ପ୍ରଧାନମନ୍ତ୍ରୀଙ୍କ ରାଲିକୁ ଯାଉଥିବା ପୋଲିସ୍‌ ଭ୍ୟାନ୍‌ ଦୁର୍ଘଟଣାଗ୍ରସ୍ତ, ୬ ପୋଲିସ କର୍ମଚାରୀଙ୍କ ମୃତ୍ୟୁ

Published By : Prameya-News7 Bureau | November 19, 2023 IST

ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନୀ ସଭାକୁ ଯାଉଥିବା ୬ ପୋଲିସ କର୍ମଚାରୀ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ରାଜସ୍ଥାନର ନଗୌର ଜିଲ୍ଲା ଜୁଂଜୁନୁ ଅଞ୍ଚଳରେ ଘଟିଛି ଏହି ଦୁଃଖଦ ଘଟଣା।  NH58ରେ, ଚୁରୁ ଜିଲ୍ଲାର କାନୁଟା ଏବଂ ଖାବାଡିଆନା ମଧ୍ୟରେ ପୋଲିସର କାର ଓ ଟ୍ରଲି ସହ ମୁହାଁମୁହିଁ ଧକ୍କା ହୋଇଛିଥିଲା। ଫଳରେ ୬ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ଦୁଇ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି।

ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ନାଗୁରର ଜେଏଲଏନ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏହି ଦୁର୍ଘଟଣାରେ ପୋଲିସ ରାମଚନ୍ଦ୍ର, କୁମ୍ଭାରାମ, ଥାନାରାମ, ଲକ୍ଷ୍ମଣ ସିଂ ଏବଂ ନାଘର ଜିଲ୍ଲାର ଖିନଭସର ପୋଲିସ ଷ୍ଟେସନର ସୁରେଶଙ୍କ ମୃତ୍ୟୁ ଘଟିଥିବାବେଳେ କନଷ୍ଟେବଳ ସୁଖରାମ ଏବଂ ହେଡ କନଷ୍ଟେବଳ ସୁଖ୍ରମ ଆହତ ହୋଇଛନ୍ତି। ଆହତମାନଙ୍କୁ ନାଗୁରର ଜେଏଲଏନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ରାଜସ୍ଥାନରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ନଭେମ୍ବର ୨୫ରେ ହେବ। ପାଞ୍ଚଟି ରାଜ୍ୟରେ ହେବାକୁ ଥିବା ନିର୍ବାଚନର ରେଜଲ୍ଟ ଡିସେମ୍ବର ୩ରେ ଆସିବ। ଭୋଟ୍ ଗଣନା ଡିସେମ୍ବର ୩ ସକାଳରୁ ଆରମ୍ଭ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.