ଷରେ ସିଗନାଲ୍ ଫେଲ୍ ର ୧୩ଟି ମାମଲା ସାମ୍ନାକୁ ଆସିଛି । ହେଲେ ଇଲେକ୍ଟ୍ରିକ ସିଗନାଲ ପ୍ରଣାଳୀରେ ଗୋଟିଏ ବି କେସ୍ ସାମ୍ନାକୁ ଆସିନାହିଁ ।  

ପ୍ରଥମ ଥର ପାଇଁ ରେଳ ମନ୍ତ୍ରୀ ରାଜ୍ୟସଭାରେ ରେଳ ସୁରକ୍ଷା ଆୟୁକ୍ତର ରିପୋର୍ଟକୁ ପ୍ରକାଶ କରିଛନ୍ତି ।  ସିଗନାଲ-ସାର୍କିଟ-ପରିବର୍ତ୍ତନ ଫଲ୍ଟ ଏବଂ ଇଲେକ୍ଟ୍ରିକ୍ ଲିଫ୍ଟିଙ୍ଗ ବ୍ୟାରିୟରର ସ୍ଥାପନ ସମ୍ବଦ୍ଧିତ ସିଗନାଲ କାର୍ଯ୍ୟ ଫେଲ୍ ଯୋଗୁ ପଛରୁ ଟ୍ରେନ୍ ଧକ୍କା ହୋଇଥିଲା । ଫଳରେ ଟ୍ରେନ ସଂଖ୍ୟା ୧୨୮୪୧କୁ ଭୁଲ ସିଗନାଲ ମିଳିଥିଲା ଏବଂ ଲୁପ୍ ଲାଇନରେ ଛିଡ଼ା ହୋଇଥିବା ଏକ ମାଲବାଦୀ ଟ୍ରେନକୁ ଧକ୍କା ଦେଇଥିଲା । ଯାହାଫଳରେ ଏତେ ବଡ଼ ଦୁର୍ଘଟଣା ଘଟିଥିଲା ।  ଆମ୍ ଆଦମୀ ପାର୍ଟି ସାଂସଦ ସଞ୍ଜୟ ସିଂହଙ୍କ ପ୍ରଶ୍ନର ଉତ୍ତର ଦେଇ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହି ରିପୋର୍ଟ ଦେଇଛନ୍ତି ।

wp:embed {"url":"https://www.prameyanews7.com/87000-indians-gave-up-citizenship-till-june-this-year/","type":"wp-embed","providerNameSlug":"prameya-news-7"}
https://www.prameyanews7.com/87000-indians-gave-up-citizenship-till-june-this-year/
/wp:embed

 ଏହି ଭୟଙ୍କର ରେଳ ଦୁର୍ଘଟଣାରେ ଚେନ୍ନାଇ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ, ସାଲିମାର୍ ହାଓଡ଼ା ଏକ୍ସପ୍ରେସ ଏବଂ ଏକ ମାଲବାହୀ ଟ୍ରେନ୍ ମଧ୍ୟରେ ଦୁର୍ଘଟଣା ହୋଇଥିଲା ।  ଏଥିରେ ୨୯୫ଜଣଙ୍କ ମୃତ୍ୟୁ ହୋଇଛି, ସେହିପରି ୧୭୬ଜଣ ଗମ୍ଭୀର ଭାବେ ଆହତ ଏବଂ ୪୫୧ଜଣ ସାମାନ୍ୟ ଭାବେ ଆହତ ହୋଇଛନ୍ତି । ୧୮୦ଜଣଙ୍କୁ ପ୍ରଥାମିକ ଚିକିତ୍ସା ପରେ ଘରକୁ ଫେରିଥିଲେ ।

wp:embed {"url":"https://www.prameyanews7.com/pm-narendra-modi-will-give-appointment-letters-to-70-thousand/","type":"wp-embed","providerNameSlug":"prameya-news-7"}
https://www.prameyanews7.com/pm-narendra-modi-will-give-appointment-letters-to-70-thousand/
/wp:embed

ସେହିପରି ୪୧ଜଣ ମୃତକଙ୍କ ଏପର୍ଯ୍ୟନ୍ତ ପରିଚୟ ମିଳିପାରିନାହିଁ ବୋଲି ରେଲ ମନ୍ତ୍ରୀ କହିଛନ୍ତି । ଅନ୍ୟପଟେ ଜୁଲାଇ ୧୬ ତାରିଖ ସୁଦ୍ଧା ପ୍ରତ୍ୟେକ ମୃତକଙ୍କ ପରିବାକଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଦିଆଯାଇଛି । ସେହପରି ଗୁରୁତରଙ୍କୁ ୨ଲକ୍ଷ ଟଙ୍କା ଲେଖାଏଁ ଏବଂ ସାମାନ୍ୟ ଆହତଙ୍କୁ ୫୦ ହଜାର ଟଙ୍କା ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ୨୯.୪୯ କୋଟି ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି ବୋଲି ଅଶ୍ବିନୀ ବୈଷ୍ଣବ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.