ରାମ ନବମୀ ପାଇଁ ଉତ୍ସବ ମୁଖର ଅଯୋଧ୍ୟା, ୨ ଲକ୍ଷ ଦୀପରେ ଚମକିଲା ସରଜୁ ନଦୀ କୂଳ

Published By : Prameya-News7 Bureau | April 06, 2025 IST

ଅଯୋଧ୍ୟା: ରାମ ନବମୀ ପାଇଁ ଉତ୍ସବ ମୁଖର ଗାଁଠୁ ସହର। ଖାଲି ଗାଁ କି’ ସହର ନୁହେଁ ସାରା ଦେଶରେ ପାଳନ ହେଉଛି ରାମ ନବମୀ। ଏମିତିରେ ରାମ ଜନ୍ମଭୂମି ଅଯୋଧ୍ୟା ହୋଇଉଠିଛି ଉତ୍ସବ ମୁଖର। ଖୁବ୍ ଉତ୍ସାହର ସହ ପାଳନ ହେଉଛି ରାମ ନବମୀ। 

ସକାଳେ ରାମ ମନ୍ଦିରରେ ପୂଜା ଅର୍ଚ୍ଚନା ଆଳତୀ ଏବଂ ସୂର୍ଯ୍ୟ ତିଳକ କରାଯାଇଥିଲା। ଏହା ପରେ ରାମଲାଲାଙ୍କର ଭବ୍ୟ ଶୃଙ୍ଗାର କରାଯାଇଥିଲା। ଆଉ ସନ୍ଧ୍ୟାରେ ରାମ ନବମୀର ପବିତ୍ର ଅବସରରେ ଅଯୋଧ୍ୟାର ସରଜୂ ଘାଟରେ ପ୍ରଦୀପ ପ୍ରଜ୍ବଳନ କରାଯାଇଛି।

ସୂଚନା ଅନୁଯାୟୀ, ରାମ ନବମୀର ପବିତ୍ର ଅବସରରେ ଅଯୋଧ୍ୟାରେ ସରଜୂ ନଦୀ କୂଳରେ ୨ ଲକ୍ଷ ଦୀପ ପ୍ରଜ୍ବଳନ କରାଯାଇଛି। ଏହି ଦୀପ ପ୍ରଜ୍ବଳନର ଦିବ୍ୟ ଏବଂ ଭବ୍ୟ ଦୃଶ୍ୟ ସବୁଆଡ଼େ ଭକ୍ତିର ମାହୋଲ ସୃଷ୍ଟି କରିଛି। ସତେ ଯେମିତି ପୃଥିବୀ ଶ୍ରୀରାମଙ୍କ ଜନ୍ମଙ୍କ ଖୁସିରେ ହସୁଛି ପୂରା ଅଯୋଧ୍ୟା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.